ପ୍ରବଳ ବର୍ଷା ନେଇ ଆଲର୍ଟ; ମାଲକାନଗିରି ଓ ଗଂଜାମରେ ସବୁ ସ୍କୁଲ ଛୁଟି

ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ସ୍କୁଲ ଛୁଟି ଘୋଷଣା । ଆଜି ପାଇଁ ମାଲକାନଗିରି ଓ ଗଂଜାମ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ବର୍ଷା ପାଇଁ ସ୍କୁଲ ଛୁଟି

ଅବପାତ ପ୍ରଭାବରେ ପ୍ରବଳ ବର୍ଷିବ। ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ବର୍ଷା ପାଇଁ ୬ଜିଲ୍ଲକୁ ଅରେଂଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ବଲାଙ୍ଗିର, ନୂଆପଡ଼ା, ବରଗଡ଼, ସୁନ୍ଦଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି।

ଅବପାତର ଏହି ସବୁ ଜିଲ୍ଲା ଦେଇ ଗତି କରୁଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୩ ଘଣ୍ଟା ପାଇଁ ଆଲର୍ଟ ଜାରି କରାଯାଇଛି । ସେହିପରି ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ଦେବଗଡ଼, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ସ୍କୁଲ ଛୁଟି ଘୋଷଣା । ଆଜି ପାଇଁ ମାଲକାନଗିରି ଓ ଗଂଜାମ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ । ଆଜି ଏହି ଦୁଇ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା ପରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।