Advertisment

ଓଡ଼ିଆରେ ନ୍ୟୁଜ୍ ପଢ଼ିବ, ପ୍ରଥମ ଓଡ଼ିଆ AI ନ୍ୟୁଜ୍ ଆଙ୍କର ‘ଲିସା’

ଟେଲିଭିଜନ ବ୍ରଡକାଷ୍ଟିଂରେ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (Artificial Intelligence)ର ବ୍ୟବହାର ଏଇ ମାତ୍ର ଆରମ୍ଭ ହୋଇଛି। ସେଥିପାଇଁ ‘ଓଟିଭି’ର AI ନ୍ୟୁଜ୍ ଆଙ୍କର ‘ଲିସା’ ଏ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଛି।

ଅଦ୍ୟତନ ହୋଇଛି
Odisha First AI News Anchor

OTV Unveils Lisa Odisha's first AI Anchor

Advertisment

ଓଡ଼ିଶା ମାଟିର ପ୍ରଥମ ଘରୋଇ ସାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ ଭାବରେ, ସବୁବେଳେ ନୂଆ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିବା ଓଟିଭି, ଏବେ ଟେଲିଭିଜନ ବ୍ରଡକାଷ୍ଟିଂର ଆଉଏକ ପାହାଚରେ ପାଦ ଥାପିଛି। ଓଡ଼ିଆ ଟେଲିଭିଜନ ସାମ୍ବାଦିକତାକୁ ‘ଓଟିଭି’ ଭେଟିଦେଇଛି, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ନ୍ୟୁଜ୍ ଆଙ୍କର। ଟେଲିଭିଜନ ଦୁନିଆରେ ଏହା ‘ଲିସା’ ନାଁରେ ପରିଚିତ ହେବ।

Advertisment

ଆପଣମାନେ ଜାଣନ୍ତି, ପ୍ରଯୁକ୍ତି ବିଜ୍ଞାନର ବିକାଶ ସହିତ ତାଳ ଦେଇ, ତୀବ୍ର ବେଗରେ ବଦଳି ଚାଲିଛି ସାରା ବିଶ୍ୱ। ଦିନେ କମ୍ପ୍ୟୁଟରର ବ୍ୟବହାର ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ଏବେକାର ନାଗରିକ କିନ୍ତୁ ବେଶୀ ସମୟ ଡିଜିଟାଲ ଦୁନିଆରେ ବଞ୍ଚିଛିବାକୁ ବାଧ୍ୟ ହେଉଛି। ଏଭଳି ସମୟରେ, ଟେଲିଭିଜନ ବ୍ରଡକାଷ୍ଟିଂ କ୍ଷେତ୍ରରେ ୨୫ ବର୍ଷ ପୂରଣ କରିଥିବା ଓଟିଭି ମଧ୍ୟ, ନିଜକୁ ସମୟ ସହ ତାଳ ଦେଇ ବଦଳାଇବାକୁ ଚେଷ୍ଟା କରିଛି।

ଟେଲିଭିଜନ ବ୍ରଡକାଷ୍ଟିଂରେ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (Artificial Intelligence)ର ବ୍ୟବହାର ଏଇ ମାତ୍ର ଆରମ୍ଭ ହୋଇଛି। ସେଥିପାଇଁ ‘ଓଟିଭି’ର AI ନ୍ୟୁଜ୍ ଆଙ୍କର ‘ଲିସା’ ଏ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଛି। ‘ଲିସା’ ହେଉଛି ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ପ୍ରଥମ AI ଆଙ୍କର। ସେହିପରି ‘ଲିସା’ ମଧ୍ୟ ପ୍ରଥମ ଓଡ଼ିଆ AI ନ୍ୟୁଜ୍ ଆଙ୍କର। 

Advertisment

ଦକ୍ଷତା ଦୃଷ୍ଟିରୁ ଦେଖିଲେ, ‘ଲିସା’ର ଯଦିଓ ଅନେକ ଭାଷାରେ କଥା କହିବାର ସାମର୍ଥ୍ୟ ଅଛି, କିନ୍ତୁ ଏବେ ସେ ଓଟିଭିର ଟିଭି ଓ ଡିଜିଟାଲରେ କେବଳ ଓଡ଼ିଆ ଏବଂ ଇଂଲିଶ ଭାଷାରେ ଖବର ପଢ଼ିବ। ‘ଲିସା’ ଏବେ ଓଡ଼ିଆ ଭାଷା ପାଇଁ ନୂଆ। ଆଗାମୀ ଦିନରେ ଏହା ଆହୁରି ଦକ୍ଷ ଭାବରେ ଓଡ଼ିଆ କହିବାକୁ ଚେଷ୍ଟା ଜାରି ରଖିଛି।

ଲିସାକୁ ଆପଣ ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପାଇପାରିବେ। ବିଶେଷକରି ଇନଷ୍ଟାଗ୍ରାମ, ଫେସବୁକ୍ ଓ ଆଉକିଛି ସୋସିଆଲ୍ ମିଡିଆରେ ଆପଣ ତାକୁ ଫଲୋ କରିପାରିବେ।

Advertisment

ଆମେ ଆଶା କରୁଛୁ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ଟିଭି ଓ ଡିଜିଟାଲ ଖବର ପ୍ରସାରଣ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି, ସେଥିରେ ‘ଓଟିଭି’ ଏବଂ ଏହାର AI ଆଙ୍କର ‘ଲିସା’ର ଯୋଗଦାନ ନିଶ୍ଚିତ ଭାବରେ ଏକ ଉଲ୍ଲେଖନୀୟ ଘଟଣା।

Otv Artificial Intelligence (AI) AI Anchor Lisa AI Lisa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ