Advertisment

ଚିଲିକାରେ ବୁଡ଼ିଲା ଡଙ୍ଗା, ଜଣେ ନିଖୋଜ, ୧୦ ଉଦ୍ଧାର.. ଦେଖନ୍ତୁ ଭିଡିଓ

ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ, ଜଣେ ନିଖୋଜ

ଅଦ୍ୟତନ ହୋଇଛି
Chilika Boat Capsize

Chilika Boat Capsize

Advertisment

କାଳବୈଶାଖୀର ତାଣ୍ଡବ । ଚିଲିକାରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା । ଘଟଣାରେ ଜଣେ ନିଖୋଜ ଥିବା ବେଳେ ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି ।ପ୍ରବଳ ବର୍ଷା ପବନ ଯୋଗୁଁ ଚିଲିକାରେ ଡଙ୍ଗାଟି ବୁଡ଼ିଥିବା ଅନୁମାନ କରାଯାଉଛି । କାଳିଜାଇରୁ ଫେରିବା ବେଳେ କାଳବୈଶାଖୀ ଝଡ଼ ଯୋଗୁଁ ଏହି ଅଘଟଣ ଘଟିଛି । ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ । ସେଥିରୁ ଜଣେ ନିଖୋଜ ଅଛନ୍ତି ।

Advertisment

ସୌଭାଗ୍ୟ ବସତଃ ଏକ ପୋଲିସ ଟିମ୍‌ ଚିଲିକା ବୁଲିବାକୁ ଯାଇଥିଲେ । ସେମାନେ ଡଙ୍ଗା ବୁଡ଼ିବା ସ୍ଥାନ ପାଖାପାଖି ବୁଲୁଥିଲେ । ତେଣୁ ଡଙ୍ଗା ବୁଡ଼ିବା ଦେଖି ସେମାନେ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ । ଏହାସହ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଲୋକ ଓ ଅନ୍ୟ ଡଙ୍ଗା ଚାଳକଙ୍କ ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ୧୧ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଯେଉଁ ବ୍ୟକ୍ତି ଜଣଙ୍କ ନିଖୋଜ ଅଛନ୍ତି, ସେ ଜଣେ ସ୍ଥାନୀୟ ଦୋକାନୀ ବୋଲି କୁହାଯାଉଛି ।

Advertisment

Cyclone Thunder Storm
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ