Advertisment

ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ: ୩ ଦିନ ବର୍ଷିବ

ବାତ୍ୟା ଗୁଲାବ୍ କ୍ରମଶ ଦୁର୍ବଳ ହୋଇ ଓଡ଼ିଶା ଅତିକ୍ରିମ କରି ଛତିଶଗଡ଼ ମୁହାଁ ହୋଇଛି। ଏହା ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। କୋରାପୁଟର ପଟାଙ୍ଗି ଅଞ୍ଚଳରେ ସର୍ବାଧିକ ୧୪୮ ମିଟର ବର୍ଷା ରେକର୍ଡ ହୋଇଛି।

ଅଦ୍ୟତନ ହୋଇଛି
Cyclonic Circulation

Cyclonic Circulation

Advertisment

ଭୁବନେଶ୍ୱର: ବାତ୍ୟା ଗୁଲାବ ଯିବା ପରେ ପୁଣି ଦାନା ବାନ୍ଧୁଛି ଆଉ ଏକ ସାଇକ୍ଲୋନିକ ସର୍କୁଲେସନ। ବଙ୍ଗୋପସାଗର ପୂର୍ବ ମଧ୍ୟ ବାଂଲାଦେଶ-ମିଆଁମାର ଅଞ୍ଚଳରେ ପୁଣି ଏକ ଘୁର୍ଣ୍ଣିବଳୟ ଦାନା ବାନ୍ଧୁଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ।  ଏହାର ପ୍ରଭାବରେ ଆଜି, ଆସନ୍ତାକାଲି ଓ ୩୦ ତାରିଖରେ ଉତ୍ତର ଓଡ଼ିଶାରେ ଘଡ଼ଘଡି ସହ ବର୍ଷା ହେବ।

Advertisment

ମୁଖ୍ୟତଃ ୨୯ ଏବଂ ୩୦ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ , ଦେବଗଡ଼, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ବାତ୍ୟା ଗୁଲାବ୍ କ୍ରମଶ ଦୁର୍ବଳ ହୋଇ ଓଡ଼ିଶା ଅତିକ୍ରିମ କରି ଛତିଶଗଡ଼ ମୁହାଁ ହୋଇଛି। ଏହା ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। କୋରାପୁଟର ପଟାଙ୍ଗି ଅଞ୍ଚଳରେ ସର୍ବାଧିକ ୧୪୮ ମିଟର ବର୍ଷା ରେକର୍ଡ ହୋଇଛି।  

Heavy Rainfall AlertHeavy Rainfall Alert

ବାତ୍ୟା ଗୁଲାବ ଗତ ୨୬ ତାରିଖ ରାତିରେ ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଥିଲା। ଓଡ଼ିଶାରେ ଏହାର ଏତେ ବିଶେଷ ପ୍ରଭାବ ପଡ଼ିନଥିଲା।  କିନ୍ତୁ ପ୍ରଭାବରେ ଗଜପତି, ରାୟଗଡ଼ା, କୋରାପୁଟରେ ଅତିପ୍ରବଳ ବର୍ଷା ହୋଇଥିଲା।

Advertisment
Yellow Warning Heavy Rainfall Cyclonic Circulation Gulab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ