Advertisment

Vastu Tips: ଏହି ଦିଗରେ ଅଛି ତ ଦୋକାନ; ହେବେ ମାଲାମାଲ

ବାସ୍ତୁ ଅନୁଯାୟୀ, ଯେଉଁ ଦୋକାନର ମୁହଁ ପୂର୍ବ ଦିଗକୁ ହୋଇଥାଏ, ତାହା ସବୁଠୁ ଅଧିକ ଲାଭ ଦେଇଥାଏ । ଏହି ଦୋକାନର ଆୟ ବହୁତ ଭଲ ହୋଇଥାଏ। ସେହିପରି ଦକ୍ଷିଣ ମୁହାଁ ଦୋକାନ କେବେ ବି ଭଲ ଲାଭ ଦେଇ ପାରି  ନଥାଏ।

ଅଦ୍ୟତନ ହୋଇଛି
Shop

Shop

Advertisment

ଦୋକାନ ଖୋଲିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଆଶା ଥାଏ କିପରି ବ୍ୟାପାର ଠିକ୍ ରୂପେ ଚାଲିବ ଓ ସର୍ବଦା ଗ୍ରାହକଙ୍କ ଭିଡ଼ ଲାଗି ରହିବ । କିନ୍ତୁ ଏହିଭଳି ଭାଗ୍ୟ ସମସ୍ତଙ୍କର ହୋଇନଥାଏ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ କିଛି ଏପରି କିଛି ଦୋକାନ ରହିଛି, ଯେଉଁଠି ଦିନ ସାରା ବସିବା ପରେ ମଧ୍ୟ ଗ୍ରାହକ ଦୋକାନକୁ ଆସିନଥାନ୍ତି ।

Advertisment

ଏପରି କ୍ଷେତ୍ରରେ ହୁଏତ ଦୋକାନରେ କିଛି ବାସ୍ତୁ ଦୋଷ ଥାଇପାରେ। ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ, ଯାହାକୁ  ଫଲୋ କଲେ ଦୋକାନ କରି ଆପଣ ହୋଇଯିବେ ମାଲାମାଲ।

୧-‍ବାସ୍ତୁ ଅନୁଯାୟୀ, ଯେଉଁ ଦୋକାନର ମୁହଁ ପୂର୍ବ ଦିଗକୁ ହୋଇଥାଏ, ତାହା ସବୁଠୁ ଅଧିକ ଲାଭ ଦେଇଥାଏ । ଏହି ଦୋକାନର ଆୟ ବହୁତ ଭଲ ହୋଇଥାଏ। ସେହିପରି ଦକ୍ଷିଣ ମୁହାଁ ଦୋକାନ କେବେ ବି ଭଲ ଲାଭ ଦେଇ ପାରି  ନଥାଏ।

Advertisment

୨-ଦୋକାନ ମାଲିକ ଅଥବା ସେଠାରେ କାମ କରୁଥିବା ସେଲ୍ସ ମ୍ୟାନ୍‌ ଯେବେ ବି ଅଫିସରେ କାମ କରନ୍ତି, ସେମାନଙ୍କ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ହେବା ଉଚିତ।

୩-ଯେଉଁ ଦୋକାନ ଆକାର ଆଗକୁ ଅଧିକ ସମ୍ପ୍ରସାରିତ ହୋଇଥାଏ, ଓ ପଛକୁ କମ୍‌ ଜାଗା ଥାଏ କିମ୍ବା ବିପରୀତ ହୋଇଥାଏ, ତା’ ହେଲେ ଏହାକୁ ଶୁଭ ବୋଲି ଧରା ଯାଇ ନ ଥାଏ। ଦୋକାନ ଯଦି ବର୍ଗାକାର କିମ୍ବା ଆୟତକାର ଥିବ, ତା’ ହେଲେ ଏହାକୁ ବେପାର ଲାଗି ଶୁଭ ବୋଲି ଧରା ଯାଇଥାଏ।

Advertisment

୪-ବାସ୍ତୁ ଅନୁଯାୟୀ, ନିଜ ଦୋକାନର ଅଳିଆ କେବି ବି ଅନ୍ୟ ଦୋକାନ ସମ୍ମୁଖରେ ପକାନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଉନ୍ନତି ବାଧାପ୍ରାପ୍ତ ହେବ।

୫- ଦୋକାନ ପାଖରେ ଥିବା  ସାମୂହିକ ଜାଗାରେ ମଧ୍ୟ ଅଳିଆ ଗଦା କରନ୍ତୁ ନାହିଁ। ଏହାଦ୍ୱାରା ସେହି ଜାଗାରେ ଥିବା ସମସ୍ତ ଦୋକାନ ମାଲିକ ଆଶାନୁରୂପ ସଫଳତା ପାଇ ପାରି ନ ଥାନ୍ତି।

ଅଧିକ ପଢ଼ନ୍ତୁ: ଘରକୁ ବାରମ୍ବାର ଅତିଥି ଆସୁଛନ୍ତି ଆଉ ସବୁବେଳେ ରୋଷେଇ କରିବାକୁ ପଡୁଛି; ଜାଣନ୍ତୁ କାହିଁକି…

Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ