Advertisment

କମାଲ୍ କରୁଛି ଏନଆଇଟି ଛାତ୍ରଙ୍କ ଅଣ୍ଡର ୱାଟର ରୋବୋ... ପାଣିରେ ବୁଲୁଛି...ଡ୍ୟାମର ସ୍ଥିତି ପରଖୁଛି

ଜଳସୀମା ରୋବୋ ୫ ଶହରୁ ୬ ଶହ ମିଟର ଗଭୀରତାକୁ ଯାଇପାରିବାର କ୍ଷମତା ରଖିଛି । କେବଳ ପାଣି ଭିତରେ ଏହା ବୁଲିବ ତାହା ନୁହେଁ, ବଡ ବଡ ଡ୍ୟାମର ସ୍ଥିତି, ପାଣି ଭିତରେ ଥିବା ଅନେକ ବ୍ରିଜର ସ୍ଥିତି କଣ ରହିଛି ଏହି ରୋବୋ କିଛି କ୍ଷଣ ମଧ୍ୟରେ କହିପାରୁଛି।

ଅଦ୍ୟତନ ହୋଇଛି
NIT Rourkela Underwater Robot

NIT Rourkela

Advertisment

ଏନଆଇଟି ଛାତ୍ରଙ୍କ କମାଲ । ତିଆରି କରିଛନ୍ତି ଅଣ୍ଡର ଓ୍ବାଟର ରୋବୋଟିକସ୍ । ଏହାକୁ ତିଆରି ପାଇଁ ଲାଗିଛି ପ୍ରାୟ ଦୁଇ ବର୍ଷ ସମୟ । ଇଣ୍ଡିଆନ ନେଭିରେ ମଧ୍ୟ ଏନଆଇଟି ପିଲାଙ୍କ ଦ୍ୱାରା ପ୍ରସ୍ତୁତ ଏହି ରୋବୋ କରୁଛି ସହାୟତା । କିଛି ଦିନ ତଳେ ବିଶାଖାପାଟନମରେ ଇଣ୍ଡିଆନ ନେଭି କାର୍ଯ୍ୟରେ ରୋବୋ କରିଛି ସହାୟତା । ତିଆରି ହୋଇଥିବା ରୋବୋର ନାଁ ରହିଛି ଜଳଦୂତ ଏବଂ ଅନ୍ୟଟି ହେଉଛି ଜଳସୀମା ।

Advertisment

ପାଣି ଭିତରେ ଏହି ରୋବୋ ଦେଖାଉଛି ଅନେକ କାରନାମା । ଆଉ ଏହାକୁ ତିଆରି କରିଛନ୍ତି ରାଉରକେଲା ଏନଆଇଟିରେ ଅଧ୍ୟୟନରତ ଛାତ୍ର । ଏନଆଇଟିରେ ପାଢ଼ ପଢ଼ା ସାଙ୍ଗକୁ ୧୪ ଜଣ ପିଲା ତିଆରି କରିଛନ୍ତି ଦୁଇ ପ୍ରକାରର ରୋବୋ । ଏହି ରୋବୋର କାମ ମଧ୍ୟ ବେଶ ନିଆରା । ଗୋଟିଏ ରୋବର ନାଁ ରଖିଛନ୍ତି ଜଳଦୂତ ଏବଂ ଅନ୍ୟଟି ଜଳସୀମା । ଜଳଦୂତ ରୋବୋ ପାଣି ଭିତରେ ପ୍ରାୟ ୧୫୦ ମିଟର ଗଭୀରତାକୁ ଯାଇପାରିବ ।

ସେହିପରି ଜଳସୀମା ରୋବୋ ୫ ଶହରୁ ୬ ଶହ ମିଟର ଗଭୀରତାକୁ ଯାଇପାରିବାର କ୍ଷମତା ରଖିଛି । କେବଳ ପାଣି ଭିତରେ ଏହା ବୁଲିବ ତାହା ନୁହେଁ, ବଡ ବଡ ଡ୍ୟାମର ସ୍ଥିତି, ପାଣି ଭିତରେ ଥିବା ଅନେକ ବ୍ରିଜର ସ୍ଥିତି କଣ ରହିଛି ଏହି ରୋବୋ କିଛି କ୍ଷଣ ମଧ୍ୟରେ କହିପାରୁଛି।

Advertisment

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି ଏହି ରୋବୋ ନିର୍ମାଣରେ । ରୋବୋ ଦେଶର ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଥିବା କହିଛନ୍ତି ଏନଆଇଟି ଛାତ୍ର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ରୋବୋର କାରନାମା ଦେଖିଛନ୍ତି । ପୋଲଗୁଡିକର ଖରାପ ସ୍ଥିତି ପାଇଁ ବହୁ ସମୟରେ ବଡ ବଡ ଦୁର୍ଘଟଣା ହୋଇଥାଏ । ତାହାକୁ ମଧ୍ୟ ଏହି ରୋବୋ ଅଟକାଇପାରିବ ବୋଲି କୁହାଯାଉଛି। 

NIT Rourkela Robots
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ