Advertisment

ଚନ୍ଦ୍ରରେ ସଫଳତାର ସହ ପାଦ ଥାପିଲା ଜାପାନ: କିପରି ହେଲା ଚନ୍ଦ୍ରର ସୃଷ୍ଟି, କରିବ ଅନୁଧ୍ୟାନ

ଏଜେନ୍ସି ଅଧିକାରୀ ହିଟୋସି କୁନିନାକା କହିଛନ୍ତି - ମହାକାଶଯାନ ନିୟନ୍ତ୍ରଣ କକ୍ଷ ସହିତ ଏହା ଯୋଗାଯୋଗରେ ଅଛି । ମାତ୍ର ମହାକାଶଯାନର ସୌର ଜେନେରେଟରଗୁଡିକ ବର୍ତ୍ତମାନ କାମ କରୁନାହିଁ ।

ଅଦ୍ୟତନ ହୋଇଛି
Spacecraft

Spacecraft

Advertisment

ଜାପାନର ମୁନ ମିଶନ ଏକ ପ୍ରକାର ସଫଳ ହୋଇଛି। ଜାପାନର ଚନ୍ଦ୍ର ମିଶନ ସ୍ନାଇପର ଚନ୍ଦ୍ରରେ ସଫଳତାର ସହ ସଫ୍ଟ ଲ୍ୟାଣ୍ତିଂ କରିଛି। SLIM ଚନ୍ଦ୍ର ପୃଷ୍ଠରେ ପ୍ରାୟ ପୂର୍ବାହ୍ନ ୧୦ଟା ୨୦ମିନିଟରେ ଅବତରଣ କରିଛି। ଋଷ, ଆମେରିକା, ଚୀନ୍ ଏବଂ ଭାରତ ପରେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିଛି ଜାପାନ। ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବାରେ ପଞ୍ଚମ ଦେଶ ହୋଇପାରିଛି ଜାପାନ। ମାତ୍ର ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି (JAXA) ସ୍ପଷ୍ଟ କରିଛି ଯେ ଏହାର ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ (SLIM) ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିଛି। ମାତ୍ର ମହାକାଶଯାନର ସୌର ଜେନେରେଟରଗୁଡିକ ବର୍ତ୍ତମାନ କାମ କରୁନାହିଁ ।

Advertisment

ଏଜେନ୍ସି ଅଧିକାରୀ ହିଟୋସି କୁନିନାକା କହିଛନ୍ତି - ମହାକାଶଯାନ ନିୟନ୍ତ୍ରଣ କକ୍ଷ ସହିତ ଏହା ଯୋଗାଯୋଗରେ ଅଛି । ମାତ୍ର ମହାକାଶଯାନର ସୌର ଜେନେରେଟରଗୁଡିକ ବର୍ତ୍ତମାନ କାମ କରୁନାହିଁ । ଏହା କେବଳ ଏହାର ବ୍ୟାଟେରୀ ଉପରେ ନିର୍ଭରଶୀଳ ରହିଛି। ଜାପାନ ଏକ ଶକ୍ତିଶାଳୀ ଏକ୍ସ-ରେ ସ୍ପେସ୍ ଟେଲିସ୍କୋପ XRISM ସହିତ ସେପ୍ଟେମ୍ବର ୬ରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ କରିଥିଲା ​​। ସ୍ନାଇପର ୨୫ଡିସେମ୍ବରରେ ଚନ୍ଦ୍ର କକ୍ଷପଥରେ ପହଞ୍ଚିଥିଲା ​​। ସେବେଠାରୁ ଏହା ଚନ୍ଦ୍ର ପୃଷ୍ଠ ଆଡ଼କୁ ଗତି କରୁଥିଲା।

ଜାପାନର ଚନ୍ଦ୍ର ମିଶନ ସ୍ନାଇପରର ଲକ୍ଷ୍ୟ ହେଉଛି ଚନ୍ଦ୍ରର ଶିଓଲି କ୍ରାଟର ବା ଚନ୍ଦ୍ରରେ ଥିବା ଗର୍ତ୍ତର ଅନୁସନ୍ଧାନ କରିବା। ବୈ‍ଜ୍ଞାନିକଙ୍କ ମତରେ ଚନ୍ଦ୍ରରେ ଏକ ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ଏହି ଗର୍ତ୍ତ ସୃଷ୍ଟି ହୋଇଛି। ତେବେ ଚନ୍ଦ୍ର କିପରି ସୃଷ୍ଟି ହେଲା ତାହାର ଅନୁସନ୍ଧାନ କରିବ ସ୍ନାଇପର । ଏଠାରେ ଥିବା ଖଣିଜ ପଦାର୍ଥଗୁଡ଼ିକୁ ପରୀକ୍ଷା କରି ଚନ୍ଦ୍ରର ଗଠନ ଏବଂ ଏହାର ଆଭ୍ୟନ୍ତରୀଣ ଅଂଶଗୁଡ଼ିକ ବିଷୟରେ ସୂଚନା ମିଳି ପାରିବ। ମିଡିଆ ରିପୋର୍ଟ ଅନୁଯାୟୀ ଜାପାନର ଏହି ମିଶନ ପାଇଁ ପ୍ରାୟ ୧୦୨ ନିୟୁତ ଡଲାର ଖର୍ଚ୍ଚ ହୋଇଛି।

Advertisment

ତେବେ ଚନ୍ଦ୍ରକୁ ନେଇ ଭାରତ ମଧ୍ୟ ଗବେଷଣା ଜାରି ରଖିଛି। ନିକଟରେ ଭାରତ ଚନ୍ଦ୍ରାୟନ-୩ ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ଭାରତର ପ୍ରଥମ ଚନ୍ଦ୍ର ମିଶନ ଯାହା୨୦୦୮ ମସିହାରେ କରାଯାଇଥିଲା ସେତେବେଳେ ଚନ୍ଦ୍ର ପୃଷ୍ଠରେ ଜଳ ଆବିଷ୍କୃତ ହୋଇଥିଲା। ଏହାପରେ ୨୦୧୯ ରେ, ଚନ୍ଦ୍ରାୟଣନ -୨ ଚନ୍ଦ୍ର ନିକଟରେ ପହଞ୍ଚିଥିଲେ ମଧ୍ୟ ଅବତରଣ କରିପାରିନଥିଲା ଚନ୍ଦ୍ରାୟନ -୩ ।୨୩ ଅଗଷ୍ଟ ୨୦୨୩ ରେ ଚନ୍ଦ୍ରରେ ଅବତରଣ କରିଥିଲା।

Japan Moon Spacecraft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ