ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍‌ ? ରଖନ୍ତୁ ଏହି ୪ ଆପ୍‌, ମିଳିବ ଅନେକ ଫାଇଦା

ଆପଣ ଜାଣନ୍ତି କି ? ଏମିତି ୪ଟି ଆପ୍‌ ରହିଛି ଯାହା ଆପଣ ଆପଣଙ୍କ ଫୋନ୍‌ରେ ରଖିବା ନିହାତି ଜରୁରୀ । କାରଣ ଏହି ଆପ୍‌ ଗୁଡ଼ିକ ଦ୍ୱାରା ଆପଣ ଅନେକ ସୁବିଧା ପାଇପାରିବେ ।

ଫୋନ୍‌ରେ ରଖନ୍ତୁ ଏହି ୪ ଆପ୍‌

ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି । ନିଜର ସୁବିଧାକୁ ଦୃଷ୍ଟିରେ ରଖି ଅନେକ ଆପ୍‌ ଫୋନ୍‌ରେ ରଖୁଛନ୍ତି । ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଏବଂ ଟ୍ୱିଟର ପରି ଆପ୍‌ରେ ଆକ୍‌ଟିଭ୍‌ ରହୁଛନ୍ତି ଲୋକେ । ଏହା ବ୍ୟତୀତ ଅନେକ୍‌ ଆପ୍‌ ମଧ୍ୟ ଲୋକମାନେ ବ୍ୟବହାର କରୁଛନ୍ତି । ହେଲେ ଆପଣ ଜାଣନ୍ତି କି ? ଏମିତି ୪ଟି ଆପ୍‌ ରହିଛି ଯାହା ଆପଣ ଆପଣଙ୍କ ଫୋନ୍‌ରେ ରଖିବା ନିହାତି ଜରୁରୀ । କାରଣ ଏହି ଆପ୍‌ ଗୁଡ଼ିକ ଦ୍ୱାରା ଆପଣ ଅନେକ ସୁବିଧା ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ସମସ୍ତ ୪ ଆପ୍‌ ବିଷୟରେ..

UPI

ପ୍ରଥମେ ରହିଛି UPI । ଆପଣ ଏହାକୁ ମୋବାଇଲରେ ରଖିବା ଦ୍ୱାରା ଯେକୌଣସି ସମୟରେ ଅନ୍‌ଲାଇନ୍‌ ପେମେଣ୍ଟ କରିବାର ସୁବିଧା ପାଇପାରିବେ ।

ଗୁଗଲ ଫାଇଣ୍ଡ ମ୍ୟାପ୍‌

ଆପଣଙ୍କ ମୋବାଇଲ୍‌ରେ ଗୁଗଲ ଫାଇଣ୍ଡ ମ୍ୟାପ୍‌ ରଖିବା ନିହାତି ଜରୁରୀ । ଏହି ଆପ୍ ରଖିବା ଦ୍ୱାରା ଆପଣଙ୍କ ମୋବାଇଲ୍‌ ଯଦି ଚୋରି ହୋଇଯାଏ, ତେବେ ଆପଣ ଚୋରି ହୋଇଥିବା ମୋବାଇଲ୍‌କୁ ଖୋଜିବାରେ ସଫଳ ହୋଇପାରିବେ ।

ଉମଙ୍ଗ ଆପ୍‌

ଆପଣଙ୍କ ଫୋନ୍‌ରେ ଉମଙ୍ଗ ଆପ୍‌ ରଖିବା ବି ଜରୁରୀ । କାରଣ ଏହି ଆପ୍‌ ରଖିବା ଦ୍ୱାରା ଆପଣ ଅନେକ କାମ ସହଜରେ କରିପାରିବେ ।

ଗୁଗଲ ମ୍ୟାପ୍‌ ଆପ୍‌

ଗୁଗଲ ମ୍ୟାପ୍‌ ବି ଆପଣ ଫୋନ୍‌ରେ ରଖିବା ନିହାତି ଆବଶ୍ୟକ । କାରଣ ଆପଣ କୌଣସି ଅଜଣା ସ୍ଥାନକୁ ଗଲେ ଏହା ଆପଣଙ୍କୁ ସଠିକ୍‌ ସ୍ଥାନରେ ପହଞ୍ଚାଇବାକୁ ସହାଯ୍ୟ କରିଥାଏ ।