What is Anti Collision System; How can it prevent rail accidents
ବାଲେଶ୍ୱର ଟ୍ରିପଲ ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ବିବୃତ୍ତି ଦେଇ କହିଛନ୍ତି ଯେ, “ଆଣ୍ଟି କୋଲିଜିଅନ୍ ସିଷ୍ଟମ ଥିଲେ ଦୁର୍ଘଟଣା ଘଟି ନଥାନ୍ତା”। ତେବେ ଏହି ଆଣ୍ଟି କୋଲିଜିଅନ୍ ସିଷ୍ଟମ ବା ରେଳ ସୁରକ୍ଷା ‘କବଚ’ କ’ଣ? ଏହା କିପରି କାମ କରେ ଜାଣିବା ପାଇଁ ପଢନ୍ତୁ।
ଆଣ୍ଟି କୋଲିଜିଅନ୍ ସିଷ୍ଟମ କ’ଣ:
ଆଣ୍ଟି କୋଲିଜିଅନ୍ ସିଷ୍ଟମ ହେଉଛି ଏକ SIL-4 ପ୍ରମାଣିତ ପ୍ରଯୁକ୍ତିବିଦ୍ୟା; ଯାହାକୁ 'ସର୍ବୋଚ୍ଚ ସ୍ତରର ସୁରକ୍ଷା' ଭାବରେ ବିବେଚନା କରାଯାଏ। ଏହି କୌଶଳ ମାଧ୍ୟମରେ ସମାନ ଟ୍ରାକ୍ରେ ଆସୁଥିବା ଦୁଇଟି ଟ୍ରେନ୍ ପରସ୍ପର ସହ ମୁହାଁମୁହିଁ ହେବାକୁ ରୋକିବା ସହ ମାନବ ତ୍ରୁଟି ହେତୁ ଘଟୁଥିବା ଦୁର୍ଘଟଣାକୁ ମଧ୍ୟ ରୋକାଯାଇପାରିବ।
ଆଣ୍ଟି କୋଲିଜିଅନ୍ ସିଷ୍ଟମ ଟ୍ରେନର ମୁହାଁମୁହିଁ ଧକ୍କା ଠାରୁ ରକ୍ଷା କରିବ। ଏହା ସହିତ ଯଦି ଟ୍ରେନ୍ ଡ୍ରାଇଭର ସିଗନାଲ୍କୁ ଅଣଦେଖା କରିଥାନ୍ତି କିମ୍ବା କୌଣସି କାରଣରୁ ଯଦି ସିଗ୍ନାଲ ମିଳି ନଥାଏ ତେବେ ଆଣ୍ଟି କୋଲିଜିଅନ୍ ସିଷ୍ଟମ ସ୍ୱୟଂଚାଳିତ ବ୍ରେକ୍ ମାଧ୍ୟମରେ ଟ୍ରେନ୍ ଇଞ୍ଜିନକୁ ବନ୍ଦ କରିଦିଏ। ଫଳରେ ଯେକୌଣସି ସମ୍ଭାବ୍ୟ ଦୁର୍ଘଟଣାକୁ ଦୂରେଇ ଦିଆଯାଇପାରେ।
ଏହା ବ୍ୟତୀତ ରେଳ କ୍ରସିଂରେ ରେଳ ଇଞ୍ଜିନର ହର୍ଣ୍ଣ ମଧ୍ୟ ସ୍ୱୟଂଚାଳିତ ଭାବରେ ବାଜିବ। ଯାହାଫଳରେ ରେଳ ଟ୍ରାକ୍କୁ ଅତିକ୍ରମ କରୁଥିବା ଲୋକମାନେ ସାବଧାନ ହୋଇଯିବେ ଏବଂ କୌଣସି ସମ୍ଭାବ୍ୟ ଦୁର୍ଘଟଣାକୁ ରୋକାଯାଇପାରିବ।
କିପରି କାମ କରେ ଆଣ୍ଟି କୋଲିଜିଅନ୍ ସିଷ୍ଟମ୍:
ଆଣ୍ଟି କୋଲିଜିଅନ୍ ସିଷ୍ଟମ୍ ଏକ ଜଟିଳ ସ୍ୱୟଂଚାଳିତ ବ୍ୟବସ୍ଥା। ଏହା "ରେଡିଓ କମ୍ୟୁନିକେସନ୍ ମାଇକ୍ରୋପ୍ରୋସେସର୍ ଗ୍ଲୋବାଲ୍ ପୋଜିସନ୍ ସିଷ୍ଟମ୍" ଉପରେ ଆଧାରିତ। ଏଥିରେ, ଅନେକ ଡିଭାଇସ୍ ଉଚ୍ଚ ରେଡିଓ-ଫ୍ରିକ୍ୱେନ୍ସି ମାଧ୍ୟମରେ ପରସ୍ପର ସହିତ ସଂଯୁକ୍ତ, ଏବଂ ଏହି ପୂରା ସିଷ୍ଟମ୍ PRE ପ୍ରୋଗ୍ରାମ ହୋଇଥାଏ ଯାହା କୌଣସି ମାନବ ହସ୍ତକ୍ଷେପ ବିନା ସ୍ୱୟଂଚାଳିତ ଭାବରେ କାମ କରେ। ଏହି ସିଷ୍ଟମ୍ରେ ରେଳ ଟ୍ରାକ୍, ଟ୍ରେନ୍ ଇଞ୍ଜିନ ଏବଂ ଷ୍ଟେସନ୍ରେ ଉପକରଣଗୁଡ଼ିକ ଲଗାଯାଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685783565.jpg)