ଓଡ଼ିଶାରେ ଖୁବଶୀଘ୍ର 5G ସେବା, ରେଡିଏସନ ପ୍ରଭାବକୁ ଖଣ୍ଡନ କଲେ ମନ୍ତ୍ରୀ

ପୁରୀରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା । ରେଡିଏସନ ପ୍ରଭାବ ଆଦୌ ନାହିଁ, ଆଶ୍ୱସ୍ତ ରୁହନ୍ତୁ କହିଲେ ମନ୍ତ୍ରୀ ।

Railway Minister Ashwini Vaishnaw

ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ 5G ସେବା । ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 5Gରେ ରେଡିଏସନ ହେବ ବୋଲି ଯେଉଁ ଗୁଜବ ପ୍ରଚାର ହେଉଥିଲା ତାକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି । ଏଥିରେ ରେଡିଏସନ ପ୍ରଭାବ ଆଦୌ ନାହିଁ, ସମସ୍ତେ ଆଶ୍ୱସ୍ତ ରୁହନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।

ଫାଇଭ ଜି ସେବା ଆରମ୍ଭ ହେଲେ, ମିଳିବ ଥ୍ରୀ-ଜିଠୁ ୩o ଗୁଣ ଓ ଫୋର୍-ଜିଠୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି ବିଶେଷଜ୍ଞ ମଧ୍ୟ ମତ ରଖିଛନ୍ତି । ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ 5G । 2ଜି ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍‌ଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, ୩ଜି ସେବାରେ ୨ ଘଣ୍ଟା ଏବଂ ୪ଜିରେ ୪୦ ମିନିଟ ଲାଗୁଥିଲା । ଏବେ ଫାଇଭ୍-ଜିରେ ସେହି ଫାଇଲ ଡାଉନ୍‌ଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ । ଏଥିରୁ ଆପଣ ଅନୁମାନ କରିପାରୁଥିବେ ଏହା ଆପଣଙ୍କ ଡିଜିଟାଲ ଲାଇଫ୍‌କୁ କେତେ ସହଜ କରିଦେବ ।