ମୋବାଇଲ୍‌ରେ ହ୍ୱାଟ୍ସଆପ୍‌ କାମ ନକଲେ କରିବେ କ’ଣ ? ଜାଣନ୍ତୁ ୫ଟି ଟ୍ରିକ୍‌..

ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍‌ ଜନିତ ସମସ୍ୟାରୁ କେମିତି ମୁକୁଳିବେ ସେନେଇ ଜଣାଇବୁ ।

Whatsapp

ହ୍ୱାଟ୍ସଆପ୍‌ । ଏହାକୁ କିଏ ବା ନଜାଣେ । ମୋବାଇଲ ଧରୁଥିବା ପ୍ରତ୍ୟେକ ବ୍ୟକ୍ତି ଏହି ଆପ୍‌ ସହ ଅଙ୍ଗାଙ୍ଗି ଭାବେ ଜଡ଼ିତ । ଏହି ଆପ୍‌ ଏବେ ମଣିଷ ଜୀବନର ଏକ ଅଭିନ୍ନ ଅଙ୍ଗ । ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ମଲ୍ଟି ମିଡିଆ ମେସେଜିଂ ଆପ୍‌ ହେଉଛି ହ୍ୱାଟ୍ସଆପ୍ । ତେବେ ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍‌ ଜନିତ ସମସ୍ୟାରୁ କେମିତି ମୁକୁଳିବେ ସେନେଇ ଜଣାଇବୁ ।

ହ୍ୱାଟ୍ସେଆପ୍ ସହିତ ଲୋକମାନେ ଏକପ୍ରକାର ଆଡିକ୍ଟେଡ୍ ହୋଇଗଲେଣି । ଯଦି କିଛି ସମୟ ପାଇଁ ଏହା ଡାଉନ ହୋଇଯାଉଛି ତେବେ ୟୁଜର୍ସ ନିଜକୁ ପଙ୍ଗୁ ଭଳି ଅନୁଭବ କରୁଛନ୍ତି । କାରଣ ଏହି ଆପ୍‌ ଏବେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୋଇଯାଇଛି । ପରିବାର ଲୋକଙ୍କ ସହ ହେଉ କିମ୍ବା କୌଣସି ଆତ୍ମୀୟ ସ୍ୱଜନଙ୍କ ସହ କଥା ବାର୍ତ୍ତା ହେବାକୁ ହେଲେ ଲୋକେ ଏବେ ସାଧାରଣତଃ ହ୍ୱାଟ୍ସଆପ୍‌ ବ୍ୟବହାର କରୁଛନ୍ତି । ଲୋକଙ୍କୁ ସହଜ ଏବଂ ସରଳ ଭାବେ ସେବା ଯୋଗାଇବା ପାଇଁ ହ୍ୱାଟ୍ସଆପ୍‌ ପକ୍ଷରୁ ଲଗାତାର ପ୍ରଚେଷ୍ଟା କରାଯାଇଥାଏ ।

ହେଲେ ବେଳେବେଳେ ଏମିତି ବି କିଛି ପରିସ୍ଥିତି ଆସେ ଯେତେବେଳେ ଏହି ଆପ୍‌ ଅଚଳ ହୋଇପଡ଼େ । କିମ୍ବା ୟଜର୍ସ ଏହାକୁ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଆମେ ଆପଣଙ୍କୁ ଜଣାଇବୁ ୫ଟି ଟ୍ରିକ୍ ।

ପ୍ରଥମ ଟ୍ରିକ୍‌

ୟୁଜର୍ସମାନେ ପ୍ରଥମେ ନିଜର ସ୍ମାର୍ଟଫୋନ୍‌କୁ ରିଷ୍ଟାର୍ଟ କରନ୍ତୁ । ଏହାଦ୍ୱାରା ସମସ୍ୟାର ସମାଧାନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ପ୍ରଣାଳି ଅଧିକାଂଶ ସମୟରେ ବିଭିନ୍ନ ସମସ୍ୟାର ସମାଧାନର ବାଟ । କିମ୍ବା ୟୁଜର୍ସମାନେ ବ୍ୟାକ୍‌ଗ୍ରାଉଣ୍ଡରୁ ହ୍ୱାଟ୍ସଆପ୍‌କୁ ବନ୍ଦ କରି ପୁଣି ରି-ଲଞ୍ଚ କରିପାରିବେ ।

ଦ୍ୱିତୀୟ ଟ୍ରିକ୍

ୟୁଜର୍ସମାନେ ଆପ୍‌ ଉପରେ ଲଙ୍ଗ ପ୍ରେସ୍‌ କରି ଆପ୍‌ ଇନ୍‌ଫୋ ଉପରେ କ୍ଲିକ୍‌ କରିପାରିବେ । ଯାହାଦ୍ୱାରା ଆପ୍‌ ସେଟିଂ ସେକ୍ସନ୍‌ରେ ସିଧାସଳଖ ପହଞ୍ଚିପାରିବେ । ସେଠାରେ ଏକ ‘ଫୋର୍ସ ଷ୍ଟପ୍‌’ ଅପ୍‌ସନ୍‌ ରହିଛି । ତାକୁ କ୍ଲିକ୍‌ କରିବା ସହ ଷ୍ଟୋରେଜ୍‌ରୁ କ୍ଲିୟର କେଚ୍‌ ମଧ୍ୟ କ୍ଲିକ୍‌ କରନ୍ତୁ । ଏହାଦ୍ୱାରା ଆପଣଙ୍କ ହ୍ୱାଟ୍ସଆପ୍‌ ଜନିତ ସମସ୍ୟା ସମାଧାନ ହୋଇଯିବ ।

ତୃତିୟ ଟ୍ରିକ୍

ୟୁଜର୍ସମାନେ ନିଜର ମୋବାଇଲ୍‌ରେ ଏରୋପ୍ଲେନ୍‌ ମୋଡ୍‌ ଅନ୍‌ କରି ପୁଣି ଅଫ୍‌ କରି ସମସ୍ୟାର ସମାଧାନ କରିପାରିବେ । ଯଦି ନେଟ୍‌ୱର୍କ ଜନିତ କୌଣସି ସମସ୍ୟା ରହିଥିବ ତେବେ ତାହା ସମାଧାନ ହୋଇଯିବ ।

ଚତୁର୍ଥ ଟ୍ରିକ୍

ପୁରୁଣା ଆଣ୍ଡ୍ରଏଡ୍‌ କିମ୍ବା ପୁରୁଣା iOS ଥିଲେ ଅଧିକାଂଶ ସମୟରେ ହ୍ୱାଟ୍ସଆପ୍‌ ସପୋର୍ଟ କରିନଥାଏ । ଯଦି ଆପଣ ଓଲ୍‌ଡର ଭର୍ସନ ଆଣ୍ଡ୍ରଏଡ୍‌ ବ୍ୟବହାର କରୁଛନ୍ତି ଏହି ସମସ୍ୟା ନିଶ୍ଚୟ ସାମ୍ନା କରୁଥିବେ । ଏହାର ସମାଧାନର ଏକ ମାତ୍ର ଉପାୟ ହେଲା ଆପଣଙ୍କୁ ଅପ୍‌ଗ୍ରେଡ୍‌ ଭର୍ସନ୍‌ର ମୋବାଇଲ୍‌ ବ୍ୟବହାର କରିବାକୁ ହେବ ।

ପଞ୍ଚମ ଟ୍ରିକ୍‌

ଯଦି ହ୍ୱାଟ୍ସଆପ୍‌ ସଂସ୍ଥା ପକ୍ଷରୁ କୌଣସି ସମସ୍ୟା ରହିଥାଏ ବା ସର୍ଭର ଡାଉନ୍‌ ରହିଥାଏ । ତେବେ ଏହି ସବୁ ଟ୍ରିକ୍‌ କାମ କରିବ ନାହିଁ । ତେଣୁ ସେଭଳି ସ୍ଥିତିରେ ଆପଣଙ୍କୁ ନିଜ ସାଙ୍ଗ ସାଥିଙ୍କୁ ଫୋନ୍‌ କରି ବୁଝିବାକୁ ହେବ ଯେ, ସେମାନଙ୍କ ହ୍ୱାଟ୍ସଆପ୍‌ ଠିକ୍‌ ଚାଲୁଛି ନା ନାହିଁ । ନା ସେମାନେ ମଧ୍ୟ ଆପଣଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାସହ ଆପଣ ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆରୁ ଜାଣିବାକୁ ଚେଷ୍ଟା କରନ୍ତୁ କ’ଣ ରହିଛି ସମସ୍ୟା । ଆଉ ସମାଧାନ ପାଇଁ କେତେ ସମୟ ଲାଗିବ ।

୨୦୨୨ ଅକ୍ଟୋବର ୨୫ ତାରିଖରେ ଏଭଳି ସମସ୍ୟା ଉପୁଜିଥିଲା । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍‌ ଡାଉନ୍‌ ରହିଥିଲା ।