ଆଜିଠୁ ଲାଗୁ ହେବ ସୋସିଆଲ ମିଡିଆ ଟ୍ୱିଟରର ନୂଆ ଲୋଗୋ । ଏନେଇ ନିଷ୍ପତ୍ତି ନେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ଏମିତି କି ସେ ଟ୍ୱିଟର ନାଁକୁ ମଧ୍ୟ ସଂପୂର୍ଣ୍ଣ ହଟାଇବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ଟ୍ୱିଟର ଡଟ୍ କମ ବଦଳରେ ଏହାକୁ X.com କରିସାରିଛନ୍ତି ମସ୍କ ।
ୱେବସାଇଟ୍ରେ X.com ଟାଇପ କଲେ ଏବେ ଟ୍ୱିଟର ପେଜ୍ ଖୋଲୁଛି । ଆଜିଠୁ ଟ୍ୱିଟରର ନୀଳ ଚଢ଼େଇ ବଦଳରେ ଏକ୍ସ ଡଟ କମ୍ର ଲୋଗୋ ବ୍ୟବହାର ହେବ ବୋଲି ସୂଚନା ମିଳିଛି । ଟ୍ୱିଟର ପ୍ଲାଟଫର୍ମକୁ ଏକ ସୁପର ଆପ ଭାବେ ବିକଶିତ କରିବାକୁ ମସ୍କ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଆପକୁ 'ଏକ୍ସ' ଭାବେ ବିକଶିତ କରିବା ସହ ଏଥିରେ ସୋସିଆଲ ମିଡିଆ ସାଙ୍ଗକୁ ଟାକ୍ସି ବୁକିଂ, ସପିଂ, ପେମେଣ୍ଟ ଆଦି କରିବା ଅପସନ ଆସିବ ବୋଲି କୁହାଯାଉଛି।
Also Read
ବର୍ତ୍ତମାନ ଏହି ପ୍ଲାଟଫର୍ମ ଏକ୍ସ କର୍ପୋରେସନ କଂପାନି ଅଧିନରେ ରହିବ । ଏହା ଟ୍ୱିଟରର ପ୍ୟାରେଣ୍ଟ କଂପାନି ହେବ । ୧୯୯୯ ମସିହାରେ ମସ୍କ ଏକ୍ସ ଡଟ କମ୍ କଂପାନି ଗଢିଥିଲେ । ଏବେ ଟ୍ୱିଟରର ୨ ଶହ ମିଲିୟନ ଆକଟିଭ ୟୁଜର୍ସ ଅଛନ୍ତି । ଗତ ୨୦୨୨ରେ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଥିଲେ ।