Vastu
ଏପରି କିଛି ଜିନିଷ ଅଛି ଯାହା ହାତରୁ ବାରମ୍ବାର ପଡ଼ିଯିବା ହେତୁ ଅଶୁଭ ବୋଲି ବିବେଚନା କରାଯାଏ। ଏପରି ଘଟଣା ବାରମ୍ବାର ଘଟିଲେ ଆପଣଙ୍କ ଆର୍ଥିକ ଉନ୍ନତିରେ ଲାଗିପାରେ ବ୍ରେକ୍। ହଠାତ୍ ଘରେ ଆର୍ଥିକ ସଙ୍କଟ ଦେଖାଦେଇପାରେ। ଫଳରେ ଘରେ ଅଶାନ୍ତି ଓ କଳହ ଆରମ୍ଭ ହୋଇଯାଏ । ଆସନ୍ତୁ ଜାଣିବା ସେ ବିଷୟରେ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ରହୁଥିବା ଲୁଣ ବାରମ୍ବାର ହାତରୁ ଖସି ପଡ଼ିବା ଅଶୁଭ। କାରଣ ଲୁଣ ଚନ୍ଦ୍ର ଓ ଶୁକ୍ର ଗ୍ରହର ପ୍ରତିନିଧିତ୍ୱ କରିଥାଏ। ଅଧିକାଂଶ ସମୟରେ ହାତରୁ ଲୁଣ ଖସି ପଡ଼ିବା ଅର୍ଥ ଆପଣଙ୍କ ପରିବାର ଉପରକୁ ବିପଦ ମାଡ଼ି ଆସିପାରେ।
ଗ୍ୟାସ୍ରେ କ୍ଷୀର ଗରମ କରୁଥିବା ବେଳେ ଯଦି ତାହା ବାରମ୍ବାର ଉତୁରି ଯାଉଛି ତାହା ବି ଶୁଭ ଲକ୍ଷଣ ନୁହେଁ। ଏହାଦ୍ୱାରା ଘରର ଉନ୍ନତି ହୋଇନଥାଏ। କାରଣ କ୍ଷୀରର ସମ୍ପର୍କ ଚନ୍ଦ୍ର ସହ ଥିବା କୁହାଯାଏ । ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ର ଗ୍ରହ ଶକ୍ତିହୀନ ଥିଲେ ଏପରି ହୁଏ ବୋଲି ବିଶ୍ୱାସ ରହିଛି।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ସମୟରେ ସୋରିଷ ତେଲ ଯଦି ତଳେ ପଡ଼ୁଛି ତାହା ବି ଅଶୁଭ । କାରଣ ସୋରିଷ ତେଲର ସମ୍ପର୍କ ଶନି ଦେବତାଙ୍କ ସହ ଥାଏ। ତେଣୁ ହାତରୁ ବାରମ୍ବାର ସୋରିଷ ତେଲ ଯଦି ଖସୁଛି ତା’ ହେଲେ ଶନି ଦେବତା ଆପଣଙ୍କ ଉପରେ ପ୍ରସନ୍ନ ନାହାନ୍ତି ବୋଲି ଜାଣି ରଖନ୍ତୁ। ତେଣୁ ଆପଣଙ୍କୁ ଶନି ଦେବଙ୍କ କୋପର ସମ୍ମୁଖୀନ ହେବାକୁ ପଡ଼ିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Vastu_1739350870.jpg)