Truecaller brings back call recording
ଭାରତ ସମେତ ବିଶ୍ୱରେ ଏମିତି ଅନେକ ଦେଶ ଅଛି ଯେଉଁଠି ବିନା ଅନୁମତିରେ ଆପଣ ଫୋନ୍ କଲ୍ ରେକର୍ଡିଂ କରିବା ବେଆଇନ୍। ତେବେ କିଛି ଥାର୍ଡ-ପାର୍ଟି ଆପ୍ ମାଧ୍ୟମରେ କଲ୍ ରେକର୍ଡିଂ ସମ୍ଭବପର ହୋଇଥାଏ। ଏଥିରେ ପପୁଲାର୍ ଆପ୍ ଟ୍ରୁକଲର୍(Truecaller) ମଧ୍ୟ ସାମିଲ। ଏବେ କମ୍ପାନୀ AI(Artificial intelligence) ର ବ୍ୟବହାର କରି ପୁଣିଥରେ କଲ୍ ରେକର୍ଡିଂ ଫିଚର ଲଞ୍ଚ୍ କରିଛି। ଏହି ଫିଚର iOS ଓ Android ଫୋନ୍ ବ୍ୟବହାର କରୁଥିବା ପ୍ରିମିୟମ ମେମ୍ବର୍ସଙ୍କ ପାଇଁ ଉପଲ୍ଲବ୍ଧ କରାଯାଇଛି।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ୨୦୧୮ରେ କମ୍ପାନୀ ପକ୍ଷରୁ କଲ୍ ରେକର୍ଡିଂ ଫିଚର ଲଞ୍ଚ୍ କରାଯାଇଥିଲା। ତେବେ Google ପକ୍ଷରୁ ଏହାର ଆକ୍ସେସିବିଲିଟ ଏପିଆଇ ପର୍ଯ୍ୟନ୍ତ ସୀମିତ କରାଇବା ଯୋଗୁ ଏହାକୁ ହଟାଇବାକୁ ପଡ଼ିଥିଲା। ହେଲେ ଏବେ ପୁଣିଥରେ କମ୍ପାନୀ କଲ୍ ରେକର୍ଡିଂ ଫିଚର ଲଞ୍ଚ୍ କରିଛି ଯେଉଁମାନେ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଛନ୍ତି ସେମାନେ ସିଧାସଳଖ ଟ୍ରୁକଲର୍ର ଡାଏଲର୍ରୁ କଲ୍ ରେକର୍ଡିଂ କରିପାରିବେ। ଯଦି ଆପଣ ଅନ୍ୟ ଡାଏଲର୍ ବ୍ୟବହାର କରୁଛନ୍ତି ତା’ହେଲେ Truecallerରେ ଏକ ଫ୍ଲୋଟିଂ ରେକର୍ଡିଂ ବଟନ ଦେଖିବାକୁ ପାଇବେ ବୋଲି ସୂଚନା ମିଳିଛି।
ସେହିପରି iOS ରେ ୟୁଜର୍ସଙ୍କୁ ଇନ୍କମିଂ ଓ ଆଉଟଗୋଇଙ୍ଗ କଲ୍ ମର୍ଜ କରିବା ପାଇଁ ଟ୍ରୁକଲର୍ ଆପ୍ ଜରିଆରେ ଏକ ରେକର୍ଡିଂ ଲାଇନ୍ କଲ୍ କରିବାକୁ ପଡ଼ିବ। ମିଳିଥିବା ସୂଚନା ଅନୁସାରେ, କଲ୍ରେ ଥିବା ଅନ୍ୟ ବ୍ୟକ୍ତି ଏକ ବିପ୍ ଶୁଣିବାକୁ ପାଇପାରିବେ। ଯେଉଁଥିରେ କଲ୍ ରେକର୍ଡିଂ ହେଉଥିବା ଶୁଣିବାକୁ ମିଳିବ।
କଲ୍ ରେକର୍ଡିଂ ସହ ମିଳିବ ଏହି ସୁବିଧା...
ଟ୍ରୁକଲର୍ରେ ପୁଣି ୟୁଜର୍ସଙ୍କୁ କଲ୍ ରେକର୍ଡିଂ ସୁବିଧା ସହ ଆଉ ଏକ ସୁବିଧା ମଧ୍ୟ ଉପଲ୍ଲବ୍ଧ କରାଯାଇଛି। ଏହା ୟୁଜର୍ସଙ୍କୁ ଟ୍ରାନ୍ସକ୍ରାଇବ୍ ପ୍ରଦାନ କରିବ। ଯାହା ଆସନ୍ତା ସପ୍ତାହରେ ଲଞ୍ଚ୍ ହେବାକୁ ଯାଉଛି। ଏହାଦ୍ୱାରା ରେକର୍ଡିଂ ହୋଇଥିବା କଥାବାର୍ତ୍ତା ତୁରନ୍ତ ଖୋଜିବା ପାଇଁ ୟୁଜର୍ସ ଟ୍ରାନ୍ସକ୍ରାଇବ୍ ଜରିଆରେ ସର୍ଚ୍ଚ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686812632.jpg)