Advertisment

ଛଟେଇ ରୋକିବାକୁ AIର ସହାୟତା ନେଉଛି ଏହି କମ୍ପାନୀ

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଡେଲୋଏଟ୍‌ LLP ବର୍ତ୍ତମାନ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍କିଲ୍‌ ମୂଲ୍ୟାଙ୍କନ କରିବା ପାଇଁ AIର ବ୍ୟବହାର କରୁଛି।

ଅଦ୍ୟତନ ହୋଇଛି
AI to avoid mass layoffs

AI to avoid mass layoffs

Advertisment

ଏବେ ଚାଲିଛି ଛଟେଇ ଋତୁ। ସମଗ୍ର ବିଶ୍ୱରେ ଆଇଟି ଓ ସର୍ଭିସ୍‌ ସେକ୍ଟର କମ୍ପାନୀଗୁଡ଼ିକରେ ଛଟେଇ ପ୍ରକ୍ରିୟା ଜାରି ରହିଛି। ବିଶ୍ୱର ବଡ଼ ବଡ଼ IT କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରୁଛି କିମ୍ବା ଏହା କରିବାକୁ ଯୋଜନା କରୁଛି। ଅନେକ କମ୍ପାନୀ କଲେଜ ଯାଇ ହାଇ ପ୍ୟାକେଜ୍‌ରେ ପିଲାଙ୍କୁ ପ୍ଲେସ୍‌ମେଣ୍ଟ ପ୍ରଦାନ କରିଥିଲେ। କିନ୍ତୁ ପରେ ସେମାନେ ଏହାକୁ ପ୍ରତ୍ୟାହାର କରିନେଇଥିଲେ।

Advertisment

AI ଆସିବା ପରେ ଅଧିକରୁ ଅଧିକ ଛଟେଇ ହୋଇଥିବାବେଳେ ଏବେ କିନ୍ତୁ ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ଛଟେଇ ରୋକିବାକୁ ପଦକ୍ଷେପ ନେଇଛି ଡେଲୋଏଟ୍‌।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଡେଲୋଏଟ୍‌ LLP ବର୍ତ୍ତମାନ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍କିଲ୍‌ ମୂଲ୍ୟାଙ୍କନ କରିବା ପାଇଁ AIର ବ୍ୟବହାର କରୁଛି। ଯାହାଫଳରେ ଏହି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ଦକ୍ଷତାକୁ ବୃଦ୍ଧି କରାଯାଇପାରିବ ଏବଂ ସେମାନଙ୍କୁ  ସେହି ସେକ୍ଟରକୁ ପଠାଯାଇପାରିବ ଯେଉଁ ସେକ୍ଟରର ଚାହିଦା ଅଧିକ ରହିଛି।

Advertisment

ସମୟ ସହିତ ନିଯୁକ୍ତି ବୃଦ୍ଧିରେ ମଧ୍ୟ ଟେକ୍ନୋଲୋଜି ସାହାର୍ଯ୍ୟ କରିବ। ଚଳିତ ବର୍ଷ ୧ ଲକ୍ଷ ୩୦ କର୍ମଚାରୀ ଯୋଡ଼ି ହେବା ପରେ ଡେଲୋଏଟ୍‌ ଏହି ପଦକ୍ଷେପ ଗ୍ରହଣ କରିଛି।

ଯଦିଓ କମ୍ପାନୀ ଏତେ ମାତ୍ରରେ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି କିନ୍ତୁ କିଛି ଦିନ ପୂର୍ବେ ଡେଲୋଏଟ୍‌ ଆମେରିକା ଓ ବ୍ରିଟେନ୍‌ର ହଜାର ହଜାର କର୍ମଚାରୀଙ୍କୁ ଚେତାବନୀ ଦେଇଥିଲା ଯେ ଚାହିଦା ହ୍ରାସ ହେତୁ କମ୍ପାନୀର ବ୍ୟବସାୟ ପ୍ରଭାବିତ ହୋଇପାରେ। ଅଉ ଏଭଳି ସ୍ଥିତିରେ ଆଗାମୀ ଦିନରେ ଛଟେଇ ମଧ୍ୟ କରିପାରେ।

Advertisment

ସୂଚନା ଅନୁସାରେ ଡେଲୋଏଟ୍ ଏବଂ ଏହାର ଅନେକ ପ୍ରତିଯୋଗୀ ସଂସ୍ଥା AI ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି । ଜୁନିଅର ସ୍ତରର କର୍ମଚାରୀମାନେ କରୁଥିବା କାର୍ଯ୍ୟକୁ ଏବେ AI କରୁଛି। ଅଧିକ ସମୟ ନେଉଥିବା କାର୍ଯ୍ୟଗୁଡ଼ିକୁ ପରିଚାଳନା କରିବା AIକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି ।

India News Artificial Intelligence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ