Advertisment

Vastu Tips: ପିତୃପୁରୁଷଙ୍କ ଫଟୋ ଘରର ଏହି ସବୁ ସ୍ଥାନରେ ଲଗାଇଛନ୍ତି କି ? ତା’ହେଲେ ସାବଧାନ

ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋକୁ ଆମେ ଘରର ଏମିତି କିଛି ସ୍ଥାନରେ ଲଗାଇଥାଉ, ଯାହା ପରିବାର ଉପରେ ନକରାତ୍ମକ ପ୍ରଭାବ ପକାଏ। ତେବେ ଆସନ୍ତୁ ଜାଣିବା ଘରର କେଉଁ ଜାଗାରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ।

ଅଦ୍ୟତନ ହୋଇଛି
Vastu Tips

Vastu Tips

Advertisment

ଭାରତୀୟ ସଂସ୍କୃତିରେ ପିତୃପୁରୁଷଙ୍କ ଆର୍ଶୀବାଦ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। କୁହାଯାଏ, ପିତୃପୁରୁଷଙ୍କ ଆର୍ଶୀବାଦ ରହିଲେ ଘରେ କୌଣସି ସମସ୍ୟା ହୋଇ ନ ଥାଏ। ଏଥିପାଇଁ ଶ୍ରାଦ୍ଧ ଓ ପିଣ୍ଡଦାନ କରି ପିତୃପୁରୁଷଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପିତୃପୁରୁଷଙ୍କ ଆଶୀର୍ବାଦ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

Advertisment

ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋକୁ ଆମେ ଘରର ଏମିତି କିଛି ସ୍ଥାନରେ ଲଗାଇଥାଉ, ଯାହା ପରିବାର ଉପରେ ନକରାତ୍ମକ ପ୍ରଭାବ ପକାଏ। ତେବେ ଆସନ୍ତୁ ଜାଣିବା ଘରର କେଉଁ ଜାଗାରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ।

୧. ବାସ୍ତୁଶାସ୍ତ୍ର ଅନୁସାରେ, ଘରର ମଝି ଭାଗରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ ନୁହେଁ। ଏହା ଦ୍ୱାରା ସେମାନଙ୍କୁ ଅସମ୍ମାନ ହୋଇଥାଏ, ଯାହାର କୁପ୍ରଭାବ ପରିବାର ଉପରେ ପଡ଼ିଥାଏ ଏବଂ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।

Advertisment

୨. ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଉତ୍ତର ଭାଗରେ ଗୋଟିଏ ସ୍ଥାନକୁ ସ୍ୱଚ୍ଛ ଓ ପବିତ୍ର କରି ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ । ଏହା ସେମାନଙ୍କ ଆତ୍ମାକୁ ଶାନ୍ତି ଦେଇଥାଏ ଏବଂ ଏହାଦ୍ୱାରା ପୂର୍ବ ପୁରୁଷଙ୍କ ଆର୍ଶୀବାଦ ଆପଣଙ୍କୁ ମିଳିଥାଏ।

୩. ବିଶେଷ କରି ପୂଜା ଘରେ ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ, ପୂଜା ଘରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ଓ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳି ନ ଥାଏ ।

Advertisment

ଅଧିକ ପଢ଼ନ୍ତୁ: ଏହି ବାରରେ ଜୋତା ଚପଲ କିଣୁଛନ୍ତି କି ? ତା’ ହେଲେ ହୋଇ ଯାଆନ୍ତୁ ସାବଧାନ।

Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ