Advertisment

Universal Connectivity: ଆସିବ ଷ୍ଟାର୍‌ଲିଙ୍କ...ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ବି ଘାଇଁ ଘାଇଁ ଚାଲିବ ଇଣ୍ଟରନେଟ୍

ଭାରତର ଦୁର୍ଗମ ଏବଂ ଗ୍ରାମାଞ୍ଚଳରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ ପାଇଁ ଜେପିଏଲ ଓ ସ୍ପେସଏକ୍ସ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହା ଦ୍ୱାରା ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ ସୁବିଧା ସହଜରେ ମିଳିପାରିବ।

ଅଦ୍ୟତନ ହୋଇଛି
ଇଣ୍ଟରନେଟ ଚାଲିବ ଘାଇଁ ଘାଇଁ

ଇଣ୍ଟରନେଟ ଚାଲିବ ଘାଇଁ ଘାଇଁ

Advertisment

ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ) ଏବଂ ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଭାରତରେ ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ପରେ, ଭାରତର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ସମେତ ସାରା ଦେଶରେ ସାଟେଲାଇଟ୍ ଆଧାରିତ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ ହେବ। ଏହା ସାହାଯ୍ୟରେ, ସେହି ଦୂରଦୂରାନ୍ତ ଅଞ୍ଚଳଗୁଡ଼ିକୁ ମଧ୍ୟ ସହଜରେ ସଂଯୋଗ କରାଯାଇପାରିବ ଯେଉଁଠାରେ ସଂଯୋଗ ଯୋଗାଇବା କଷ୍ଟକର ରହିଛି। 

Advertisment

ଏହି ଚୁକ୍ତିନାମା ଅନୁସାରେ ଜିଓ ଗ୍ରାହକମାନଙ୍କ ପାଇଁ ଷ୍ଟାରଲିଙ୍କ ସୁବିଧାଗୁଡ଼ିକ ଜିଓ ଷ୍ଟୋର ଏବଂ ଅନଲାଇନରେ ଉପଲବ୍ଧ ହେବ। ଜିଓ ପକ୍ଷରୁ ପ୍ରକାଶ କରାଯାଇଛି ଯେ ସ୍ପେସଏକ୍ସ ସହିତ ଚୁକ୍ତିନାମାରେ ସମଗ୍ର ଭାରତରେ ସମସ୍ତ ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଏବଂ ସମୁଦାୟଗୁଡିକ ପାଇଁ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ଉପଲବ୍ଧ କରାଯାଇପାରିବ। ଷ୍ଟାରଲିଙ୍କ୍ ସବୁଠାରୁ ଅହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ଦ୍ରୁତ ଏବଂ ସୁଲଭ ଉପାୟରେ ସବୁଠାରୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ବିସ୍ତାର କରିବାରେ ସକ୍ଷମ ହୋଇପାରିବ। ଦୁଇ କମ୍ପାନୀ ଭାରତର ଡିଜିଟାଲ୍ ଇକୋସିଷ୍ଟମରେ ସହଯୋଗର ଅନ୍ୟାନ୍ୟ ସମ୍ଭାବନା ମଧ୍ୟ ଅନୁସନ୍ଧାନ କରିବେ।

ରିଲାଏନ୍ସ ଜିଓର ଗ୍ରୁପ୍ ସିଇଓ ମାଥ୍ୟୁ ଓମେନ୍ କହିଛନ୍ତି, "ପ୍ରତ୍ୟେକ ଭାରତୀୟଙ୍କୁ ସୁଲଭ ଏବଂ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସୁବିଧା ଉପଲବ୍ଧ କରାଇବା ଜିଓର ପ୍ରାଥମିକତା ରହିଛି। ଜିଓର ବ୍ରଡବ୍ୟାଣ୍ଡ ଇକୋସିଷ୍ଟମରେ ଷ୍ଟାରଲିଙ୍କକୁ ସାମିଲ କରି, ଆମେ ଆମର ସେବାର ବିସ୍ତାର କରୁଛୁ ଏବଂ ଏହି ଏଆଇ-ଚାଳିତ ଯୁଗରେ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡର ସୁବିଧାକୁ ବୃଦ୍ଧି କରୁଛୁ, ଯାହା ଦ୍ୱାରା ସାରା ଦେଶରେ ବ୍ୟବସାୟଗୁଡ଼ିକୁ ସଶକ୍ତ କରାଯାଇପାରିବ।"

Advertisment

ସ୍ପେସଏକ୍ସର ସଭାପତି ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ଗ୍ୱିନ୍ ସଟୱେଲ କହିଛନ୍ତି, "ଭାରତର ଯୋଗାଯୋଗ ସଂଯୋଗ ବା କନେକ୍ଟିଭିଟିକୁ ଆଗକୁ ବଢ଼ାଇବା ପାଇଁ ଏଭଳି ପ୍ରତିବଦ୍ଧତାକୁ ଆମେ ପ୍ରଶଂସା କରୁଛୁ। ଏ ଦିଗରେ ଆମେ ଭାରତ ସରକାରଙ୍କଠାରୁ ଅନୁମୋଦନ ପାଇବା ଏବଂ ଜନସାଧାରଣ, ସଂଗଠନ ଏବଂ ବ୍ୟବସାୟଗୁଡ଼ିକୁ ଷ୍ଟାରଲିଙ୍କ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବାକୁ ଯୋଜନା ଆରମ୍ଭ କରିଛୁ। ତେବେ ଭାରତରେ ଷ୍ଟାରଲିଙ୍କ ସେବା ଉପଲବ୍ଧ କରିବା ସ୍ପେସଏକ୍ସର ଅନୁମତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।

Starlink Internet Tesla CEO Elon Musk Rural People JioFiber Broadband Internet Service Remote Village
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ