Advertisment

ଏହି ୩୫ଟି ସ୍ମାର୍ଟଫୋନ୍‌ରେ କାମ କରିବନି ହ୍ୱାଟ୍ସଆପ୍; ତାଲିକାରେ ଅଛି କି ଆପଣଙ୍କ ମୋବାଇଲ୍ ନାଁ ?

ସାମସଙ୍ଗଠୁ ଆରମ୍ଭ କରି ଆପଲ ଫୋନ୍‌ ପର୍ଯ୍ୟନ୍ତ ପ୍ରାୟ ଅନେକ କମ୍ପାନୀର ଦାମୀ ମୋବାଇଲରେ ବି ଆଉ କାମ କରିବନି ହ୍ୱାଟ୍ସଆପ୍‌। ତେବେ କେଉଁ କେଉଁ ମୋବାଇଲରେ ହ୍ୱାଟ୍ସଆପ୍‌ କାମ କରିବନି ସେନେଇ କମ୍ପାନୀ ପକ୍ଷରୁ ତାଲିକା ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
WhatsApp

WhatsApp

Advertisment

ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ପାଇଁ ବଡ଼ ଖବର। ଏଣିକି ଏହି ସବୁ ମୋବାଇଲ ଫୋନ୍‌ରେ ଆଉ ଚାଲିବନି ହ୍ୱାଟ୍ସଆପ୍‌। ସାମସଙ୍ଗଠୁ ଆରମ୍ଭ କରି ଆପଲ ଫୋନ୍‌ ପର୍ଯ୍ୟନ୍ତ ପ୍ରାୟ ଅନେକ କମ୍ପାନୀର ଦାମୀ ମୋବାଇଲରେ ବି ଆଉ କାମ କରିବନି ହ୍ୱାଟ୍ସଆପ୍‌। ତେବେ କେଉଁ କେଉଁ ମୋବାଇଲରେ ହ୍ୱାଟ୍ସଆପ୍‌ କାମ କରିବନି ସେନେଇ କମ୍ପାନୀ ପକ୍ଷରୁ ୩୫ଟି ମୋବାଇଲର ତାଲିକା ପ୍ରକାଶ ପାଇଛି। ଯଦି ଏହି ତାଲିକାରେ ଆପଣଙ୍କ ମୋବାଇଲର ନାଁ ରହିଛି ତେବେ ଆପଣ ବି ଜାଣିରଖନ୍ତୁ ସବୁ କିଛି।

Advertisment

କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଇଫୋନ୍‌୫, ଆଇଫୋନ୍‌୬, ଆଇଫୋନ୍‌ SE, ଆଇଫୋନ୍‌ 6S ଓ ଆଇଫୋନ୍‌ 6S ପ୍ଲସରେ ହ୍ୱାଟସଆପ ଆପ୍ କାମ କରିବ ନାହିଁ। ଆପଣ ଯଦି ଆଣ୍ଡ୍ରଏଡ୍ ବ୍ୟବହାରକାରୀ ଓ ସାମସଙ୍ଗ ଫୋନ୍ ବ୍ୟବହାର କରୁଛନ୍ତି ତେବ ଆପଣଙ୍କ ଫୋନରେ ହ୍ୱାଟସଆପ ବନ୍ଦ ହୋଇପାରେ। ସାମସଙ୍ଗ ଗାଲାକ୍ସି ନୋଟ୍-୩, ଗାଲାକ୍ସି ଏସ୍-୩ମିନି, ଗାଲାକ୍ସି ଏସ୍-୪ମିନି, ଗାଲାକ୍ସି ଏସିଇ ପ୍ଲସ୍, ଗାଲାକ୍ସି କୋର୍, ଗାଲାକ୍ସି ଏକ୍ସପ୍ରେସ-୨, ଗାଲାକ୍ସି ଗ୍ରାଣ୍ଡ, ଗାଲାକ୍ସି ନୋଟ୍-୩ ଓ ଗାଲାକ୍ସି ଏସ୍‌୪ ଜୁମ ଫୋନରେ ଆଉ ଚାଲିବ ନାହିଁ ହ୍ୱାଟସଆପ ।

ସେହିପରି ଲେନୋଭୋ ୪୬୬୦୦, ଲେନୋଭୋ ଏ୮୫୮ଟି, ଲେନୋଭୋ ପି୭୦ ଓ ଲେନୋଭୋ ଏସ୍‌୮୯୦, ସୋନିର ଏକ୍ସପେରିଆ ଜେଡ୍‌-୧ ଓ ଏକ୍ସପେରିଆ ଇ-୩ରେ ଚାଲିବନି ହ୍ୱାଟସଆପ୍। ମୋଟ୍ରୋଲା କମ୍ପାନୀର ମୋଟୋ ଜି ଓ ମୋଟୋ ଏକ୍ସ, ଏଲଜିର ଓପଟିମସ୍‌ ୪ଏକ୍ସ ଏଚ୍‌ଡି, ଓପଟିମସ୍‌ ଜି, ଓପଟିମସ୍‌ ଜି ପ୍ରୋ ଓ ଓପଟିମସ୍‌ ଏଲ୍ ୭ ଏହି ତାଲିକାରେ ରହିଛି। ଏଥିସହ ହୁଏୱିର ଏସେଣ୍ଡ ପି୬ ଏସ୍, ଏସେଣ୍ଡ ଜି୫୨୫, ହୁଏୱି ସି୧୯୯, ହୁଏୱି ଜିଏକ୍ସୱାନ ଏସ୍ ଓ ହୁଏୱି ୱାଇ୬୨୫ରେ କାମ କରିବନି ହ୍ୱାଟସଆପ୍।

Advertisment

ତେବେ ଏହି ପରିବର୍ତ୍ତନ ଭାରତର ୟୁଜର୍ସଙ୍କ ଉପରେ ବିଶେଷ ପ୍ରଭାବ ପକାଇବ। ବିଶେଷକରି ଯେଉଁମାନେ ହୁଏୱି ଏବଂ ଏଲଜି ଭଳି ବ୍ରାଣ୍ଡରୁ ଫୋନ୍ ବ୍ୟବହାର କରୁଛନ୍ତି ଯାହାର ବିକ୍ରି ଭାରତରେ ବନ୍ଦ ହୋଇସାରିଛି ସେମାନେ ହ୍ୱାଟସ୍‌ଆପ୍ ଚଲାଇବା ପାଇଁ ଅନ୍ୟ ଏକ ସ୍ମାର୍ଟ ଫୋନ୍‌କୁ ଅପଗ୍ରେଡ୍‌ କରିବେ। ତେବେ ଏହି ଆପ୍ କେବଳ ଆଣ୍ଡ୍ରଏଡ୍ ୫.୦ କିମ୍ବା ଆଇଫୋନ୍ iOS 12ରେ ସପୋର୍ଟ କରିବ।

କିପରି ଜାଣିବେ ସଫ୍ଟୱେର/ଆଣ୍ଡ୍ରଏଡ୍‌ ଭର୍ସନ

ଏହି ଷ୍ଟେପ ଫଲୋ କରନ୍ତୁ..

ଆଇଫୋନ୍: ଜେନେରାଲ୍ > ସେଟିଂ > ଏବାଉଟ୍ ଆଇଫୋନ୍

ଆଣ୍ଡ୍ରଏଡ୍‌: ସେଟିଂ > ଏବାଉଟ୍ ଫୋନ୍ > ସଫ୍ଟୱେର ଭର୍ସନ

ଯଦି ଆପଣଙ୍କର ଫୋନ୍ ଏହି ତାଲିକାରେ ଅଛି, ତେବେ ନୂତନ ମଡେଲକୁ ଅପଗ୍ରେଡ୍ କରନ୍ତୁ।

WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ