Advertisment

ମହାନଦୀରେ ବନ୍ୟା ଆଶଙ୍କା: ବିପଦ ସଙ୍କେତ ଟପିଲା ବୈତରଣୀ, ଜଳକା

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଏବେ ମହାନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି।

Baitarani And Jalaka River Crosses Danger Mark

Baitarani And Jalaka River Crosses Danger Mark

Advertisment

ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଏବେ ମହାନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଏବେ ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ହୀରାକୁଦ ଡ୍ୟାମ୍‌ର ଗୋଟିଏ ପରେ ଗୋଟିଏ ଗେଟ୍‌ ଖୋଲିବାରେ ଲାଗିଛି। ଏବେ ହୀରାକୁଦର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେଣୁ ତଳ ମୁଣ୍ଡରେ ଏକ ଛୋଟ ଧରଣର ବନ୍ୟା ଆସିପାରେ ବୋଲି ଜଳ ସମ୍ପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଆଶଙ୍କା ପ୍ରକାଶ କରିଛନ୍ତି।

Advertisment

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଭଦ୍ରକ ଜିଲ୍ଲାର ଆଖୁଆପଦାଟାରେ ବୈତରଣୀ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ଦିନ ୧୨ଟା ସୁଦ୍ଧା ଆଖୁଆପଦାରେ ବୈତରଣୀ ନଦୀରେ ଜଳସ୍ତର ୧୭.୮୮ ମିଟର ଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ କରାଯାଇଛି। 

ସେପଟେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ଉପରେ ରହିଛି। ମଥାନୀ ଠାରେ ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ଜଳ ଏବେ ୬.୦୨ ମିଟର ଉପରେ ପ୍ରବାହିତ ହେଉଛି। ବାଲେଶ୍ୱର ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଜଳକାକୁ ନେଇ ଏବେ ବିପଦ ନାହିଁ। ଜଳକାର ଜଳସ୍ତର ୬.୨ କିମ୍ବା ୬.୩ ହେଲେ ବନ୍ୟା ସ୍ଥିତି ଉପୁଜିଥାଏ। ତେବେ ବନ୍ୟା ଜଳ ହ୍ରାସ ପାଇବା ସମୟରେ ଅନେକ ସ୍ଥାନରେ କୂଳ ଖାଇ ଘାଇ ହେବାର ସମ୍ଭାବନା ଥାଏ। ହେଲେ ପ୍ରଶାସନ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। 

Advertisment

ସେପଟେ ଛତିଶଗଡ଼ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ସପ୍ତାହେ ଧରି ଲାଗି ରହିଥିବା ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ର ମହାନଦୀ, ଶିବନାଥ, ସୁରହି ଓ ସକରୀ ନଦୀ ଫୁଲିବାରେ ଲାଗିଛି। ବିଜାପୁର ଓ ପଶ୍ଚିମ ବସ୍ତର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଥିଯୋଗୁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଜିଲ୍ଲା ପ୍ରଶାସନକୁ ଆଲର୍ଟରେ ରଖିଛନ୍ତି। ଗ୍ରାଉଣ୍ଡକୁ ଯାଇ ସ୍ଥିତି ଯାଞ୍ଚ କରିବା ସହ ରେସ୍କ୍ୟୁ ଅପରେସନ୍‌କୁ ବଢ଼ାଯାଇଛି। 

Rain In Odisha Flood In Odisha Jalaka River Baitarani River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ