Advertisment

ହ୍ୱାଟ୍ସଆପ୍‌କୁ ଟକ୍କର ଦେବ କି ଏଲନ୍‌ଙ୍କ ‘X’...

ଏହି ସେବା ପାଇଁ ୟୁଜର୍ସଙ୍କୁ ଫୋନ୍ ନମ୍ବର ଦରକାର ପଡିବନି। ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଖୁବଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ।

Elon Musk

Elon Musk

Advertisment

ସୋସିଆଲ ମିଡିଆ X ରେ କରି ହେବ ଅଡିଓ ଓ ଭିଡିଓ କଲ୍ । କଲ୍ ପାଇଁ ଦରକାର ପଡ଼ିବନି ଫୋନ୍ ନମ୍ବର । ଅଡିଓ ଓ ଭିଡିଓ କଲ୍ ପାଇଁ ଲୋକଙ୍କ ପସନ୍ଦ ପାଲଟିଥିବା ହ୍ୱାଟସଆପକୁ କଡ଼ା ଟକ୍କର ଦେବ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ । ଖୁବଶୀଘ୍ର ଏକ୍ସ ବା ପୂର୍ବର ଟ୍ୱିଟରରେ କରି ହେବ ଅଡିଓ ଓ ଭିଡିଓ କଲ୍ ।

Advertisment

ଖୋଦ୍ X ର ବସ୍ ଏଲନ ମସ୍କ ନିଜ ଆକାଉଣ୍ଟ ମାଧ୍ୟମରେ ଏହି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏକ୍ସରେ ଗ୍ରାହକ ଅତି ସହଜରେ ଅଡିଓ ଓ ଭିଡିଓ କଲ କରିପାରିବେ। ଏହି ସେବା ପାଇଁ ୟୁଜର୍ସଙ୍କୁ ଫୋନ୍ ନମ୍ବର ଦରକାର ପଡିବନି। ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଖୁବଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ।

X ର କେଉଁଠି ମିଳିବ ଏହି ସୁବିଧା ? କେମିତି କରିହେବ ଭିଡ଼ିଓ କଲ୍ ? ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଅଡିଓ ଓ ଭିଡିଓ କଲର ଇଣ୍ଟରଫେସ୍ ଅନ୍ୟ ଆପ୍ ଭଳି ଦେଖାଯିବ। X ର ମେସେଜ୍ ସେକ୍ସନରେ ଅଡିଓ କିମ୍ବା ଭିଡିଓ କଲ କରିବା ପାଇଁ ଅପସନ୍ ରହିବ। ୟୁଜର୍ସ ସିଧାସଳଖ ସେଠାକୁ ଯାଇ ଏହି ଦୁଇ ସେବା ପାଇପାରିବେ। ତେବେ ଏହି ଫିଚର କେବଳ ବ୍ଲୁ ଟିକ୍ ସବସ୍କ୍ରାଇବରଙ୍କ ପାଇଁ ନା ସମସ୍ତ ଏକ୍ସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ସେନେଇ ମସ୍କ ସ୍ପଷ୍ଟ କରିନାହାଁନ୍ତି।

Advertisment

X ରେ କଲିଂ ଫିଚର ଆଣି ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାକୁ ଅଡୁଆରେ ପକାଇଛନ୍ତି ମସ୍କ। କାରଣ, ଏହା ପୂର୍ବରୁ କଲ୍ ର ସୁବିଧା ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପରେ ଉପଲବ୍ଧ ଥିଲା। ଏକ୍ସକୁ ଟକ୍କର ଦେବାକୁ ମେଟା ଫାଉଣ୍ଡର ମାର୍କ ଜୁକରବର୍ଗ ନିକଟରେ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡସ୍ ର ଲଂଚ କରିଥିଲେ। ସେପଟେ ଏକ୍ସରେ ଆସିବାକୁ ଥିବା ନୂଆ ସେବା ଅନ୍ୟଠାରୁ ଭିନ୍ନ ଏବଂ ସ୍ବତନ୍ତ୍ର ବୋଲି କହିଛନ୍ତି ଏକ୍ସ ମୁଖ୍ୟ ଏଲନ୍ ମସ୍କ।

Twitter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ