Advertisment

ଆଉ ୨/୩ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ‘ଗୁଲାବ’

ଦୁର୍ବଳ ହୋଇଛି ବାତ୍ୟା ‘ଗୁଲାବ’ ।  ଗତ ୬ ଘଣ୍ଟାରେ ଏହା ଘଣ୍ଟାକୁ ୧୪ କି.ମି. ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
undefined

Odisha Cyclone Warning

Advertisment

ଭୁବନେଶ୍ୱର:ଦୁର୍ବଳ ହୋଇଛି ବାତ୍ୟା ‘ଗୁଲାବ’ ।  ଗତ ୬ ଘଣ୍ଟାରେ ଏହା ଘଣ୍ଟାକୁ ୧୪ କି.ମି. ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। ‘ଗୁଲାବ’ ପ୍ରଭାବରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି।ଳ ତେବେ ବଡ ଧରଣର ବାତ୍ୟା ଆଶଙ୍କା ଟଳି ଯାଇଛି।

Advertisment

ଆଜି ବାତ୍ୟା ଗୁଲାବର ପ୍ରଭାବ ନେଇ SRC ପ୍ରଦୀପ ଜେନା  ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଲକାନଗିରି  କେନ୍ଦ୍ର ବିନ୍ଦୁ ହୋଇଥିଲା। ଆଉ ୨/୩ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ତେଣୁ ୨/୩ ଘଣ୍ଟା ମଧ୍ୟରେ ବାତ୍ୟା ଓଡ଼ିଶାରୁ ବିଦାୟ ନେବ।
ବାତ୍ୟା ପ୍ରଭାବରେ କେଉଁଠି ଅଧିକ ପବନ ହୋଇଥିବାର ସୂଚନା ନାହିଁ। 

ତେବେ ଗୁଲାବ ପ୍ରଭାବରେ ଗଜପତି ଜିଲ୍ଲାରେ କିଛି ପରିମାଣରେ ବର୍ଷା ହେଇଛି। ପଟ୍ଟାଙ୍ଗୀ ବ୍ଲକରେ ସବୁଠୁ ଅଧିକ ୧୪୮ ମିମି ବର୍ଷା ରେକର୍ଡ ହୋଇଛି। ବର୍ଷା, ପବନ ଯୋଗୁଁ ସେଭଳି କ୍ଷୟକ୍ଷତି ନେଇ ସୂଚନା ନାହିଁ। କିଛି ପାହାଡ଼ି ଝରଣାରୁ ପାଣି ଆସି ରାସ୍ତାରେ ପାଣି ଚାଲିଥିଲା। ସୁଙ୍କିରେ ପାଣି ଚାଲିଥିବାରୁ ସେ ନେଇ ପଦକ୍ଷେପ ନିଆଯାଉଛି।

Advertisment

ମାଲକାନଗିରିରେ କିଛି ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ିଥିଲା। ମୋଟ ଉପରେ କିଛି ଅଘଟଣ ଘଟିନି କି, ବଡ଼ ସମସ୍ୟା ଆସିନି। ବାତ୍ୟା ପୂର୍ବରୁ ୪୬ ହଜାର ୭୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା। ମୋଟ ୧୧୮୯ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲ। ୧୫୩୩ ଜଣ ଗର୍ଭବତୀଙ୍କୁ ଆଶ୍ରୟସ୍ଥଳ, PHC ଓ CHCକୁ ନିଆଯାଇଥିଲା। ୫ ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

Advertisment

 ଏଠି କହିରଖିବୁ, ମଧ୍ୟରାତ୍ରିରୁ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିରହିଥିଲା  ବର୍ଷା ସହ ପବନ। ପଟ୍ଟାଙ୍ଗି ଓ କୁନ୍ଦୁଲି ମଧ୍ୟରେ ଜାତୀୟ ରାଜପଥ ଉପରେ ଏକ ବିଶାଳ ଗଛ ଭାଙ୍ଗି ପଡ଼ି ରହିଥିବାରୁ ଭୁବନେଶ୍ୱର-କୋରାପୁଟ ମଧ୍ୟରେ ଗମନାଗମନ ପ୍ରଭାବିତ ରହିଛି। ଉଭୟ ପଟେ ବସ ଗୁଡିକ ଅଟକି ରହିଛି।  କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ରାଳେଗାଡ଼ା ପଞ୍ଚାୟତର ୩ଟି ଗାଁର ୫ଟି ଘରର ଛାତ ଉଡିଯାଇଛି।

ଗତକାଲି ରାତିଠୁ ନାରାୟଣପାଟଣା ଓ ବନ୍ଧୁଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଛି ଗଛ। ରାସ୍ତା ଓ ଲୋକଙ୍କ ଘର ଉପରେ ଗଛ ଡାଳ ଭାଙ୍ଗି ପଡ଼ିଥିବାରୁ ଲୋକେ ହଇରାଣ ହୋଇଛନ୍ତି। ବହୁ ଲୋକଙ୍କ ଘର ଛାତ ଉଡ଼ି ଯାଇଛି। କଚ୍ଚା ଘର ଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୋଇଛି।

ଲମତାପୁଟ ବ୍ଲକରେ ଝିପି ଝିପି ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଗତ ରାତିଠୁ ବିଦ୍ୟୁତ ସେବା ବନ୍ଦ ରହିଛି। ପବନ ଯୋଗୁଁ ଲମତାପୁଟ ବିଶାଖାପାଟଣାକୁ ସଂଯୋଗ କରୁଥିବା ରାସ୍ତା ଉପରେ ଗଛପଡି ରାସ୍ତା ଅବରୋଧ ରହିଛି। ଏପଟେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦ୍ୱାରା ରାସ୍ତା ଉପରେ ପଡିଥିବା ଗଛକୁ କାଟି ସଫା କରାଯାଉଛି। ସେହିପରି ଜିଲ୍ଲାର ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର, ସେମିଳିଗୁଡ଼ା, ପଟାଙ୍ଗିରେ ବର୍ଷା ହେଉଛି।

Odisha Weather Odisha Weather News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ