Advertisment

ଅକ୍ଟୋବର ପହିଲାରେ ବଙ୍ଗୋପସାଗରରେ ଲଘୁଚାପ !

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ ! ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା।

ଅଦ୍ୟତନ ହୋଇଛି
A Low Pressure Area Likely To Form Over Bay Of Bengal

A Low Pressure Area Likely To Form Over Bay Of Bengal

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ ! ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

Advertisment

ଏହାର ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟାରେ ଉତ୍ତର ଆଣ୍ଡାମାନସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରୋ

Advertisment

ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଏହା ଉପରେ ଗତକାଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରତିକ୍ରିୟା ରଖିଥିଲେ। IMD ଡିଜି ସୂଚନା ଦେଇଛନ୍ତି ଯେ, ବାତ୍ୟା ନେଇ ଏବେ କୌଣସି ସୂଚନା ନାହିଁ। ବଙ୍ଗୋପସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହୋଇପାରେ। ଲଘୁଚାପ ପରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। କିନ୍ତୁ ଏହାପରେ ବାତ୍ୟା ହେବା ନେଇ ଏଯାଏ କୌଣସି ସୂଚନା ହସ୍ତଗତ ହୋଇନି। ବାତ୍ୟା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା IMD ଜାରି କରି ନାହିଁ।

ସେପଟେ ଗତକାଲିର ବର୍ଷାରେ ମହାରାଷ୍ଟ୍ର ନାଗପୁର ସହର ଅଧା ବୁଡ଼ିଛିା ସ୍ଥାନୀୟ ରାମଦାସପେଟ ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏପରିକି ବର୍ଷା ପାଣିରେ ବସ୍, କାର୍‌, ଦୋକାନ ଘର ଇତ୍ୟାଦି ମଧ୍ୟ ବୁଡ଼ି ଯାଇଛି। ଦୂର ଦୂର ଯାଏ ଯୁଆଡ଼େ ଦେଖିବେ ଖାଲି ପାଣି ପାଣି ଆଉ ପାଣି।

Advertisment
Low Pressure
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ