Advertisment

Technology: ସ୍ମାର୍ଟଫୋନ୍‌ରେ କରିଦିଅନ୍ତୁ ଏହି ସେଟିଂ; ଫୋନ୍ ଚୋରି ହେଲେ ବି ରହିବ ସୁରକ୍ଷିତ

ଗୁଗୁଲର ନୂଆ ଚୋରି ସୁରକ୍ଷା ସେବା ହେଉଛି ଏପରି ଏକ ସୁରକ୍ଷା ଫିଚର୍‌, ଯାହା ଆପଣଙ୍କ ସ୍ମାର୍ଟଫୋନ୍‌କୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରିଥାଏ। ତେବେ ଏହି ସେବା କ’ଣ ଏବଂ ଏହାକୁ କିପରି ବ୍ୟବହାର କରିବା ଆସନ୍ତୁ ଜାଣିବା।

Theft protection service by google know how to enable it

Theft protection service by google know how to enable it

Advertisment

ଆଜିର ଯୁଗରେ ସ୍ମାର୍ଟଫୋନ ଚୋରି ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ତେବେ ଆଜିଯାଏ, ଏପରି କୌଣସି ଉପକରଣ କିମ୍ବା ସେବା ସୃଷ୍ଟି ହୋଇନାହିଁ ଯାହା ସ୍ମାର୍ଟଫୋନ୍‌ ଚୋରିକୁ ସମ୍ପୂର୍ଣ୍ଣ ରୂପେ ରୋକିଦେବ। କିନ୍ତୁ, ଆଣ୍ଡ୍ରଏଡ୍ OS ରେ କିଛି ଇନ୍-ବିଲ୍ଟ ଫିଚର୍ ଅଛି ଯାହା ଆପଣଙ୍କ ଫୋନ୍ ଏବଂ ଏଥିରେ ଥିବା ତଥ୍ୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ।

Advertisment

ଗୁଗୁଲର ନୂଆ ଚୋରି ସୁରକ୍ଷା ସେବା ହେଉଛି ଏପରି ଏକ ସୁରକ୍ଷା ଫିଚର୍‌, ଯାହା ଆପଣଙ୍କ ସ୍ମାର୍ଟଫୋନ୍‌କୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରିଥାଏ। ତେବେ ଏହି ସେବା କ’ଣ ଏବଂ ଏହାକୁ କିପରି ବ୍ୟବହାର କରିବା ଆସନ୍ତୁ ଜାଣିବା।

ଚୋରି ସୁରକ୍ଷା ସେବା କ’ଣ:

ଗୁଗୁଲର ଚୋରି ସୁରକ୍ଷା ହେଉଛି ଏକ ଅନ୍ତର୍ନିହିତ ସୁରକ୍ଷା ସେବା ଯାହା Android 10 ଏବଂ ଏହା ପରର ଭର୍ସନ୍ ବାଲା ସ୍ମାର୍ଟଫୋନରେ ଉପଲବ୍ଧ। ଏହି ସେବାର ଉଦ୍ଦେଶ୍ୟ ହେଉଛି ସ୍ମାର୍ଟଫୋନ୍‌ ଚୋରି ହେଲେ ଉପଭୋକ୍ତାଙ୍କର ତଥ୍ୟକୁ ସୁରକ୍ଷିତ ରଖିବା।

Advertisment

ଏହି ଫିଚର୍‌ରେ ଅନେକ ଲେୟର୍ ସୁରକ୍ଷା ପ୍ରଦାନ କରାଯାଇଛି। ଆସନ୍ତୁ ସେଗୁଡିକ କ’ଣ ଜାଣିବା।

ଚୋରି ଡିଟେକ୍‌ସନ୍ ଲକ୍ - ଯଦି ଫୋନ୍‌କୁ କୌଣସି ସଂକେତ ମିଳେ ଯେ ଏହାକୁ ଜବରଦସ୍ତ ଛଡ଼ାଯାଉଛି କିମ୍ବା କେହି ଏହାକୁ ନେଇ ପଳାଉଛି ତେବେ ଆପେ ଆପେ ଏହାର ସ୍କ୍ରିନ୍ ଲକ୍‌ ହୋଇଯିବ।

Advertisment

ଅଫ୍‌ଲାଇନ୍ ଡିଭାଇସ୍ ଲକ୍ - ଯଦି ଫୋନ୍ ଅଫ୍‌ଲାଇନ୍‌ରେ ହୋଇଯାଏ, ତେବେ ଏହା କିଛି ସମୟ ପରେ ଆପେ ଆପେ ସ୍କ୍ରିନ୍ ଲକ୍ ହୋଇଯିବ। ଏହାକୁ ଖୋଲିବା ପାଇଁ ଏକ ପାସ୍‌ୱାର୍ଡ ଆବଶ୍ୟକ ହେବ।

ଏହା କିପରି ସାହାଯ୍ୟ କରେ:

ଏହି ଫିଚର୍ ସାହାଯ୍ୟରେ, ଲୋକମାନେ ଫୋନ୍ ଚୋରି ହେଲେ ଦୂରରୁ ଲକ୍ କରିପାରିବେ। ଏହା ସହିତ Googleର Find My Device ବ୍ୟବହାର କରି ଡିଭାଇସ୍‌କୁ ଟ୍ରାକ୍ କରାଯିବା ସହ ଏଥିରେ ଥିବା ଡାଟାକୁ ଇରେଜ୍ କରାଯାଇ ପାରିବ।

କିପରି କରିବେ ସେଟ୍:

  • ଆପଣଙ୍କ ଫୋନର ସେଟିଂକୁ ଯାଆନ୍ତୁ
  • Google > Google Services ଚୟନ କରନ୍ତୁ
  • ଏହା ପରେ All Services > Personal and Device Safety > Theft Protectionକୁ ଯାଆନ୍ତୁ ଏବଂ ଏହାକୁ ଟର୍ନ ଅନ୍ କରନ୍ତୁ
  • ଆପଣଙ୍କର ସ୍ମାର୍ଟଫୋନ୍‌କୁ ସୁରକ୍ଷିତ ରଖିବା ପାଇଁ, ସବୁବେଳେ Theft Detection Lock ଏବଂ Offline Device Lock ଫିଚର୍‌କୁ ସବୁବେଳେ ଅନ୍ ରଖନ୍ତୁ। ଏହି ଫିଚର୍‌କୁ ଆପଣଙ୍କ ଫୋନ୍ ଚୋରି ହେବା ଅବସ୍ଥାରେ ଆପଣଙ୍କ ତଥ୍ୟକୁ ସୁରକ୍ଷିତ ରଖିବ।
Smartphones Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ