Advertisment

JIO ୟୁଜର୍ସଙ୍କ ପାଇଁ ଖୁସି ଖବର ! ମାଗଣାରେ ମିଳୁଛି 5G ସେବା, ଦିନକୁ..

5G ସେବାକୁ ସାରା ଦେଶ ଅପେକ୍ଷା କରିଥିବାବେଳେ ଏହି ଅପେକ୍ଷାର ଅନ୍ତ ଘଟିଛି । ଦେଶରେ ଆରମ୍ଭ ହୋଇଛି 5G ସେବା । ଉପଭୋକ୍ତା ମାନଙ୍କୁ ମାଗଣାରେ ଏହି ସେବା ଯୋଗାଇ ଦେଇଛି ଟେଲିକମ୍‌ ଅପରେଟର୍‌ JIO ।

5G Service

5G Service

Advertisment

ଦେଶରେ 5G ସେବା ଆରମ୍ଭ କରି ରିଲାଏନ୍ସ ଜିଓର ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି ଯେ “ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ 5G ସେବା ଆରମ୍ଭ କରିବା ଆମର ପ୍ରୟାସ।”। ତେବେ ଚଳିତ ବର୍ଷ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ 5G ସେବା ଆରମ୍ଭ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। କିଛିଦିନ ପୂର୍ବରୁ ରାଜସ୍ଥାନରେ ଜିଓ 5G ସେବା ଆରମ୍ଭ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହି ସେବା ଆରମ୍ଭ ହୋଇଛି । ଉପଭୋକ୍ତା ମାନଙ୍କୁ ମାଗଣାରେ ଏହି ସେବା ଯୋଗାଇ ଦେଇଛି ଟେଲିକମ୍‌ ଅପରେଟର୍‌ JIO

Advertisment

କମ୍ପାନୀର କହିବାନୁସାରେ, ଲୋକମାନେ ଧୀରେ ଧୀରେ ସମଗ୍ର ସହରରେ 5G ସିଗନାଲ ପାଇବା ଆରମ୍ଭ କରିବେ। କମ୍ପାନୀ 5G ଟେକ୍ନୋଲୋଜିକୁ 'ଜିଓ ଟ୍ରୁ 5G' ଭାବରେ ବ୍ରାଣ୍ଡ କରିଛି। ଜିଓ 5G ସେବା ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ବାରାଣାସୀ, ନାଥଦ୍ୱାରା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ସମେତ ୮ ଟି ସହରରେ ଟ୍ରୁ 5G ନାମରେ ଆରମ୍ଭ କରିସାରିଛି । ବର୍ତ୍ତମାନ ଆହୁରି ୪ ଟି ସହରକୁ ଏହି ସେବା ଯୋଗାଇ ଦିଆଯାଇଛି । ଗୁରୁଗ୍ରାମ, ନଏଡା, ଗାଜିଆବାଦ୍‌, ଫରିଦାବାଦ୍‌ ଆଦି ସହରରେ 5G ସେବା ମିଳିବ । ଯେଉଁମାନେ ଏହିସବୁ ସ୍ଥାନରେ ରହୁଛନ୍ତି ସେମାନଙ୍କ My JIO ଆପ୍‌ରେ ଜିଓ ୱେଲକମ୍‌ ଅଫର୍‌ ଆସିବ । ଏହାସହ ମାଗଣାରେ ଦିନକୁ 1GB ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ ।

ଜିଓ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଛି ଯେ ଦେଶର ଯେଉଁସବୁ ସ୍ଥାନରେ 5G ସେବା ଉପଲବ୍ଧ ହେବ, ସମସ୍ତ ଜିଓ ୟୁଜର୍‌ଙ୍କ 4G ସିମ୍‌ ଆପେ ଆପେ 5G ନେଟୱର୍କ ସହ ସଂଯୋଗ ହୋଇଯିବ । ଏଥିପାଇଁ ଜିଓ ପକ୍ଷରୁ ୟୁଜର୍‌ଙ୍କୁ ନିମନ୍ତ୍ରଣ ମିଳିବ । ଥରେ ମୋବାଇଲ୍‌ରେ 5G ସେବା ଉପଲବ୍ଧ ହେଲେ ଷ୍ଟାଟସ୍‌ ବାର୍‌ରେ 5G ସଂକେତ ସ୍ପଷ୍ଟ ହେବ ।

Advertisment

ତେବେ ଜାଣନ୍ତୁ କିପରି ମୋବାଇଲ୍‌ରେ 5G ନେଟ୍‌ୱର୍କ ସଂଯୋଗ କରିବେ

  1. ପ୍ରଥମେ ଫୋନ୍‌ ସେଟିଙ୍ଗକୁ ଯାଇ ମୋବାଇଲ୍‌ ନେଟୱର୍କ ଅପସନ୍‌ରେ କ୍ଲିକ୍‌ କରିବେ ।
  2. ଏହାପରେ JIO SIM ଚୟନ କରିବେ, ତା’ପରେ 'Preferred network type' ଅପସନ୍‌ରେ କ୍ଲିକ୍‌ କରିବେ ।
  3. ଏହାପରେ 5G ନେଟ୍‌ୱର୍କ ଚୟନ କରିବେ ।
Jio 5G Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ