Advertisment

Vastu tips: ଭୁଲରେ ବି ପୂଜା ଘରେ ଏହି ଦିଗରେ ଲଗାନ୍ତୁ ନାହିଁ ଦୀପ; ନହେଲେ ...

ବାସ୍ତୁଶାସ୍ତ୍ର ଅନୁସାରେ ଭୁଲରେ ଦକ୍ଷିଣ ଦିଗକୁ ମୁହଁ କରି କେବେ ଦୀପ ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଦକ୍ଷିଣ ଦିଗକୁ ମୁହଁ କରି ଦୀପ ଲଗାଇଲେ ଘରେ ଆର୍ଥିକ ସଙ୍କଟ ଦେଖାଯିବା ସହ କଳି ଝଗଡ଼ା ଲାଗି ରହିଥାଏ।

ଅଦ୍ୟତନ ହୋଇଛି
vastu tips

vastu tips

Advertisment

ପ୍ରତ୍ୟେକ ଘରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ସମ୍ମୁଖରେ ଆମେ ଦୀପ ଜାଳିଥାଉ। କୁହାଯାଏ ଦୀପ ଜାଳିବା ଦ୍ୱାରା ଇଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଘରେ ସକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଏଥିପାଇଁ ଯେକୌଣସି ପୂଜାବ୍ରତରେ ଆରମ୍ଭରୁ ଦୀପ ଲଗାଯାଇଥାଏ। ତା’ପରେ ପୂଜାପାଠର ଅନ୍ୟ ବିଧି କରାଯାଇଥାଏ।

Advertisment

ବେଳେବେଳେ ଆମେ ଅଜାଣତରେ ଭୁଲ୍‌ ଦିଗରେ ଦୀପ ଲଗାଇ ପୂଜାପାଠ କରିଥାନ୍ତି। ଯାହା ଆମକୁ ଜଣାଯାଇନଥାଏ। ଏହା ଦ୍ୱାରା ପରିବାର ଉପରେ ସଙ୍କଟ ମାଡ଼ି ଆସିଥାଏ। ଘରେ ଅଭାବ ଅନାଟନ ଦେଖାଦେଇଥାଏ। ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟି ନଥାଏ। ପରିବାର ମଧ୍ୟରେ କଳିଝଗଡ଼ା ଲାଗିରହିଥାଏ। ତେବେ ଆସନ୍ତୁ ଜାଣିବା ଘର ହେଉ ବା ମନ୍ଦିର କେଉଁ ଦିଗରେ ଦୀପ ଲଗାଇଲେ ଶୁଭ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଭୁଲରେ ଦକ୍ଷିଣ ଦିଗକୁ ମୁହଁ କରି କେବେ ଦୀପ ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଦକ୍ଷିଣ ଦିଗକୁ ମୁହଁ କରି ଦୀପ ଲଗାଇଲେ ଘରେ ଆର୍ଥିକ ସଙ୍କଟ ଦେଖାଯିବା ସହ କଳି ଝଗଡ଼ା ଲାଗି ରହିଥାଏ। ଏହାସହ ଘରର ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। କାହିଁକିନା ଦକ୍ଷିଣ ଦିଗ ହେଉଛି ଯମରାଜଙ୍କ ଦିଗ। ଏହି ଦିଗରେ ଦୀପ ଜାଳିବା ଦ୍ୱାରା ଅଶୁଭ ହୋଇଥାଏ।

Advertisment

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଉତ୍ତର ଦିଗକୁ ମୁହଁ କରି ଦୀପ ଜାଳିଲେ ଶୁଭ ହୋଇଥାଏ। । ଶାସ୍ତ୍ରରେ ଉତ୍ତର ଦିଗଟିକୁ କୁବେରଙ୍କର ଦିଗ ଭାବରେ ବିବେଚନା କରାଯାଇଛି। ଉତ୍ତର ଦିଗରେ ଦୀପ ଲଗାଇବା ଦ୍ୱାରା ଘରେ ଅଭାବ ଅନାଟନ ଦେଖାଯାଇ ନଥାଏ। ଘରେ ସୁଖଶାନ୍ତି ବଢ଼ିଥାଏ ।

ବିଶେଷ ଭାବରେ ପୂଜା କରିବା ସମୟରେ ସବୁବେଳେ ଧ୍ୟାନରେ ରଖିବା ଉଚିତ୍ ଯେ ତେଲ ଦୀପକୁ ସର୍ବଦା ଡାହାଣ ପାର୍ଶ୍ୱରେ ରଖିବେ ଏବଂ ଘିଅ ଦୀପକୁ ସବୁବେଳେ ବାମ ପାର୍ଶ୍ୱରେ ରଖିବା ଉଚିତ। ଏହା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

Advertisment

ଅଧିକ ପଢ଼ନ୍ତୁ: ଘରେ ଏହି ସ୍ଥାନରେ କଲିଂ ବେଲ୍‌ ଅଛି କି ? ତା’ହେଲେ ସାବଧାନ

Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ