Advertisment

କୁନି ବୟସରେ କମାଲ୍‌; ବିଶ୍ୱ ରୋବୋଟିକ୍ ଚମ୍ପିୟନସିପ୍‌ରେ ବଡ଼ ସଫଳତା

ଓ୍ବାର୍ଲ୍ଡ ରୋବୋଟିକ୍ସ ଚମ୍ପିୟନସିପରେ ୨ଟି ପୁରସ୍କାର ଜିତି କୁନିକୁନି ଛୀତ୍ରଛାତ୍ରୀମାନେ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି।

ଅଦ୍ୟତନ ହୋଇଛି
Robotics Competition

Robotics Competition

Advertisment

କମ୍ପ୍ୟୁଟର ଯୁଗ ପରେ ଏବେ ଆସିଛି ରୋବୋଟିକ୍ ଯୁଗ । ଆଜିର ଛାତ୍ରଛାତ୍ରୀ ରୋବଟ୍ ସମ୍ପର୍କରେ ଶିକ୍ଷାଲାଭ କରିବାକୁ ଆଗ୍ରହୀ ହେଉଛନ୍ତି । ଏବେ ନିକଟରେ ଦିଲ୍ଲୀର ନୋଏଡାରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ରୋବଟିକ୍ସ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଯାଜପୁରର ଛାତ୍ରଛାତ୍ରୀ । ଓ୍ବାର୍ଲ୍ଡ ରୋବୋଟିକ୍ସ ଚମ୍ପିୟନସିପରେ ୨ଟି ପୁରସ୍କାର ଜିତି କୁନିକୁନି ଛୀତ୍ରଛାତ୍ରୀମାନେ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି।

Advertisment

ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ କିଡ୍ଡି କିଡସ୍ ପ୍ରିମିୟମ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗନେଇ ସଫଳତା ଅର୍ଜନ କରିଛନ୍ତି । All India Council Of Robotics and Automation ଏବଂ Ministry Of Electronics and IT ପକ୍ଷରୁ ଆୟୋଜିତ ଏହି ଓ୍ବାର୍ଲ୍ଡ ରୋବୋଟିକ୍ସ ଚମ୍ପିୟନସିପରେ ଭାରତ ସମେତ ଅନ୍ୟ ୫୦ଟି ଦେଶର ୫ ହଜାରରୁ ଉର୍ଦ୍ଧ୍ବ ଟିମ୍ ଅଂଶଗ୍ରହଣ କରିଥିଲେ । ତେବେ ପ୍ରତିଯୋଗୀତା ଶେଷରେ "ରୋବୋ ଓଡ଼ିଶା" ଟିମକୁ ମେଜ୍ ସଲଭର ବିଭାଗରେ ଓ୍ବିନର ଏବଂ ରୋବୋ ରେସରେ ଫାଷ୍ଟ ରନ‌ର୍ସଅପ୍ ଆଦି ୨ଟି ଆଓ୍ବାର୍ଡ ମିଳିଛି । ଯାହା କେବଳ ଯାଜପୁର ନୁହେଁ, ସାରା ଓଡିଶା ପାଇଁ ଗୌରବ ଆଣି ଦେଇଛି ।

ଓ୍ବାର୍ଲ୍ଡ ରୋବୋଟିକ୍ସ ଚାମ୍ପିଅନସିପର ୩ ମାସ ପୂର୍ବରୁ ଏମାନେ ପ୍ରସ୍ତୁତି ଆରମ୍ଭ କରିଥିଲେ । ତେବେ ଏଭଳି ଏକ ଆନ୍ତର୍ଜାତୀୟ ରୋବୋଟିକ଼ସ ପ୍ରତିଯୋଗୀତାରେ ଓଡିଶା ତଥା ଯାଜପୁର ମାଟିର କୁନିକୁନି ଛାତ୍ରଛାତ୍ରୀଙ୍କୁ ମିଳିପାରିଛି ଏହି ସଫଳତା । ଯାହାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିଶ୍ବ ରୋବଟିକ୍ ଚମ୍ପିୟନସିପରୁ ସଫଳତା ଅର୍ଜନ କରି ଫେରିବା ପରେ ଏହି କୃତି ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ଓ ପୁରଷ୍କୃତ କରାଯାଇଛି ।

Advertisment

Robotics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ