ଝଟକୁଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ ! ନୂଆ ରୂପକୁ ପସନ୍ଦ କରୁଛନ୍ତି ଦର୍ଶକ

ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଧଳାରଙ୍ଗରେ ଦେଖିବାକୁ ମିଳୁଥିଲା । ଧଳା ରଙ୍ଗ ସହ ସବୁଜ ରଙ୍ଗରେ ନଜର ଆସୁଥିଲା ବନ୍ଦେ ଭାରତ । ହେଲେ ବର୍ତ୍ତମାନ ଏହାର ରଙ୍ଗରେ ପରିବର୍ତ୍ତନ କରାଯାଇଛି ।

Vande Bharat

ନୂଆ ଲୁକ୍‌ରେ ନଜର ଆସିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଆଗାମୀ ଦିନରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଏହି ନୂଆ ରଙ୍ଗରେ ଆସିବା ନେଇ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ Ministry of Railways ପକ୍ଷରୁ ଟ୍ୱିଟ୍‌ କରାଯାଇଛି । ଖାଲି ସେତିକି ନୁହେଁ, ବନ୍ଦେ ଭାରତ ଏକ୍ସପ୍ରେସ୍‌ର ନୂଆ ଲୁକ୍‌ର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । Ministry of Railways ପକ୍ଷରୁ ସୋସିଆଲ୍‌ ମିଡିଆ Xରେ ୪ଟି ଫଟୋ ସେୟାର କରାଯାଇଛି । ଯେଉଁଥିରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ରଙ୍ଗ ନାରଙ୍ଗୀ ହୋଇଥିବା ଦେଖିବାକୁ ମିଳୁଛି । ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ସାମାନ୍ୟ ଧଳା ରଙ୍ଗ ମଧ୍ୟ ରହିଛି ।

Ministry of Railways ପକ୍ଷରୁ ସୋସିଆଲ୍‌ ମିଡିଆ Xରେ ହୋଇଥିବା ଟ୍ୱିଟ୍‌ରେ କିଛି କ୍ୟାପସନ୍‌ ରହିଛି । କ୍ୟାପସନ୍‌ରେ ଲେଖାଯାଇଛି ଯେ ‘Debuting in a tangerine theme, the new #VandeBharat train makes its first public appearance before the trial run.’ । ଯାହାକି ଯାତ୍ରୀଙ୍କ ପାଇଁ ଗଡ଼ିବା ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଟ୍ରାଏଲ ରନ୍‌ କରାଯାଇଥିବା ସୂଚନା ଦିଆଯାଇଛି ।

ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଧଳାରଙ୍ଗରେ ଦେଖିବାକୁ ମିଳୁଥିଲା । ଖାଲି ଧଳା ରଙ୍ଗ ନୁହେଁ ବରଂ ସବୁଜ ରଙ୍ଗରେ ବି ନଜର ଆସୁଥିଲା ବନ୍ଦେ ଭାରତ । ହେଲେ ବର୍ତ୍ତମାନ ଏହାର ରଙ୍ଗରେ ପରିବର୍ତ୍ତନ କରାଯାଇଛି । ନାରଙ୍ଗୀ ସହ ଧଳା ରଙ୍ଗରେ ବେଶ୍‌ ଆକର୍ଷଣୀୟ ଦିଶୁଛି ବନ୍ଦେ ଭାରତ । Ministry of Railways ପକ୍ଷରୁ ମାତ୍ର କିଛି ଘଣ୍ଟାର ଟ୍ୱିଟ୍‌ ପରେ ଏହାକୁ ନେଇ ସାଧାରଣ ଲୋକଙ୍କ ନିକଟରେ ଉତ୍ସାହ ଦେଖିବାକୁ ମିଳିଛି ।

ଟ୍ୱିଟ ହେବାର କିଛି ସମୟ ମଧ୍ୟରେ ୪୮ ହଜାରରୁ ଅଧିକ ୟୁଜର୍ସ ପୋଷ୍ଟଟିକୁ ଦେଖିସାରିଥିବା ବେଳେ ୨ ହଜାର ୭ଶହରୁ ଅଧିକ ୟୁଜର୍ସ ଲାଇକ୍‌ କରିଛନ୍ତି । ସେହିପରି ଶୁଭମ୍‌ ସାଖୁଜା ନାମକ ଜଣେ ବ୍ୟକ୍ତି ନିଜର ମତାମତ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଏହି ନାରଙ୍ଗୀ ରଙ୍ଗକୁ ବେଶ୍‌ ପସନ୍ଦ କରିଛନ୍ତି ।

ଶୁଭମ୍‌ ସାଖୁଜା ତାଙ୍କ ମତରେ ସତରେ ଏହା ବହୁତ ସୁନ୍ଦର ବୋଲି ଲେଖିଛନ୍ତି । ସେହିପରି ଅନେକ ଦର୍ଶକ ନିଜର ମତାମତ ଜଣାଇଛନ୍ତି । ବଜରଙ୍ଗୀ ନାମକ ଜଣେ ୟୁଜର୍ସ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଫଟୋ ଗୁଡ଼ିକୁ ପସନ୍ଦ କରି ସୁନ୍ଦର ବୋଲି ଲେଖିଛନ୍ତି ।