Advertisment

Vastu Tips: ବାସ୍ତୁର ଶୁଭ ଓ ଅଶୁଭ ପ୍ରଭାବ ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ କି… ଆସନ୍ତୁ ଜାଣିବା

ଅନେକ ସମୟରେ କିଛି ଲୋକମାନଙ୍କ ମନରେ ପ୍ରଶ୍ନ ଆସେ ଯେ, ବାସ୍ତୁର ଶୁଭ ଓ ଅଶୁଭ ଫଳ ପୁରୁଷ ଓ ମହିଳାଙ୍କ ପାଇଁ କ’ଣ ଭିନ୍ନ ଭିନ୍ନ କି? ତେବେ ଏହି ପ୍ରଶ୍ନର ଉତ୍ତରରେ ବାସ୍ତୁର ନିୟମ କ’ଣ କହୁଛି ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Do the auspicious and inauspicious effects differ for men and women in

Do the auspicious and inauspicious effects differ for men and women in

Advertisment

ଆଜିକାଲି ବାସ୍ତୁଶାସ୍ତ୍ରକୁ ପ୍ରାୟ ଅଧିକାଂଶ ଲୋକ ବିଶ୍ୱାସ କରୁଛନ୍ତି ଏବଂ ନିର୍ମାଣ କାର୍ଯ୍ୟରେ ବ୍ୟବହାର ମଧ୍ୟ କରୁଛନ୍ତି। ଭାରତର ଏହି ବିଦ୍ୟା କେବଳ ଆଉ ଭାରତ ମଧ୍ୟରେ ସିମିତ ନାହିଁ ଏହା ପ୍ରାୟ ସମଗ୍ର ବିଶ୍ୱରେ ବ୍ୟବହାର କରାଯାଉଛି। ଜର୍ମାନ୍‌, ଚୀନ୍‌, ଜାପାନ୍‌, ଲଣ୍ଡନ୍‌, ଆମେରିକା, ନିୟୁଅର୍କ ଭଳି ପ୍ରଗତିଶୀଳ ରାଷ୍ଟ୍ରମାନେ ମଧ୍ୟ ବ୍ୟବହାର କରୁଛନ୍ତି ଏବଂ ଏହାର ଶୁଭ ପ୍ରଭାବ ମଧ୍ୟ ଅନୁଭବ କରୁଛନ୍ତି।

Advertisment

ବର୍ତ୍ତମାନ ଏହି ବିଦ୍ୟା ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟରେ ସମଗ୍ର ବିଶ୍ୱରେ ଏକ ପରିଚିତ ବ୍ୟବସ୍ଥା ହୋଇଯାଇଛି। ସେଥିପାଇଁ ଆର୍କିଟେକ୍ଚର ଛାତ୍ରଛାତ୍ରୀମାନେ ଏହି ବାସ୍ତୁଶାସ୍ତ୍ରକୁ ବ୍ୟବହାର କରି ଗୃହ ନିର୍ମାଣର ନକ୍ସା ଆଦି ତିଆରି କରୁଛନ୍ତି।

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

Advertisment

ଏହା ମଧ୍ୟ ଆଜି ପ୍ରମାଣିତ ଯେ, ସେ ଗୃହ ନିର୍ମାଣ ହେଉ କି ବଡ଼ ବଡ଼ ବଙ୍ଗଳା ଆଦି ହେଉ ବା ନଗର, ଫ୍ୟାକ୍ଟ୍ରି ଏବଂ ଯେକୌଣସି ବ୍ୟବସାୟ ସ୍ଥଳ ହେଉ ଏପରି କି ମନ୍ଦିର ନିର୍ମାଣରେ ମଧ୍ୟ ବାସ୍ତୁଶାସ୍ତ୍ରର ବ୍ୟବହାର କରାଯାଇ ଏହାର ଶୁଭଫଳକୁ ମଧ୍ୟ ପାଇ ହେଉଛି। ଠିକ୍ ଏହାର ବିପରୀତ ଅର୍ଥାତ ଯେକୌଣସି ନିର୍ମାଣ କାର୍ଯ୍ୟ ଯଦି ବାସ୍ତୁ ବିରୋଧି ହୋଇଥାଏ ତେବେ ଏହିପରି ସ୍ଥାନରେ ବସବାସ କରୁଥିବା ଲୋକମାନେ ଅନେକ ଅଶୁଭ ଫଳ ପାଇବା ମଧ୍ୟ ନଜରକୁ ଆସିଛି।

ଅନେକ ସମୟରେ କିଛି ଲୋକମାନଙ୍କ ମନରେ ପ୍ରଶ୍ନ ଆସେ ଯେ, ବାସ୍ତୁର ଶୁଭ ଓ ଅଶୁଭ ଫଳ ପୁରୁଷ ଓ ମହିଳାଙ୍କ ପାଇଁ କ’ଣ ଭିନ୍ନ ଭିନ୍ନ କି? ତେବେ ଏହି ପ୍ରଶ୍ନର ଉତ୍ତରରେ ବାସ୍ତୁର ନିୟମ କ’ଣ କହୁଛି ଆସନ୍ତୁ ଜାଣିବା।

Advertisment

ଏହି ଦିଗ ପୁରୁଷମାନଙ୍କୁ ପ୍ରଭାବିତ କରେ:

ଏହି ସ୍ତମ୍ଭରେ ପୂର୍ବରୁ ଆମେ ଜାଣିଛେ ବାସ୍ତୁରେ ଦିଗର ମହତ୍ୱ ବିଷୟରେ। ଏହି ଦିଗ ମଧ୍ୟରେ ପୁରୁଷମାନଙ୍କୁ ପ୍ରଭାବିତ କରୁଥିବା ଦିଗଗୁଡ଼ିକ ହେଉଛି ଉତ୍ତର-ପୂର୍ବ ଅର୍ଥାତ୍ ଐଶାନ୍ୟ କୋଣକୁ ଲାଗିଥିବା ଉତ୍ତର ଭାଗ ଓ ପୂର୍ବ ଭାଗ, ଉତ୍ତର-ପଶ୍ଚିମ ଅର୍ଥାତ ବାୟବ୍ୟ କୋଣକୁ ଲାଗିଥିବା ପଶ୍ଚିମ ଭାଗ ଓ ଦକ୍ଷିଣ-ପଶ୍ଚିମ ଅର୍ଥାତ ନୈଋତ କୋଣ।

ତେବେ ମୋଟାମୋଟି ଭାବରେ କହିବାକୁ ଗଲେ ଉତ୍ତର ଉତ୍ତର-ପୂର୍ବ, ପୂର୍ବ ଉତ୍ତର-ପୂର୍ବ, ପଶ୍ଚିମ ଉତ୍ତର-ପଶ୍ଚିମ ଏବଂ ଦକ୍ଷଣ-ପଶ୍ଚିମ, ଏହିସବୁ ସ୍ଥାନ ବାସ୍ତୁରେ ପୁରୁଷମାନଙ୍କୁ ବେଶି ପ୍ରଭାବିତ କରିଥାଏ ଏବଂ ମହିଳାଙ୍କୁ କମ ପ୍ରଭାବିତ କରିଥାଏ।

ଏହି ଦିଗ ମହିଳାମାନଙ୍କୁ ପ୍ରଭାବିତ କରେ:

ଠିକ ସେହିପରି ପୂର୍ବ ଦକ୍ଷିଣ-ପୂର୍ବ (ଆଗ୍ନେୟ କୋଣକୁ ଲାଗିଥିବା ପୂର୍ବଭାଗ) ଦକ୍ଷିଣ ଦକ୍ଷିଣ-ପୂର୍ବ (ଆଗ୍ନେୟ କୋଣକୁ ଲାଗିଥିବା ଦକ୍ଷିଣ ଭାଗ) ପଶ୍ଚିମ ଦକ୍ଷିଣ-ପଶ୍ଚିମ (ନୈଋତ କୋଣକୁ ଲାଗିଥିବା ପଶ୍ଚିମ ଭାଗ) ଏବଂ ଉତ୍ତର ଉତ୍ତର-ପଶ୍ଚିମ (ବାୟୁ କୋଣକୁ ଲାଗିଥିବା ଉତ୍ତର ଭାଗ) ଏହିସବୁ ସ୍ଥାନର ବାସ୍ତୁ ଦୋଷ ବିଶେଷକରି ମହିଳାମାନଙ୍କୁ ବେଶି ପ୍ରଭାବିତ କରିଥାଏ ଏବଂ ପୁରୁଷମାନଙ୍କୁ କମ୍ ପ୍ରଭାବିତ କରିଥାଏ।

ଅଧିକ ପଢ଼ନ୍ତୁ: Vastu Tips: ଘରର ଏହି ଦିଗରେ କଳା ରଙ୍ଗ କରିଛନ୍ତି କି… ଜାଣନ୍ତୁ କେଉଁସବୁ ବିପଦର ସମ୍ମୁଖିନ ହେବାକୁ ପଡିବ

ଘରେ କାହାର ଆଧିପତ୍ୟ ଚାଲେ:

ଯଦି ଜଣଙ୍କ ଗୃହର ପ୍ରବେଶ ଦ୍ୱାର ପୁରୁଷମାନଙ୍କୁ ପ୍ରଭାବିତ କରୁଥିବା ଉପର ଲିଖିତ ଦିଗମାନଙ୍କରେ ଥାଏ ତେବେ ସେହିପରି ଗୃହରେ ଦେଖିବେ ପୁରୁଷମାନଙ୍କ ଆଧିପତ୍ୟ ବେଶୀ ଚାଲିଥାଏ ଏବଂ ଯଦି ଦେଖିବେ ଗୃହର ପ୍ରବେଶ ଦ୍ୱାର ଯଦି ମହିଳାମାନଙ୍କୁ ପ୍ରଭାବିତ କରୁଥାଏ ଏବଂ ଉପର ଲିଖିତ ଦିଗମାନଙ୍କରେ ଥାଏ ତେବେ ଦେଖିବେ ସେହିପରି ଗୃହରେ ମହିଳାମାନଙ୍କର ଆଧିପତ୍ୟ ବେଶି ଚାଲିଥାଏ।

ଏହିପରି ଭାବେ ବାସ୍ତୁଦୋଷ ପୁରୁଷ ଓ ମହିଳାମାନଙ୍କୁ ଭିନ୍ନ ଭାବରେ ପ୍ରଭାବିତ କରିଥାଏ। ଏହାର ଶୁଭ ଆଉ ଅଶୁଭ କଥା ଆଗକୁ ଜାଣିବା। ଏନେଇ ଏ ଲେଖକର ସମସ୍ତଙ୍କୁ ଅନୁରୋଧ ଯେ ବାସ୍ତୁଶାସ୍ତ୍ର ଖାଲି କଥା କହିବା ଶାସ୍ତ୍ର ନୁହେଁ ଆପଣ ଏହାର ପ୍ରଭାବ ପ୍ରାକ୍‌ଟିକାଲ୍ କରି ମଧ୍ୟ ଶୁଭ ଅଶୁଭ ଫଳ ମଧ୍ୟ ଦେଖିପାରିବେ। ଏଣୁ ପ୍ରତ୍ୟେକ ନିର୍ମାଣ ନୂଆ କରନ୍ତୁ କି ମରାମତି କରନ୍ତୁ, ବାସ୍ତୁଶାସ୍ତ୍ରର ସମସ୍ତ ନିୟମ ମାନି କଲେ ଶୁଭଫଳ ନିଶ୍ଚିତ ପାଇବେ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Bichar Vastu Tips In Odia Vastu Tips Vastu Shastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ