Advertisment

ଭୁଲ୍‌ରେ ହ୍ୱାଟ୍ସଆପ୍‌ରେ ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ, ଜାଣନ୍ତୁ କେମିତି ଠକାମିରୁ ବର୍ତ୍ତିବେ...

ଠକମାନଙ୍କ କବଳରୁ ବର୍ତ୍ତିବା ପାଇଁ WhatsApp ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁଜର୍ସ ମଧ୍ୟ ଜାଣିବା ଦରକାର କିଭଳି ସ୍କାମ୍‌ରୁ ବର୍ତ୍ତିବେ ଓ ନିଜ  ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ସୁରକ୍ଷିତ ରଖିବେ।

ଅଦ୍ୟତନ ହୋଇଛି
know how to keep yourself safe from WhatsApp scams

know how to keep yourself safe from WhatsApp scams

Advertisment

ଗତ କିଛିଦିନ ହେବ ହ୍ୱାଟ୍ସଆପ୍‌(WhatsApp)ରେ ସ୍ପାମ୍‌ କଲ୍‌ ଓ ମେସେଜ ସଂଖ୍ୟା ବଢ଼ି ଯାଇଛି। ଦେଶରେ ଅଧିକାଂଶ ଲୋକ ସ୍କାମ୍‌ରେ ପଡ଼ି ଲକ୍ଷାଧିକ ଟଙ୍କା ହରାଉଛନ୍ତି। ନିକଟରେ ଚଣ୍ଡୀଗଡ଼ର ଜଣେ ବ୍ୟକ୍ତି ହ୍ୱାଟ୍ସଆପ୍‌ରେ ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରିବା ପରେ ଲକ୍ଷାଧିକ ଟଙ୍କା ହରାଇ ଥିଲେ। ସମ୍ପୃକ୍ତ ବ୍ୟକ୍ତି ଲିଙ୍କ୍‌ରେ କ୍ଲିକ୍‌ କରିବା ପରେ ଠକମାନେ ତାଙ୍କ ଆକାଉଣ୍ଟ ହ୍ୟାକ୍‌ କରି ନେଇଥିଲେ। ଏହାପରେ ୧୭ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା।

Advertisment

ତେବେ ଠକମାନଙ୍କ କବଳରୁ ବର୍ତ୍ତିବା ପାଇଁ WhatsApp ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁଜର୍ସ ମଧ୍ୟ ଜାଣିବା ଦରକାର କିଭଳି ସ୍କାମ୍‌ରୁ ବର୍ତ୍ତିବେ ଓ ନିଜ  ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ସୁରକ୍ଷିତ ରଖିବେ।

ଟୁ-ଷ୍ଟେପ୍‌ ଭେରିଫିକେସନ୍‌ ଅନ୍‌ କରନ୍ତୁ...

ନିଜର ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ଆହୁରି ସୁରକ୍ଷିତ କରିବା ଲାଗି ଟୁ-ଷ୍ଟେପ୍‌ ଭେରିଫିକେସନ୍‌(two-step verification) ଫିଚର୍‌ ବ୍ୟବହାର କରିପାରିବେ। ଆପଣ ରିସେଟ୍‌ କିମ୍ବା ଆକାଉଣ୍ଟ ଭେରିଫାଏ କଲାବେଳେ ଏହି ଫିଚର ଆପଣଙ୍କୁ ୬ ଡିଜିଟ୍‌ର ପିନ୍‌ ମାଗିବ ଓ ଏହା ଦେବା ପରେ ଆପଣଙ୍କ ଆକାଉଣ୍ଟ ଜରିଆରେ ସ୍କାମ୍‌ କରିବା ଠକମାନଙ୍କ ପାଇଁ କଷ୍ଟକର ହେବ।

Advertisment

ସନ୍ଦିଗ୍ଧ ଆକାଉଣ୍ଟକୁ ବ୍ଲକ୍‌ ଓ ରିପୋର୍ଟ କରିପାରିବେ...

ଯଦି କୌଣସି ‌ଅଜଣା ନମ୍ବରରୁ ଆପଣଙ୍କ ପାଖକୁ ମେସେଜ ଆସୁଛି ଓ ଆପଣଙ୍କୁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ଅନୁଷ୍ଠାନ ସହ ଯୋଗାଯୋଗ କରିବା ପାଇଁ କୁହାଯାଉଛି। ତା’ହେଲେ ଭୁଲ୍‌ରେ ଆପଣ ନିଜର ବ୍ୟକ୍ତିଗତ ତଥ୍ୟ ଶେୟାର କରନ୍ତୁ ନାହିଁ କିମ୍ବା ଟଙ୍କା ପଠାନ୍ତୁ ନାହିଁ। ସନ୍ଦେହ ହେଲେ ବ୍ଲକିଂ ଓ ରିପୋର୍ଟିଂ ଫିଚର ବ୍ୟବହାର କରି ଆପଣ ଉକ୍ତ ଆକାଉଣ୍ଟ କିମ୍ବା ନମ୍ବରକୁ ବ୍ଲକ୍‌ କରିପାରିବେ।

ଗ୍ରୁପ୍‌ ପ୍ରାଇଭେସି ସେଟିଂକୁ ଆଡଜଷ୍ଟ କରନ୍ତୁ...

ହ୍ୱାଟ୍ସଆପ୍‌ର ପ୍ରାଇଭେସି ସେଟିଂ ଓ ଗ୍ରୁପ୍‌ ଇନ୍‌ଭାଇଟ୍‌ ସିଷ୍ଟମକୁ ଯାଇ ଆପଣ ଗ୍ରୁପ୍‌ ପ୍ରାଇଭେସି ସେଟିଂକୁ ବଦଳାଇ ପାରିବେ। କେଉଁମାନଙ୍କୁ ଗ୍ରୁପ୍‌ରେ ସାମିଲ କରିବେ ଓ କାହାକୁ ବାହାର କରିବେ ଏସବୁ କରିପାରିବେ। ଯଦି ଆପଣ କୌଣସି ଗ୍ରୁପ୍‌ର ଆଡମିନ୍‌ ଥାନ୍ତି ତା’ହେଲେ ଏସବୁ କରିପାରିବେ। ଯଦି ଗ୍ରୁପ୍‌ ଚାଟ୍‌ରେ କୌଣସି ସନ୍ଦେହ ହେବା ଭଳି ଚାଟିଂ ସାମ୍ନାକୁ ଆସେ, ତା’ହେଲେ ଗ୍ରୂପ୍‌ରୁ ଲିଭ୍‌ ମାରି ଏହାକୁ ରିପୋର୍ଟ କରିପାରିବେ। 

Advertisment

କେଉଁମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଦେଖିପାରିବେ ?

ଖାଲି ଗ୍ରୁପ୍‌ ନୁହେଁ, ଆପଣ ନିଜ ଆକାଉଣ୍ଟର ବ୍ୟକ୍ତିଗତ ତଥ୍ୟ ମଧ୍ୟ ମ୍ୟାନେଜ କରିପାରିବେ। ଯେପରିକି ପ୍ରୋଫାଇଲ୍‌ ଫଟୋ, ଅନ୍‌ଲାଇନ୍‌ ଷ୍ଟାଟସ୍‌ ଇତ୍ୟାଦି। ଏପରିକି ଆପଣ ଅନ୍‌ଲାଇନ୍‌ ଅଛନ୍ତି କି ନାହିଁ ଏହା ମଧ୍ୟ ସେଟିଂକୁ ଯାଇ ପରିବର୍ତ୍ତନ କରିପାରିବେ। ଆପଣଙ୍କର ଯାହା ଉପରେ ଭରସା ଅଛି କେବଳ ସେମାନଙ୍କୁ ହିଁ ନିଜର ବ୍ୟକ୍ତିଗତ ତଥ୍ୟ ଶେୟାର କରନ୍ତୁ।

କୌଣସି ଡିଭାଇସ୍‌ରେ ହ୍ୱାଟ୍ସଆପ୍‌ ଆକାଉଣ୍ଟ ଲିଙ୍କ୍‌ ହୋଇଛି କି ନାହିଁ ଚେକ୍‌ କରନ୍ତୁ...

ଆପଣଙ୍କ ହ୍ୱାଟ୍ସଆପ୍‌ ଆକାଉଣ୍ଟ ଅନ୍ୟ କେଉଁ କେଉଁ ଡିଭାଇସ୍‌ରେ ଲିଙ୍କ୍‌ ଅଛି କି ନାହିଁ, ସବୁବେଳେ ଏହା ଚେକ୍‌ କରନ୍ତୁ। ଯଦି କେଉଁଠି ଲଗ୍‌-ଇନ୍‌ ଥାଏ ତା’ହେଲେ ତୁରନ୍ତ ଲଗ୍‌ ଆଉଟ୍‌ କରନ୍ତୁ। ଯଦି ଆପଣଙ୍କ ସନ୍ଦେହ ଆସୁଛି, ଆପଣଙ୍କର ଆକାଉଣ୍ଟ WhatsApp Web/Desktop ଜରିଆରେ କେହି ଜଣେ ଆକ୍ସେସ୍‌ କରିଛନ୍ତି, ତା’ହେଲେ ତୁରନ୍ତ ଫୋନ୍‌ ମାଧ୍ୟମରେ ଲଗ୍‌ ଆଉଟ୍‌ ଅଲ୍‌ କମ୍ପ୍ୟୁଟର୍ସ କରନ୍ତୁ।

ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ...

ଯଦି ଆପଣଙ୍କ ପାଖକୁ ହ୍ୱାଟ୍ସଆପ୍‌ରେ କୌଣସି ଅଜଣା ଲିଙ୍କ୍‌ ଆସୁଛି ଓ ଏଥିରେ ଆପଣଙ୍କ ସନ୍ଦେହ ହେଉଛି, ତା’ହେଲେ ଭୁଲ୍‌ରେ ଏହାକୁ କ୍ଲିକ୍‌ କରନ୍ତୁ ନାହିଁ କି କୌଣସି ରିପ୍ଲାଏ ଦିଅନ୍ତୁ ନାହିଁ। ଭୁଲ୍‌ରେ ବି କୌଣସି ଲୋଭରେ ପଡ଼ି ଅଜଣା ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ନାହିଁ। 

ବ୍ୟକ୍ତିଗତ ତଥ୍ୟ ଶେୟାର କରନ୍ତୁ ନାହିଁ...

ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଠିକଣା, ଫୋନ୍‌ନମ୍ବର, ପାସ୍‌ୱାର୍ଡ, କ୍ରେଡିଟ୍‌/ଡେବିଟ୍‌ କାର୍ଡ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ କାହାରିକୁ ଶେୟାର କରନ୍ତୁ ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ