Advertisment

ଫେସବୁକ୍‌-ଇନଷ୍ଟା ଭଳି LinkedIn ରେ କରିପାରିବେ ରିଲ୍ସ ଭିଡିଓ; ଖୁବଶୀଘ୍ର ଲଞ୍ଚ ହେବ ଫିଚର୍‌

ଲିଙ୍କଡ୍‌ଇନ୍ ପ୍ଲାଟଫର୍ମରେ ସର୍ଟ ଭିଡିଓ ଆଣିବା ପାଇଁ ଚେଷ୍ଟା କରାଯାଉଛି। ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଚର୍ଚ୍ଚିତ ବିଷୟବସ୍ତୁ ଉପରେ ଛୋଟ ଭିଡିଓ ଉପସ୍ଥାପନା ଉପରେ ଯୋଜନା ଚାଲିଛି।

LinkedIn

LinkedIn

Advertisment

ଚାକିରି ସମ୍ବନ୍ଧୀୟ ତଥ୍ୟ ପାଇବା ପାଇଁ ଆମେ ପ୍ରାୟତଃ ଲିଙ୍କଡ୍‌ଇନ୍‌ ଆପ୍‌ ବ୍ୟବହାର କରିଥାଉ। ଯଦି ଆମେ କହିବା କି ଆପଣଙ୍କୁ ଚାକିରି ସମେତ ମନୋରଞ୍ଜନର ଖୋରାକ ଯୋଗାଇବ ଲିଙ୍କଡ୍‌ଇନ୍‌। ଆଶ୍ଚର୍ଯ୍ୟ ହେଲେ କି ? ଖୁବଶୀଘ୍ର ଉପଭୋକ୍ତାଙ୍କ ପାଇଁ ସର୍ଟ ଭିଡିଓ ଅର୍ଥାତ ରିଲ୍ସର ସୁବିଧା ଉପଲବ୍ଧ କରାଇବ ଲିଙ୍କଡ୍‌ଇନ୍‌। ନିକଟରେ ଏକ ରିପୋର୍ଟରେ କୁହାଯାଇଛି ଯେ ଚାକିରି ଖୋଜୁଥିବା ଲୋକଙ୍କୁ ଆକର୍ଷିତ କରିବା ପାଇଁ ୱେବସାଇଟ୍‌ରେ ଖେଳକୁ ଅନ୍ତର୍ଭୂକ୍ତ କରାଯିବ।

Advertisment

ଟେକ୍ କ୍ରଞ୍ଚର ଏକ ରିପୋର୍ଟ ଅନୁଯାୟୀ, ଲିଙ୍କଡ୍‌ଇନ୍ ପ୍ଲାଟଫର୍ମରେ ସର୍ଟ ଭିଡିଓ ଆଣିବା ପାଇଁ ଚେଷ୍ଟା କରାଯାଉଛି। ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଚର୍ଚ୍ଚିତ ବିଷୟବସ୍ତୁ ଉପରେ ଛୋଟ ଭିଡିଓ ଉପସ୍ଥାପନା ଉପରେ ଯୋଜନା ଚାଲିଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଯେତେବେଳେ ମ୍ୟାକକିନ୍ନିର ଷ୍ଟ୍ରାଟେଜି ନିର୍ଦ୍ଦେଶକ ଅଷ୍ଟିନ ନଲ୍ ଲିଙ୍କଡ୍‌ଇନ୍‌ର ନାଭିଗେସନ୍ ବାର୍‌ରେ ଭିଡିଓ ଟ୍ୟାବ୍‌ ଯୋଡ଼ିଥିଲେ। ତେବେ ଅନେକ ୟୁଜର୍ସ ଏହି ଟ୍ୟାବ୍‌ରେ କ୍ଲିକ୍‌ କରିଥିଲେ। ଏହାପରେ ସର୍ଟ ଭିଡିଓ ଫିଚର୍‌ ଆଣିବାକୁ ଯୋଜନା ହେଲା।

କମ୍ପାନୀ ଟେକ୍ କ୍ରଞ୍ଚକୁ ଆହୁରି କହିଛି ଯେ ଲିଙ୍କଡ୍‌ଇନ୍‌ ଉପଭୋକ୍ତାମାନଙ୍କ ପାଇଁ ଶିଖିବା ଭିଡିଓଗୁଡିକ ହିଁ ଉପଲବ୍ଧ ହେବ। ତେବେ ଏହି ଫିଚର୍‌କୁ ଭଲ ଭାବେ ପରୀକ୍ଷା କରିବା ପରେ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବ। ଯାହାଫଳରେ ଅଧିକାଂଶ ଲୋକ ଏହାର ବ୍ୟବହାର କରିପାରିବେ।

Advertisment

ଲିଙ୍କଡ୍‌ଇନ୍‌ ପ୍ଲାଟଫର୍ମର ୟୁଜର୍ସ ଏହି ଫିଚର୍‌ ଦ୍ୱାରା ଛୋଟ ଛୋଟ କାହାଣୀ ମଧ୍ୟ ଉପସ୍ଥାପିତ କରିପାରିବେ। ଯେପରି ଫେସବୁକ୍‌, ଇନଷ୍ଟାଗ୍ରାମ ଓ ଟିକ୍‌ଟକ୍‌ ଭଳି ପ୍ଲାଟଫର୍ମରେ ସର୍ଟ ଭିଡିଓ ଜରିଆରେ ଲୋକେ ଅନେକ କାହାଣୀ ଦେଖାଇଥାନ୍ତି। ଏବେର ଯୁବପିଢ଼ି ଫେସବୁକ୍‌, ଇନଷ୍ଟାଗ୍ରାମରେ ଅଧିକ ସମୟ ବିତାଉଛନ୍ତି। ତେବେ ଲିଙ୍କଡ୍‌ଇନ୍‌କୁ ଆଉ କେବଳ ଚାକିରି ସନ୍ଧାନ ପ୍ଲାଟଫର୍ମ କୁହାଯିବ ନାହିଁ। ଏଣିକି ଉପଭୋକ୍ତା ମନୋରଞ୍ଜନର ଖୋରାକ୍‌ ପାଇପାରିବେ। କାରଣ ଲକ୍ଷାଧିକ ଲୋକ ଏହି ପ୍ଲାଟଫର୍ମ ସହ ଯୋଡ଼ି ହୋଇ ରହିଛନ୍ତି।

ଟେକ୍‌ କ୍ରଞ୍ଚ ମୁତାବକ ପ୍ରଥମେ ଉପଭୋକ୍ତାଙ୍କୁ ଖେଳ ସମ୍ବନ୍ଧୀୟ ସେବା ଯୋଗାଇ ଦିଆଯିବ। ପଜଲ୍‌ ଗେମ୍‌ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ତେବେ ଏହି ଫିଚର୍‌ କେବେ ଲଞ୍ଚ ହେବ। ସେନେଇ କୌଣସି ତାରିଖ ଘୋଷଣା ହୋଇନାହିଁ।

Advertisment
Short Movie LinkedIn Reels Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ