Advertisment

ଇସ୍ରୋର ସଫଳତା; PSLV C56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ

ପିଏସଏଲଭି ସି 56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ କରାଯାଇଛି। ଏହି ସାଟେଲାଇଟ୍ ରାଡାର ମାଧ୍ୟମରେ ପୃଥିବୀର ବିଭିନ୍ନ ଛବି ଉତ୍ତୋଳନ କରିପାରିବ ।

ଅଦ୍ୟତନ ହୋଇଛି
PSLV-C56 vehicle launches

PSLV-C56 vehicle launches

Advertisment

ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋକୁ ଆଉ ଏକ ସଫଳତା ମିଳିଛି । ପିଏସଏଲଭି ସି 56 ଦ୍ୱାରା ସିଙ୍ଗାପୁରର DS-SAR ସାଟେଲାଇଟର ଉତକ୍ଷେପଣ କରାଯାଇଛି। ଏହି ସାଟେଲାଇଟ୍ ରାଡାର ମାଧ୍ୟମରେ ପୃଥିବୀର ବିଭିନ୍ନ ଛବି ଉତ୍ତୋଳନ କରିପାରିବ । ୩୬୦କେଜି ଓଜନର ଏହି ସାଟେଲାଇଟକୁ ସିଙ୍ଗାପୁର ସରକାରଙ୍କ DSTA ଓ ଏସଟି ଇଂଜିନିୟରିଂ ପକ୍ଷରୁ ମିଳିତ ଭାବେ ତିଆରି କରାଯାଇଛି ।

Advertisment

ଏଥିସହ ସିଙ୍ଗାପୁରର ଆଉ ୬ଟି ସାଟେଲାଇଟର ମଧ୍ୟ ଉତକ୍ଷେପଣ କରାଯାଇଛି । ଆଜି ସକାଳ ୬ଟା ୩୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାବନ ସ୍ପେସ ସେଣ୍ଟରରୁ ୭ଟି ସାଟେଲାଇଟର ଉତକ୍ଷେପଣ ହୋଇଛି । ଇସ୍ରୋ ପକ୍ଷରୁ ବ୍ୟାବସାୟିକ ଭିତ୍ତିରେ ସିଙ୍ଗାପୁରର ଏହି ସାଟେଲାଇଟ ଗୁଡିକୁ ପଠାଯାଇଛି ।

ISRO Satellites
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ