Advertisment

Vastu Tips: ଘରେ ଏହି ସ୍ଥାନରେ କଲିଂ ବେଲ୍‌ ଅଛି କି ? ତା’ହେଲେ ସାବଧାନ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଲିଂ ବେଲ୍‌ ଲଗାଇଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ଜାଣିବା, ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କଲିଂ ବେଲ୍‌ ଲଗାଇବା ବେଳେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ।

ଅଦ୍ୟତନ ହୋଇଛି
vastu tips

vastu tips

Advertisment

ଆଜିକାଲି ଘରର ମୁଖ୍ୟ ଦ୍ୱାରରେ କଲିଂ ବେଲ୍‌ ଲଗାଇବା ଏକପ୍ରକାର ଜରୁରୀ। ତେବେ ଘରର ଅନ୍ୟାନ୍ୟ ସାମଗ୍ରୀ ଭଳି ଏହି କଲିଂ ବେଲ୍‌ ଲଗାଇବା ପାଇଁ ମଧ୍ୟ ବାସ୍ତୁ ଶାସ୍ତ୍ରରେ ଆବଶ୍ୟକ ପରାମର୍ଶ ଦିଆଯାଇଛି। ବାସ୍ତୁ ଶାସ୍ତ୍ରର ପରାମର୍ଶ ଅଣଦେଖା କରି କଲିଂ ବେଲ୍‌ ଲଗାଇବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବାର ଆଶଙ୍କା ରହିଥାଏ।

Advertisment

କୁହାଯାଇଛି, କଲିଂ ବେଲ୍‌ ଲଗାଇବାରେ ବାସ୍ତୁ ଦୋଷ ରହିଲେ, ପରିବାରର ସଦସ୍ୟମାନଙ୍କ ସ୍ୱଭାବ ଚିଡ଼ି ଚିଡ଼ା ହୋଇଥାଏ। ଆଉ ପରିବାର ଲୋକଙ୍କ ଭିତରେ ବିବାଦ ମଧ୍ୟ ସୃଷ୍ଟି ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଲିଂ ବେଲ୍‌ ଲଗାଇଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ଜାଣିବା, ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କଲିଂ ବେଲ୍‌ ଲଗାଇବା ବେଳେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ।

Advertisment

ବାସ୍ତୁଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ ଦ୍ୱାରରେ କଲିଂ ବେଲ୍‌ ଚଟାଣରୁ ପାଖାପାଖି ପାଞ୍ଚ ଫୁଟ୍‌ ଉଚ୍ଚରେ ଲଗାଇବା ଉଚିତ୍‌। ଏହାଦ୍ୱାରା ଶୁଭଫଳ ମିଳିଥାଏ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ସେହିପରି ଘରର ନାମଫଳକ ଏହି କଲିଂ ବେଲ୍‌ର ଉପରେ ରହିବା ଆବଶ୍ୟକ। ଏପରି କଲେ, ପରିବାରର ମୁଖିଆଙ୍କୁ ଯଶ ଓ ସମ୍ମାନ ମିଳିଥାଏ। ଏହା ଛଡ଼ା ଘରେ ସକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିବା ଦ୍ୱାରା ଖୁସିର ବାତାବରଣ ରହିଥାଏ ଏବଂ ପରିବାର ଲୋକେ ମିଳିମିଶି ରହିଥା'ନ୍ତି।

Advertisment

ଅଧିକ ପଢ଼ନ୍ତୁ: ଜାଣି ରଖନ୍ତୁ ବିବାହିତା ମହିଳା... ଏହି ଜିନିଷ କେବେ ବି ଦିଅନ୍ତୁ ନାହିଁ।

Vastu Tips For Home Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ