Advertisment

Vastu Tips: ଏହିପରି ବାସ୍ତୁ ଦୋଷ ଥିଲେ ଘରେ ଲାଗିରହେ ଅସ୍ୱାଭାବିକ କଳି ଝଗଡା, ଜାଣନ୍ତୁ ପ୍ରତିକାର...

ଗୃହରେ ବସବାସ କଲେ କିଏ ନ ଚାହେଁ ଯେ, ପରିବାର ମଧ୍ୟରେ ସମସ୍ତଙ୍କର ବୁଝାମଣା ଠିକ୍ ରହୁ ବୋଲି, କିନ୍ତୁ ବହୁ ସ୍ଥାନରେ ଦେଖା ଯାଉଛି ଯେ, ଗୃହ ମଧ୍ୟରେ ସବୁବେଳେ କଳି ଝଗଡା ଲାଗି ରହୁଛି । ଏହି ପ୍ରକାର ଅସ୍ୱାଭାବିକ କଳି ଝଗଡା ବାସ୍ତଦୋଷ କାରଣରୁ ହୋଇଥାଏ । ଆସନ୍ତୁ ସେହି ବାସ୍ତୁଦୋଷ ବିଷୟରେ ଜାଣିବା-

ଅଦ୍ୟତନ ହୋଇଛି
Vastu

Vastu

Advertisment

ମଣିଷ ସୁଖଶାନ୍ତିରେ ନିଜ ପରବାର ସହ ଚଳିବା ପାଇଁ ନିଜ ଜମା ପୁଞ୍ଜିରୁ ଗୃହଟିଏ ନିର୍ମାଣ କରିଥାଏ । କିନ୍ତିୁ ବହୁ ସମୟରେ ବହୁତ ଲୋକମାନେ ବାସ୍ତୁଶାସ୍ତ୍ରକୁ ଅଣଦେଖା କରି ଗୃହନିର୍ମାଣ କରିଦିଅନ୍ତି, ଯାହାଦ୍ୱାରା ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ । ଭିନ୍ନ ପ୍ରକାର ବାସ୍ତୁଦୋଷ ଯୋଗୁଁ ଭିନ୍ନ ଭିନ୍ନ ପ୍ରକାର ସମସ୍ୟା ଉପୁଜିଥାଏ । ଯଦି ଗୃହଟିରେ ବସବାସ କଲାପରେ ଆର୍ଥିକ ସମସ୍ୟା ଲାଗି ରହୁଥାଏ ତେବେ ଆମେ ଜାଣିବା ଯେ ଉକ୍ତ ଗୃହଟିରେ ଉତ୍ତର ଦିଗ ଏବଂ ପଶ୍ଚିମ ଦିଗରେ ବାସ୍ତୁଦୋଷ ଅଛିବୋଲି । ଠିକ୍ ସେହିପରି ଯଦି ସେହି ଗୃହଟିରେ ବସବାସ କଲାପରେ ସବୁବେଳେ କଳି ଝଗଡା ଲାଗି ରହୁଥାଏ ଏବଂ କାହା ସହିତ କାହାର ସମ୍ପର୍କ ଭଲ ରହୁ ନଥାଏ ତେବେ ଆମେ ଜାଣିବା ସେହି ଗୃହରେ ନିଶ୍ଚିତ ଭାବରେ ସମ୍ପର୍କକୁ ପ୍ରଭାବିତ କରୁଥିବା ବାସ୍ତୁଦୋଷ ଅଛି ବୋଲି । ଆସନ୍ତୁ ସେ ବିଷୟରେ ଅଧିକା ଜାଣିବା ।

Advertisment

ଗୃହରେ ବସବାସ କଲେ କିଏ ନ ଚାହେଁ ଯେ, ପରିବାର ମଧ୍ୟରେ ସମସ୍ତଙ୍କର ବୁଝାମଣା ଠିକ୍ ରହୁ ବୋଲି, କିନ୍ତୁ ବହୁ ସ୍ଥାନରେ ଦେଖା ଯାଉଛି ଯେ, ଗୃହ ମଧ୍ୟରେ ସବୁବେଳେ କଳି ଝଗଡା ଲାଗି ରହୁଛି । ଦେଖନ୍ତୁ, କଳିଝଗଡା ସମସ୍ତଙ୍କ ଘରେ ହୁଏ ଏହା ତ ଗୋଟେ ସାଧାରଣ କଥା । କିନ୍ତୁ କିଛି କାରଣ ନ ଥାଇ ଯଦି ଛୋଟଛୋଟ କଥାରେ ହଣାକଟା ପର୍ଯ୍ୟନ୍ତ କଥା ଯାଉଛି କିମ୍ବା ପ୍ରତ୍ୟେକ ଦିନ ଛୋଟଛୋଟ କଥାରେ ବାପ-ପୁଅ ମଧ୍ୟରେ , ସ୍ୱାମୀ-ସ୍ତ୍ରୀ ମଧ୍ୟରେ, ଶାଶୂ-ବୋହୁ ମଧ୍ୟରେ ଝଗଡା ଲାଗି ରହୁଥାଏ, ଏହି ପ୍ରକାର ଅସ୍ୱାଭାବିକ କଳି ଝଗଡା ବାସ୍ତଦୋଷ କାରଣରୁ ହୋଇଥାଏ । ଆସନ୍ତୁ ସେହି ବାସ୍ତୁଦୋଷ ବିଷୟରେ ଜାଣିବା-

୧.ଗୃହ ମଧ୍ୟରେ କଣ୍ଟାବୃକ୍ଷ -

ନିଜ ବଗିଚାରେ ହେଉ କି ଗୃହ ମଧ୍ୟରେ ହେଉ କଣ୍ଟାବୃକ୍ଷ ଲଗାଇବା ଉଚିତ୍ ନୁହେଁ । କଣ୍ଟାବୃକ୍ଷ ସଦା ସର୍ବଦା ଅଶୁଭ ହୋଇଥାଏ । ଏହାର ପ୍ରଭାବରୁ ସମ୍ପର୍କ ମଧ୍ୟରେ ତିକ୍ତତା ଆସିଥାଏ । ଯେମିତି ଶରୀରରେ କଣ୍ଟା ଫୋଡିହେଲେ କଷ୍ଟ ହୋଇଥାଏ ଠିକ୍ ସେହିପରି କଣ୍ଟାବୃକ୍ଷରେ ଥିବା କଣ୍ଟାର ଅଦୃଶ୍ୟ ପ୍ରଭାବ ଆମ ଅବଚେତନ ମନରେ ପଡିଥାଏ ଫଳରେ ସମ୍ପର୍କ ମଧ୍ୟରେ ତିିକ୍ତତା ସୃଷ୍ଟି ହୋଇ କଷ୍ଟ ଦେଇଥାଏ ।

Advertisment

ଅଧିକ ପଢ଼ନ୍ତୁ: ସାବଧାନ ! ଆପଣ ଆଲମିରାରେ ମିରର୍ ଲଗାଇଛନ୍ତି କି...ଆସିବ ଏହି ବିପଦ...

୨. ଗୃହ ମଧ୍ୟରେ ଥିବା କୌଣସି ଯୁଦ୍ଧ କିମ୍ବା ହିଂସ୍ରଜନ୍ତୁର ଫଟୋ-

ଆମେ ଗୃହ ନିର୍ମାଣ କରିସାରିବା ପରେ , ଗୃହର ସୁନ୍ଦରତା ପାଇଁ ଗୃହ ମଧ୍ୟରେ କିଛି ପେଣ୍ଟିଂ ଲଗାଇଥାଉ । ଯେମିତି- ଗ୍ରୀନ୍ ସିନେରି, ଫୁଲ, ପଶୁପକ୍ଷୀ ଇତ୍ୟାଦି ଫଟୋ ଲଗାଇ ଥାଉ । କିନ୍ତୁ ଜାଣି ରଖନ୍ତୁ ଏହି ଫଟୋ ମଧ୍ୟରୁ କେବେବି କୌଣସି ଯୁଦ୍ଧ କିମ୍ବା ଝଗଡ଼ା ହେଉଥିବାର ଫଟୋ ଏମିତିକି ମହାଭାରତର ଯୁଦ୍ଧର ଫଟୋ ମଧ୍ୟ ଘର ରଖିବା ଉଚିତ୍ ନୁହେଁ । ଏହା ସହିତ କୌଣସି ହିଂସ୍ର ଜନ୍ତୁ ଗର୍ଜନ କରୁଥିବା, ଯେମିତିକି ସିଂହ, ବାଘ ଆଦିର ହିଂସ୍ର ରୂପରେ ଥିବା ଫଟୋ ଘରେ ଆଦୌ ରଖିବା କଥା ନୁହେଁ । ଏହା ରଖିବା ଫଳରେ ଏହାର ଏକ ଅଦୃଶ୍ୟ ପ୍ରଭାବ ଆମ ଅବଚେତନ ମନକୁ ପ୍ରଭାବିତ କରିଥାଏ । ଫଳରେ କିଛି କାରଣ ନଥାଇ ଛୋଟ ଛୋଟ କଥାରେ ବିରକ୍ତି ଭାବ ଆସିବା ପରି ଲକ୍ଷଣମାନ ଉପୁଜିଥାଏ, ଫଳରେ କଳି ଝଗଡ଼ା ହୋଇଥାଏ ।

Advertisment

ପ୍ରତିକାର:

ଏହି ପରି ଫଟୋ ସବୁକୁ ହଟାଇ ଦେଇ ସେହି ସ୍ଥାନରେ ସୌମ୍ୟ ଜୀବଜନ୍ତୁଙ୍କ ଫଟୋ କିମ୍ବା ସୁନ୍ଦର ପ୍ରକୃତିର ଫଟୋ ଆଦି ଲଗାଇ ପାରିବେ । ଏହି ଫଟୋ ସବୁ ଲଗାଇବା ପାଇଁ ବାସ୍ତୁରେ ଅନେକ ନିୟମ ଅଛି, ଯେମିତି ଗ୍ରୀନ୍ ସିନେରି ସବୁ ଗୃହର ଉତ୍ତର ପାଶ୍ୱର୍ରେ ରହିବା କଥା ।ଏହିପରି ଅନେକ ନିୟମମାନ ଅଛି । ଏଣୁ ବାସ୍ତୁବିତଙ୍କ ପରାମର୍ଶ ନେଇ ପେଣ୍ଟିଂର ରଙ୍ଗ, ଆଉ ସ୍ଥାନ ନିର୍ଣ୍ଣୟ କରି ଲଗାଇଲେ ଶୁଭଫଳ ମିଳିଥାଏ ।

ଅଧିକ ପଢ଼ନ୍ତୁ: ଘରକୁ ବାରମ୍ବାର ଅତିଥି ଆସୁଛନ୍ତି ଆଉ ସବୁବେଳେ ରୋଷେଇ କରିବାକୁ ପଡୁଛି; ଜାଣନ୍ତୁ କାହିଁକି…

Vastu Tips For Home
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ