Advertisment

ବାତ୍ୟା ପାଇଁ ବାତିଲ ହେଲା ୯୫ ମେଲ୍, ଏକ୍ସପ୍ରେସ୍ ଟ୍ରେନ୍

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୮ଟି ଆକ୍ସନ ପଏଣ୍ଟ ଉପରେ ଫୋକସ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଦ୍ୟତନ ହୋଇଛି
undefined

Train Cancel for Cyclone

Advertisment

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗୁରୁବାର ଅବପାତରେ ପରିଣତ ହେବା ପରେ ଯାଇ କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ ତାହା ଗୁରୁବାର ଜାଣିହେବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏମିତି ହୋଇପାରେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁ ବି ହୋଇପାରେ। ତେବେ ଏହା ପ୍ରଭାବରେ ୩ରୁ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା। ୪ତାରିଖରେ ୪ ଜିଲ୍ଲାରୁ ପ୍ରବଳ ବର୍ଷା ନେଇ ରେଡ୍ ଓ୍ୱାର୍ଣ୍ଣିଂ ସହ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ବାତ୍ୟା ମୁକାବିଲା ପାଇଁ ଗୁରୁବାର ରେସପନ୍ସ ଫୋର୍ସ ପଠାଇବା ନିଷ୍ପତ୍ତି ନିଆଯାଇଛି। SRCଙ୍କ ସୂଚନାଅନୁସାରେ ୧୪ଟି NDRF ଟିମ ୨୮ ୟୁନିଟ୍ ହୋଇ କାର୍ଯ୍ୟ କରିବେ। ୨୦ଟି ଓଡ୍ରାଫ୍ ଟିମ୍ ୬୦ଟି ୟୁନିଟ୍‌ରେ କାର୍ଯ୍ୟ କରିବେ। ୨୦୦ ଅଗ୍ନିଶମ ଟିମ୍ ବାତ୍ୟା ମୁକାବିଲା ପାଇଁ ମୁତୟନ ହେବେ। କେଉଁ ଜିଲ୍ଲାକୁ କେତେ ଟିମ୍ ପଠାଯିବା କାଲି ନିଷ୍ପତ୍ତି ହେବ। ଶୁକ୍ରବାର ସୁଦ୍ଧା ରେସପନ୍ସ ଫୋର୍ସ ଜିଲ୍ଲାମାନଙ୍କରେ ପହଞ୍ଚିବେ। ଦରକାର ପଡ଼ିଲେ ଆଉ ୧୦ଟି NDRF ଟିମ୍ ମଗାଇବୁ ବୋଲି ଏସ୍‌ଆର୍‌ସି କହିଛନ୍ତି। ତଳିଆ ଅଞ୍ଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ନେବାକୁ SRCନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ବେଳେ କେହି କଚ୍ଚା ଘରେ ନ ରହିବାକୁ ପରାମର୍ଶ ଦେଇଛନ୍ତି। ବାତ୍ୟା ସମୟରେ ସ୍କୁଲ୍ ଘର ଖୋଲା ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳକୁ ଯାଇ ନ ଥିବା ଲୋକେ ସ୍କୁଲ୍ ଘରେ ରହିପାରିବେ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୮ଟି ଆକ୍ସନ ପଏଣ୍ଟ ଉପରେ ଫୋକସ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ NDRF, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀଙ୍କୁ ପ୍ରସ୍ତୁତ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ।  ଏଥିସହ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରସ୍ତୁତି ଓ ଚାଷୀଙ୍କୁ ଧାନ ଅମଳ ପାଇଁ ପରାମର୍ଶ ଦେବାକୁ କୁହାଯାଇଛି। ଉପକୂଳ ଜିଲ୍ଲା ସହ ମୟୂରଭଂଜ ଓ ନୟାଗଡ଼କୁ ମଧ୍ୟ ଆଲର୍ଟ ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ସମ୍ଭାବ୍ୟ ବାତ୍ୟା ପାଇଁ ୯୫ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ କରାଯାଇଛି। ଡିସେମ୍ବର ୩ ଓ ୪ ତାରିଖ ପାଇଁ ମେଲ୍ ଓ ଏକ୍ସପ୍ରେସ୍ ବାତିଲ୍ ହୋଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନଯାୟୀ ପୂର୍ବତଟ ରେଲୱେ ସୂଚନା ଦେଇଛି। 

Odisha Weather Weather Update Cyclone Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ