Advertisment

ତାଣ୍ଡବ ରଚିଲା ବାତ୍ୟା ‘ସିତ୍ରାଙ୍ଗ’, ନେଲା ୭ ଜୀବନ...ଲ୍ୟାଣ୍ଡ୍‌ଫଲ୍‌ ବେଳେ ୧୦୦ କି.ମି. ବେଗରେ ବହିଲା ପବନ

ଗତକାଲି ରାତି ସାଢ଼େ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ବାତ୍ୟା ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଅନେକ ଧନଜୀବନ ନଷ୍ଟ ହୋଇଛି।

ଅଦ୍ୟତନ ହୋଇଛି
Cyclone Sitrang Update

7 Killed As Cyclone Sitrang Hits Bangladesh

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ସିତ୍ରାଙ୍ଗ’ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ମଙ୍ଗଳବାର ଭୋର ସମୟରେ ବାଂଲାଦେଶରେ ସ୍ଥଳଭାଗ ଛୁଇଁଛି। ଗତକାଲି ରାତି ସାଢ଼େ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ବାତ୍ୟା ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଅନେକ ଧନଜୀବନ ନଷ୍ଟ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ବ୍ୟକ୍ତି ଅଛନ୍ତି। ସେମାନଙ୍କ ଉପରେ ଇଟା ଓ ଗଛ ପଡ଼ିବା ଯୋଗୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। 

Advertisment

ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ ସମେତ ଅନ୍ୟ ରେସ୍କ୍ୟୁ ଟିମ୍‌ ସାମିଲ ହୋଇଛନ୍ତି। ବାତ୍ୟା ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୦୦ କିଲୋମିଟର ଥିଲା ବୋଲି ସୂଚନା ମିଳିଛି। ଲ୍ୟାଣ୍ଡଫଲ୍ ବେଳେ ବାତ୍ୟା ‘ସିତ୍ରାଙ୍ଗ’ ଦୁର୍ବଳ ହୋଇଥିଲା। ଆସନ୍ତା ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୂଦୃଶ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ଆକଳନ କରିଛି। 

ଅଧିକ ପଢ଼ନ୍ତୁ: ବର୍ଷାକୁ ନେଇ ଚାଷୀ ଛାନିଆ, ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ

Advertisment

ବାତ୍ୟା ଯୋଗୁ ବାଂଲାଦେଶର ହଜାର ହଜାର ସଂଖ୍ୟକ ଲୋକ ଓ ସେମାନଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ସୋମବାର ଦିନ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିଲା। ବାଂଲାଦେଶର  Cox's Bazar ଉପକୂଳ ଅଞ୍ଚଳରେ ରହୁଥିବା ପାଖାପାଖି ୨୮,୧୫୫ ଜଣ ଲୋକ ଓ ୨,୭୩୬ ଗାଈଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା।

ଅନ୍ୟପକ୍ଷେ, ବାତ୍ୟା ପାଇଁ ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ମେଘାଳୟ ଓ ତ୍ରିପୁରାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଓଡ଼ିଶା ଉପରୁ ବାତ୍ୟା ବିପଦ ଟଳି ଯାଇଛି। ସେପଟେ ବାତ୍ୟା ‘ସିତ୍ରାଙ୍ଗ’ ଯୋଗୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ପ୍ରଭାବିତ ହୋଇଛି।ବହୁତ ସ୍ଥାନକୁ ବିମାନ ଓ ଏକାଧିକ ଟ୍ରେନ୍‌ ଯାତ୍ରା ବାତିଲ କରାଯାଇଛି। ଅଗରତାଲାରୁ କୋଲକାତା, ସିଲଂ ଓ ଐଜ୍ୱାଲକୁ ବିମାନ ଉଡ଼ାଣ ବାତିଲ୍‌ ହୋଇଥିବା ବେଳେ ଇମ୍ଫାଲରୁ ମଧ୍ୟ ଏକାଧିକ ସ୍ଥାନକୁ ବିମାନ ଉଡ଼ାଣ ବାତିଲ୍‌ ହୋଇଛି। 

Advertisment
Cyclone Sitrang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ