Advertisment

ରାଜ୍ୟରେ ପୁଣି ବର୍ଷା, ୧୧ ଜିଲ୍ଲାକୁ ୱାର୍ଣ୍ଣିଂ

ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୯ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଥିବା ବେଳେ ୧୦ରେ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

ଅଦ୍ୟତନ ହୋଇଛି
Rainfall To Lash Odisha Today, Dense Fog Witnessed In Several Parts Of State

Weather forecast today

Advertisment

ରାଜ୍ୟରେ ଶୀତ ଲହର ଲାଗି ରହିଥିବା ବେଳେ ଏବେ ପୁଣି ଥରେ ବର୍ଷା ସମ୍ଭାବନା ଦେଖାଦେଲାଣି । ୧୦ ତାରିଖ ଦିନ ରାଜ୍ୟର ୧୧ଟି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୯ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଥିବା ବେଳେ ୧୦ରେ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

Advertisment

ସେହି ୧୧ଟି ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର । ସଂପୃକ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । 

ତେବେ ଏହି ବର୍ଷା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୁଣି ଥରେ ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ପରିସ୍ଥିତି ଭଳି ଉପୁଜିଛି । କାରଣ ଏବେ ବି ମଣ୍ଡିରେ ଧାନ ପଡ଼ି ରହିଛି । ଗୋଟିଏ କି ଦୁଇଟି ବସ୍ତା ନୁହେଁ, ହଜାର ହଜାର ବସ୍ତା ଧାନ ଏବେ ବି ମଣ୍ଡିରେ ପଡ଼ି ରହିଛି । ଆଉ ଚାଷୀମାନେ ଶୀତ କାକରରେ ଧାନ ଜଗି ବସିଛନ୍ତି । କିଏ ପାଲ ତଳେ ଶୋଇଛି ତ ଆଉ କିଏ ରାତି ସାରା ନିଆଁ ପୁଆଁଉଛି । ହେଲେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ତିଳେ ହେଲେ କର୍ଣ୍ଣପାତ କରୁ ନାହାନ୍ତି ।

Advertisment

ସମବାୟ ପକ୍ଷରୁ ଧାନ କିଣାଯାଉ ନାହିଁ । ଚାଷୀଙ୍କ ପାଖରେ ଟୋକନ ଥିଲେ ବି ଧାନ କିଣାଯାଇ ପାରୁ ନାହିଁ । ଚାଷୀ ନିରାଶ ହୋଇ ଫେରୁଛି । ବର୍ଷଯାକର ପରିଶ୍ରମ ଏବେ ବି ମଣ୍ଡିରେ ସେମିତି ଥୁଆ ହୋଇଛି । ପୂର୍ବରୁ ଯେଉଁ ବର୍ଷା ହୋଇଥିଲା ସେଥିରେ କିଛି ଧାନ ଗଜା ହୋଇଯାଇଥିବା ମଧ୍ୟ ଦେଖାଯାଇଥିଲା । ଏବେ ପୁଣି ବର୍ଷା ହେଲେ ଚାଷୀମାନେ ହିଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।

Weather Forecast Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ