Advertisment

୪୦ ଡିଗ୍ରୀ ଉପରେ ତାପମାତ୍ରା, ପ୍ରବଳ ଗରମରେ ଚାଲିଗଲା ୨୭ ଜୀବନ

ପ୍ରବଳ ଗରମରେ ବିହାରରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ବିହାରର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
27 die due to heatwave in Bihar

27 die due to heatwave in Bihar

ପ୍ରବଳ ଗରମରେ ବିହାରରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ବିହାରର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି। ଏନେଇ ଶନିବାର ଦିନ ସୂଚନା ଦିଆଯାଇଛି। ଭୋଜପୁର ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରୋହତସ୍‌ରେ, ବଙ୍କା ଓ ଅର୍‌ୱାଲ୍‌ରେ ୪ ଜଣ ଲେଖାଏ, ଔରଙ୍ଗାବାଦରେ ୩ ଜଣ, ନାଳନ୍ଦା, ଜାମୁଇ, ଜାହାନାବାଦ, ଭାଗଲପୁର, ଗୟା ଓ ପାଟନାରେ ଜଣେ ଲେଖାଏ ମୃତ୍ୟୁ ଘଟିଛି। 

Advertisment

ଶନିବାର ଦିନ ପାଟନାରେ ସର୍ବାଧିକ ୪୪.୭ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରେକର୍ଡ ହୋଇଥିଲା। ଶେଖପୁରାରେ ସବୁଠାରୁ ଉତ୍ତପ୍ତ ରାଜ୍ୟ ଥିଲା ଓ ଏଠାରେ ତାପମାତ୍ରା ୪୫.୧ ଡିଗ୍ରୀ ସେଲ୍‌ସିୟସ କରାଯାଇଥିଲା। ଆସନ୍ତା ୨୪ ଘଣ୍ଟା ଯାଏ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ଶନିବାର ଦିନ ସାସାରାମ ରେଲ୍‌ୱେ ଷ୍ଟେସନରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରବଳ ଗରମ ଯୋଗୁ ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପ୍ଲାଟ୍‌ଫର୍ମ ନମ୍ବର ୭ରେ ଜଣେ ବ୍ୟକ୍ତି ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯାତ୍ରୀଙ୍କ ରେଲ୍‌ୱେ ଷ୍ଟେସନର ପ୍ରବେଶ ପଥ ନିକଟରେ ଜୀବନ ଚାଲି ଯାଇଛି।

Advertisment

ସେପଟେ ପ୍ରବଳ ପ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଟନା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଜୁନ୍‌ ୨୪ ଯାଏ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି। 

Heatwave
Advertisment
Advertisment