Advertisment

ହ୍ୱାଟ୍ସଆପ ଉପଭୋକ୍ତାଙ୍କୁ ମିଳିବ ନୂଆ ସୁବିଧା : ଏକାଧିକ ଡିଭାଇସରେ ଖୋଲି ହେବ ଆକାଉଣ୍ଟ

ହ୍ୱାଟ୍ସଆପରେ ଏଣିକି ଗୋଟିଏ ନୁହେଁ, ଏକାଧିକ ଡିଭାଇସରେ ଖୋଲି ହେବ ଆକାଉଣ୍ଟ। ଏହା କେମିତି ବୋଲି ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ରିପୋର୍ଟ...

ଅଦ୍ୟତନ ହୋଇଛି
whatsaap

whatsaap

Advertisment

ବ୍ୟବହାରକାରୀଙ୍କ ପାଇଁ ନୂଆ ସୁବିଧା ଆଣିଛି ମେସେଜିଙ୍ଗ୍‌ ଆପ୍‌ ହ୍ୱାଟ୍ସଆପ୍‌। ଜଣେ ୟୁଜର ଏବେ ଏକ ସଙ୍ଗେ ଏକାଧିକ ଡିଭାଇସ୍‌ରେ ନିଜ ହ୍ୱାଟ୍‌ସଆପ୍‌ ଆକାଉଣ୍ଟ ଚଳାଇ ପାରିବେ। ଏହି ବୈଶିଷ୍ଟ୍ୟ ସହାୟତାରେ ୟୁଜର ନିଜ ହ୍ୱାଟ୍‌ସଆପ୍‌ ଆକାଉଣ୍ଟର ଲଗ୍‌ଇନ୍‌ ସ୍ମାର୍ଟଫୋନ୍‌ ସମେତ ଲାପ୍‌ଟପ୍‌, ଟାବ୍‌ଲେଟ୍‌ ବା ଅନ୍ୟ କୌଣସି ଡିଭାଇସ୍‌ରେ କରିପାରିବେ। କେବଳ ଏତିକି ନୁହେଁ, ଏହି ଆକାଉଣ୍ଟକୁ ଲଗ୍‌ ଇନ୍‌ ରଖିବା ପାଇଁ ଆଉ ଇଣ୍ଟରନେଟର ଆବଶ୍ୟକ ପଡ଼ିବ ନାହିଁ। ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ବ୍ୟବହାରକାରୀ ଏହି ନୂଆ ସୁବିଧାର ଫାଇଦା ନେଇପାରିବେ।

Advertisment

ପୂର୍ବରୁ ‘ହ୍ୱାଟ୍ସଆପ୍‌ ୱେବ୍‌’ ଦ୍ୱାରା ଡେସ୍କଟପ୍‌ରେ ଲଗ୍‌ଇନ୍‌ କରାଯିବା ବେଳେ ଇଣ୍ଟରନେଟ୍‌ ଜରୁରି ଥିଲା। ଏଥିସହ ସ୍ମାର୍ଟଫୋନ୍‌ରେ ମଧ୍ୟ ଇଣ୍ଟରନେଟ୍‌ ଓ ହ୍ୱାଟ୍ସଆପ୍‌କୁ ଅନ୍‌ ରଖିବାକୁ ପଡ଼ୁଥିଲା। କିନ୍ତୁ ଏବେ ପ୍ରାଇମେରି ଡିଭାଇସ୍‌ ବା ସ୍ମାର୍ଟଫୋନ୍‌ ବିନା ମଧ୍ୟ ଅନ୍ୟ ଡିଭାଇସ୍‌ରେ ଆକାଉଣ୍ଟକୁ ଆକ୍ସେସ୍‌ କରାଯାଇ ପାରିବ। ୱେବ୍‌ ୟୁଜରମାନେ ସ୍ମାର୍ଟଫୋନ୍‌ରେ ଇଣ୍ଟରନେଟ୍‌ କନେକ୍ସନ୍‌ ନ କରି ମେସେଜ୍‌ ପଠାଇ ପାରିବେ ଏବଂ ଗ୍ରହଣ କରିପାରିବେ। ତେବେ ଏଥିପାଇଁ ୟୁଜରଙ୍କୁ ବିଟା ପ୍ରୋଗ୍ରାମ୍‌ରେ ସାମିଲ ହେବାକୁ ପଡ଼ିବ। ଏ 

ହ୍ୱାଟ୍ସଆପ୍‌ ବ୍ୟବହାରକାରୀମାନେ ସେମାନଙ୍କ ଆକାଉଣ୍ଟକୁ ୪ଟି ପର୍ଯ୍ୟନ୍ତ ଡିଭାଇସ୍‌ରେ ଲିଙ୍କ୍‌ କରାଇ ପାରିବେ। ଏଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ୍‌କୁ ସୁନିଶ୍ଚିତ କରୁଥିବା କମ୍ପାନି ଦାବି କରିଛି। ଏହା ଦ୍ୱାରା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ମେସେଜ୍‌, ମିଡିଆ ଓ କଲ୍‌ ଆଦି ଗୋପନ ରହିବ ଏବଂ କୌଣସି ତୃତୀୟ ପକ୍ଷ ଏହାକୁ ହାସଲ କରିପାରିବ ନାହିଁ। ଫୋନ୍‌ରେ ଆକ୍ଟିଭ୍‌ ଇଣ୍ଟରନେଟ୍‌ ନ ଥିଲେ ମଧ୍ୟ ଡେସ୍କଟପ୍‌ରେ ହ୍ୱାଟ୍ସଆପ୍‌ ୱେବ୍‌ ବ୍ୟବହୃତ କରି ହେବ। ଯଦି ମୁଖ୍ୟ ଡିଭାଇସ୍‌ ୧୪ ଦିନ ପାଇଁ ଡିସ୍‌କନେକ୍ଟେଡ୍‌ ରୁହେ, ତେବେ ଲିଙ୍କଡ ଡିଭାଇସ୍‌ ସ୍ୱୟଂ କ୍ରିୟ ଭାବେ ଲଗ୍‌ ଆଉଟ୍‌ ହୋଇଯିବ।

Advertisment

ଫୋନ୍‌ରେ ହ୍ୱାଟ୍ସଆପ୍‌ ଖୋଲିବା ପରେ ସ୍କ୍ରିନ୍‌ର ଉପରିସ୍ଥ ଡାହାଣ ପାଶ୍ୱର୍ରେ ଥିବା ୩ଟି ବିନ୍ଦୁ ଉପରେ ଟ୍ୟାପ୍‌ କରିବାକୁ ହେବ। ଏହା ପରେ ‘ଲିଙ୍କଡ ଡିଭାଇସେସ୍‌’ରେ ଟ୍ୟାପ୍‌ କରିବା ପରେ ‘ମଲ୍ଟି-ଡିଭାଇସ୍‌ ବିଟା’ ଉପରେ ପୁଣି ଟ୍ୟାପ୍‌ କରିବାକୁ ହେବ। ଏହା ପରେ ହ୍ୱାଟ୍‌ସଆପ୍‌ରେ ଏକ ପେଜ୍‌ ପ୍ରଦର୍ଶିତ ହେବ, ଯେଉଁଥିରେ ସମ୍ପୃକ୍ତ ବୈଶିଷ୍ଟ୍ୟ ବାବଦରେ ସୂଚନା ଥିବ।

ଏହା ପରେ ‘ଜଏନ୍‌ ବିଟା’ ବଟନ୍‌ରେ ଟ୍ୟାପ୍‌ କରି ‘କଣ୍ଟିନ୍ୟୁ’ ବଟନ୍‌କୁ ଟ୍ୟାପ୍‌ କରିବାକୁ ପଡ଼ିବ। ଏହା ପରେ ୟୁଜରମାନେ ସ୍ମାର୍ଟଫୋନ୍‌କୁ ହ୍ୱାଟ୍ସଆପ୍‌ ୱେବ୍‌ ସହ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ଲିଙ୍କ୍‌ କରାଇ ପାରିବେ। ହ୍ୱାଟ୍ସଆପର ଏସବୁ ସୁବିଧା ଦ୍ୱାରା ୟୁଜର୍ସ ନିଜ ଆକାଉଣ୍ଟକୁ ଏକାଧିକ ଡିଭାଇସ୍‌ରେ ଆକ୍ସେସ୍‌ ବା ଲଗ୍‌ଇନ୍‌ କରି ପାରିବେ। ଏଥିପାଇଁ କମ୍ପାନି ‘ମଲ୍ଟି-ଡିଭାଇସ୍‌’ ବୈଶିଷ୍ଟ୍ୟର ଶୁଭାରମ୍ଭ କରିଛି।

Advertisment

WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ