Advertisment

ଦିଲ୍ଲୀରେ ଅସହ୍ୟ ତାତି; ୮ଦିନରେ ଗଲାଣି ୧୯୨ ବାସହୀନଙ୍କ ଜୀବନ

ଭୂମିହୀନ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ୍ ଡେଭଲପମେଣ୍ଟ ଦାବି କରିଛି ଯେ ଜୁନ୍ ୧୧ରୁ ୧୯ ତାରିଖ ମଧ୍ୟରେ ଦିଲ୍ଲୀରେ ଅତ୍ୟଧିକ ଗରମ ହେତୁ ୧୯୨ଜଣ ବାସହୀନଙ୍କ ମୃତ୍ୟୁ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ୨୨ଜଣ ରୋଗୀଙ୍କୁ ରାମ ମନୋହର ଲୋହିଆ (ଆରଏମଏଲ) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Heatwave killed over 190 homeless people in Delhi

Heatwave killed over 190 homeless people in Delhi

Advertisment

ରାଜଧାନୀ ଦିଲ୍ଲୀରେ ଭୀଷଣ ଗରମ ଜାରି ରହିଛି । କମିବା ବଦଳରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଅସହ୍ୟ ତାତି ଓ ତତଲା ପବନରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ତେବେ ଏହାରି ଭିତରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତେବେ ଗତ ୯ଦିନ ମଧ୍ୟରେ ୧୯୦ବାସହୀନଙ୍କ ଜୀବନ ଯାଇଥିବା ସେଣ୍ଟର ଫର ହୋଲିଷ୍ଟିକ୍ ଡେଭଲପମେଣ୍ଟ NGOରିପୋର୍ଟ ପ୍ରକାଶ କରିଛି।ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି।

Advertisment

ଅସହ୍ୟ ଗରମ ଓ ଲୁ’ ପାଇଁ ପାଣିପାଗ ବିଭାଗ ରାଜଧାନୀ ଦିଲ୍ଲୀରେ ରେଡ୍‌ ଆଲର୍ଟ ଜାରି କରିଛି । ଡାକ୍ତରଖାନାରେ ଅଂଶୁଘାତରେ ପୀଡିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବୁଧବାର ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଗତ ୪୮ ଘଣ୍ଟା ମଧ୍ୟରେ ଦିଲ୍ଲୀର ପାଞ୍ଚଟି ଜିଲ୍ଲାରୁ ବାସହୀନ ଥିବା ୨୬ରୁ ଅଧିକ ଲୋକଙ୍କ ମୃତଦେହ ମିଳିଛି। ତେବେ ଏହି ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବୁଧବାର ଇଣ୍ଡିଆ ଗେଟ୍ ନିକଟସ୍ଥ ଶିଶୁ ଉଦ୍ୟାନରୁ ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ତେବେ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ପରେ ଜଣା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ତାମିଲନାଡ଼ୁରେ ମଦ ମୃତ୍ୟୁ: ଗଲାଣି ୩୩ଜୀବନ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Advertisment

ଭୂମିହୀନ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ୍ ଡେଭଲପମେଣ୍ଟ ଦାବି କରିଛି ଯେ ଜୁନ୍ ୧୧ରୁ ୧୯ ତାରିଖ ମଧ୍ୟରେ ଦିଲ୍ଲୀରେ ଅତ୍ୟଧିକ ଗରମ ହେତୁ ୧୯୨ଜଣ ବାସହୀନଙ୍କ ମୃତ୍ୟୁ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ୨୨ଜଣ ରୋଗୀଙ୍କୁ ରାମ ମନୋହର ଲୋହିଆ (ଆରଏମଏଲ) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ରୁ ୧୩ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ଡାକ୍ତରଖାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପୀଡିତଙ୍କର ଅନ୍ୟ କୌଣସି ରୋଗ ନାହିଁ।

Advertisment

ଯେତେବେଳେ ଏହିପରି ରୋଗୀ ଡାକ୍ତରଖାନାକୁ ଆସନ୍ତି, ସେତେବେଳେ ସେମାନଙ୍କର ଶରୀରର ତାପମାତ୍ରା ରେକର୍ଡ କରାଯାଇଥାଏ ଏବଂ ଯଦି ଏହା ୧୦୫ ଡିଗ୍ରୀ ଫାରେନହାଇଟରୁ  ଅଧିକ ବୋଲି ଜଣାପଡେ ଏବଂ ଅନ୍ୟ କୌଣସି କାରଣ ନଥାଏ, ତେବେ ସେମାନଙ୍କୁ ଅଂଶୁଘାତ ରୋଗୀ ବୋଲି ଘୋଷିତ କରାଯାଏ । ଦିଲ୍ଲୀ ସରକାରଙ୍କ ଏକ କମିଟି ଅଛି ଯାହା ଅଂଶୁଘାତ ଜନିତ ମୃତ୍ୟୁକୁ ନିଶ୍ଚିତ କରିଥାଏ। ଶରୀରକୁ ତୁରନ୍ତ ଥଣ୍ଡା କରିବା ପାଇଁ ଡାକ୍ତରଖାନାରେ ହିଟଷ୍ଟ୍ରୋକ ୟୁନିଟ୍ ସ୍ଥାପନ କରାଯାଇଛି । ଏହି ୟୁନିଟରେ କୁଲିଂ ଟେକ୍ନୋଲୋଜି ରହିଛି ଏବଂ ରୋଗୀଙ୍କୁ ବରଫ ଏବଂ ପାଣିରେ ଭର୍ତ୍ତି ବାଥ ଟବରେ ରଖାଯାଏ ବୋଲି ଅଧିକାରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ବିମାନରେ ଚାଲିଲାନି ଏସି, ଝାଳରେ ଭିଜିଲେ ଲୋକେ; କାଗଜ-ମାଗାଜିନ୍ ପାଲଟିଲା ବିଞ୍ଛଣା

ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଧିକାଂଶ ରୋଗୀ ଶ୍ରମିକ ଶ୍ରେଣୀର। ଅଂଶୁଘାତରେ ପୀଡିତ ମୋଟ ୬୦ଜଣ ରୋଗୀ ସଫଦରଜଙ୍ଗ ହସ୍ପିଟାଲକୁ ଆସିଥିଲେ, ସେଥିମଧ୍ୟରୁ ୪୨ ଜଣଙ୍କୁ ଆଡମିଟ୍ କରାଯାଇଥିଲା। ମଙ୍ଗଳବାର ମୃତ୍ୟୁବରଣ କରିଥିବା ୬୦ ବର୍ଷ ବୟସ୍କା ମହିଳା ଏବଂ ୫୦ ବର୍ଷ ବୟସ୍କା ବ୍ୟକ୍ତିଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଥିଲା। ଲୋକନାୟକ ଜୟପ୍ରକାଶ (LNJP) ଡାକ୍ତରଖାନା ଅଧିକାରୀଙ୍କ ଅନୁଯାୟୀ ଗତ ଦୁଇ ଦିନ ମଧ୍ୟରେ ଅଂଶୁଘାତ ଯୋଗୁଁ ଚାରି ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବୁଧବାର ଦିନ ଆହୁରି ଦୁଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜୁନ୍ ୧୫ରେ ଚିକିତ୍ସା ସମୟରେ ଆହତମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା।

Heatwave Sun Stroke
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ