Advertisment

Vastu Tips: ଘରେ କରୁଛନ୍ତି କି ମୋଡୁଲାର କିଚେନ; ଜାଣନ୍ତୁ, କେଉଁ କଲର ପରଫେକ୍ଟ

ବାସ୍ତୁ ଅନୁଯାୟୀ, କମଳା ରଙ୍ଗ ସବୁବେଳେ ମନରେ ନୂଆ ଆଶା ସଞ୍ଚାର କରିଥାଏ। ଏଥିସହ ଏହା ସମ୍ପର୍କକୁ ମଜଭୁତ କରିଥାଏ ଓ ସବୁବେଳେ ମନରେ ନୂଆ ଶକ୍ତି ଭରି ଦେଇଥାଏ। ତେଣୁ ଆପଣ କିଚେନର କାଠ କାମ କିମ୍ବା ଟାଇଲ୍ସରେ କମଳା ରଙ୍ଗର ପ୍ରୟୋଗ କରିପାରନ୍ତି।

ଅଦ୍ୟତନ ହୋଇଛି
modular-kithen-

modular-kithen-

Advertisment

ସମସ୍ତଙ୍କର ଇଚ୍ଛା ଥାଏ ନିଜ ମନ ପସନ୍ଦର ଏକ ସ୍ୱପ୍ନର ଘର ତିଆରି କରିବାକୁ । ଏଥିଲାଗି ସାରା ଜୀବନର ପୁଞ୍ଜି ବି ବିନିଯୋଗ କରିଥା’ନ୍ତି। ଏବେକାର ଟ୍ରେଣ୍ଡ ଅନୁଯାୟୀ, ପ୍ରାୟତଃ ମହିଳାମାନେ ମୋଡୁଲାର କିଚେନ କରିବାକୁ ଇଚ୍ଛା ପ୍ରକଟ କରୁଛନ୍ତି। ଏହା ରୋଷେଇ ଘରକୁ ସ୍ମାର୍ଟ ଲୁକ୍‌ ଦେଉଥିବା ବେଳେ ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ।

Advertisment

ତେବେ ମୋଡୁଲାର କିଚେନ ତିଆରି ସମୟରେ ଏହାକୁ ଆକର୍ଷଣୀୟ ଓ ସୁନ୍ଦର କରିବାକୁ ବହୁତ ଭାବି ଚିନ୍ତି ରଙ୍ଗର ପ୍ରୟୋଗ କରିବାକୁ ପଡ଼ିଥାଏ, ଯାହା ଆଖିକୁ ସୁନ୍ଦର ଦେଖାଯିବା ସହ ବାସ୍ତୁ ଅନୁଯାୟୀ ମଧ୍ୟ ଶୁଭ ଫଳ ଦେଇଥାଏ।

ଅଧିକ ପଢ଼ନ୍ତୁ: ବିବାହିତ ନାରୀମାନେ ଏହି କଥାକୁ ମାନିଲେ ଘର ହୋଇଯିବ ମାଲାମାଲ୍

ଆଜି ଏପରି ୬ଟି କଲର ବିଷୟରେ ଜାଣିବା, ଯାହାକୁ ଆପଣ ନିଜ ମୋଡୁଲାର କିଚେନରେ ପ୍ରୟୋଗ କଲେ ବାସ୍ତୁ ଅନୁସାରେ ଖୁବ୍‌ ଭଲ ଫଳ ମିଳିବା ସହ ଦେଖିବାକୁ ମଧ୍ୟ ୟୁନିକ ଓ ଆକର୍ଷଣୀୟ ଲାଗିବ ।

Advertisment

ବାସ୍ତୁ ଅନୁଯାୟୀ, କମଳା ରଙ୍ଗ ସବୁବେଳେ ମନରେ ନୂଆ ଆଶା ସଞ୍ଚାର କରିଥାଏ। ଏଥିସହ ଏହା ସମ୍ପର୍କକୁ ମଜଭୁତ କରିଥାଏ ଓ ସବୁବେଳେ ମନରେ ନୂଆ ଶକ୍ତି ଭରି ଦେଇଥାଏ। ତେଣୁ ଆପଣ କିଚେନର କାଠ କାମ କିମ୍ବା ଟାଇଳ୍ସରେ କମଳା ରଙ୍ଗର ପ୍ରୟୋଗ କରିପାରନ୍ତି।

ଧଳା ରଙ୍ଗକୁ ସବୁବେଳେ ଶୁଦ୍ଧ ଓ ପବିତ୍ର ଭାବେ ବିବେଚନା କରାଯାଇଥାଏ। ଏହାର ସମ୍ପର୍କ ସ୍ୱଚ୍ଛତା ଓ ଉଜ୍ଜ୍ୱଳତାର ସହ ରହିଛି। ନିଜ କିଚେନରେ ଏପରି ରଙ୍ଗର ପ୍ରୟୋଗ କରିବା ଦ୍ୱାରା ଖୁବ୍‌ ଟ୍ରେଣ୍ଡି ଲୁକ୍‌ ମିଳିଥାଏ। ବାସ୍ତୁ ଅନୁଯାୟୀ, କିଚେନରେ ଏପରି ରଙ୍ଗର ପ୍ରୟୋଗ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରାଇଥାଏ। କିଚେନର କାନ୍ଥରେ ଆପଣ ଏପରି ରଙ୍ଗ ପ୍ରୟୋଗ କରିପାରିବେ। ଯଦି ଆପଣ ନିଜ କିଚେନକୁ ଘରର ଉତ୍ତର-ପଶ୍ଚିମ ଦିଗରେ କରୁଛନ୍ତି, ତା’ ହେଲେ ଏହାଠୁ ଅଧିକ ଭଲ ରଙ୍ଗ ଆପଣଙ୍କୁ ମିଳିବ ନାହିଁ।

Advertisment

ବାସ୍ତୁରେ ସବୁଜ ରଙ୍ଗକୁ ଆଶା ଓ ଶାନ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ। ଏହା ଆପଣଙ୍କୁ ସବୁଜ ପରିବେଶ ମଧ୍ୟରେ ରହିବା ପରି ଅନୁଭବ ଦେଇଥାଏ। ପେଙ୍ଗଶୁଇ ଅନୁଯାୟୀ, କିଚେନର କାଠ କାମରେ ଗ୍ରୀନ୍‌ ରଙ୍ଗର ବ୍ୟବହାର ଦ୍ୱାରା ବିନା କୌଣସି ବାଧାରେ ଆପଣଙ୍କର ବହୁ ସମସ୍ୟାର ସମାଧାନ ହୋଇଯିବ।

ଅଧିକ ପଢ଼ନ୍ତୁ: ଭୁଲ୍ ଜାଗାରେ ପାଇଖାନା ଟାଙ୍କି ନିର୍ମାଣ କରୁଛନ୍ତି କି...ଘରକୁ ଆସିବ ଏହି ଜଟିଳ ସମସ୍ୟା

Vastu Tips Vastu Tips I Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ