Advertisment

ପାଣିଘରରେ ଥିଲେ ୪୭ ଛାତ୍ରଛାତ୍ରୀ, ରାତି ଅଧିଆ ଉଦ୍ଧାର ହେଲେ

ଗତ କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ବେହାଲ ହୋଇଛି ଜନଜୀବନ। ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି।  ବର୍ଷା ପାଣି ପଶିଯିବାରୁ ଜଳ  ଘେରରେ ରହିଯାଇଛନ୍ତି ସ୍କୁଲ ପିଲା।  ଏପରି ସ୍ଥିତି ଦେଖିବାକୁ ମିଳିଛି  ମୟୂରଭଞ୍ଜ କରଞ୍ଜିଆର ଦୁଧିଆଣି ପଞ୍ଚାୟତ ହାଇସ୍କୁଲରେ।

47 students rescued yesterday

47 students rescued yesterday

Advertisment

କରଞ୍ଜିଆ: ଗତ କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ବେହାଲ ହୋଇଛି ଜନଜୀବନ। ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି।  ବର୍ଷା ପାଣି ପଶିଯିବାରୁ ଜଳ  ଘେରରେ ରହିଯାଇଛନ୍ତି ସ୍କୁଲ ପିଲା।  ଏପରି ସ୍ଥିତି ଦେଖିବାକୁ ମିଳିଛି  ମୟୂରଭଞ୍ଜ କରଞ୍ଜିଆର ଦୁଧିଆଣି ପଞ୍ଚାୟତ ହାଇସ୍କୁଲରେ। 

Advertisment

ଲଗାଣ ବର୍ଷା ଫଳରେ ସ୍କୁଲ ଭିତରେ ଓ ଚାରିପଟେ ପାଣି ଜମି ରହିଛି। ପ୍ରାୟ ଆଣ୍ଠୁଏ ଲେଖାଏ ପାଣି ଜମି ରହିଥିଲା।  ସ୍କୁଲଟି ଆବାସିକ ହୋଇଥିବା ଯୋଗୁଁ ୯୦ ଜଣ ପିଲାଙ୍କ ମଧ୍ୟରୁ ପାଖାପାଖି ୫୦ ଜଣ ଏବେ ବି ହଷ୍ଟେଲ୍‌ରେ ରୁହନ୍ତି। ଗତ ୨ ଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ପଞ୍ଚାୟତ ହାଇସ୍କୁଲରେ ପାଣି ପଶି ଯାଇଛି। ଜଳସ୍ତର ବୃଦ୍ଧି ଘଟିବାରୁ କିଛି ପିଲା ଘରକୁ ପଳାଇଥିଲେ । ତଥାପି ୪୭ ପିଲା ହଷ୍ଟେଲରେ ରହି ଯାଇଥିଲେ।

ତେବେ ଦେଓ ନଦୀ ଜଳ ସ୍ତର ବୃଦ୍ଧି ପାଇବାରୁ ଗତକାଲି ବିଳମ୍ବିତ ରାତିରେ ୪୭ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଉକ୍ତ ହଷ୍ଟେଲରୁ ଆଣି ହାତିବାରୀ ନିକଟସ୍ଥ ଏକ ବିଦ୍ୟାଳୟରେ ରଖାଯାଇଛି।  ତେବେ ବିଦ୍ୟାଳୟରେ ଥିବା ୫୦ କୁଇଣ୍ଟାଲ ପାଖାପାଖି ଚାଉଳ, ଅନ୍ୟ ଆସବାବପତ୍ର ବର୍ଷା ପାଣିରେ ନଷ୍ଟ ହୋଇ ଯାଇଥିବା ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, ଗତ ଦୁଇ ମାସ ପୂର୍ବରୁ ଦେଓ ମଧ୍ୟମ ଜଳ ସେଚନ ପ୍ରକଳ୍ପରେ ଅସ୍ଥାୟୀ ଭାବେ ଜଳ ସରକ୍ଷଣ କରା ଯାଉଥିବା ବେଳେ ଏବେ ଏହା ସମସ୍ୟା ରୂପରେ ଉଭାନ ହେଲାଣି। ଏହି ପ୍ରକଳ୍ପ ପାଇଁ ଦୁଇ ତିନିଟି ଗାଁ ବିସ୍ଥାପିତ ହୋଇଥିବା ବେଳେ ପୁରୁଣାପାଣିସ୍ଥିତ ପଞ୍ଚାୟତ ହାଇସ୍କୁଲ ବିସ୍ଥାପିତ ହୋଇପାରିନି ।  ତେବେ ସ୍କୁଲ କର୍ତ୍ତୃପକ୍ଷ ଅସ୍ଥାୟୀ ଭାବେ  ବିସ୍ଥାପନ ପାଇଁ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଲିଖିତ ଜଣାଇଥିଲେ ବି   ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା।

Advertisment

ଫଳରେ ଜଳଘେରରେ ରହିଯାଇଥିବା ପିଲା ଉଦ୍ଧାର ପାଇଁ ଆକୁଳ ନିବେଦନ କରିଥିଲେ। ଏହାପରେ ଚେତିଲା ପ୍ରଶାସନ। ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଟପଳସା ରାଜସ୍ୱ ନିରୀକ୍ଷକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ କରଞ୍ଜିଆ ତହସିଲଦାରଙ୍କୁ  ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ଗତକାଲି ରାତି ଅଧିଆ ପିଲାମାନଙ୍କୁ ସ୍କୁଲରୁ ଉଦ୍ଧାର କରାଯାଇ  ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Flood Situation In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ