Advertisment

ବଢ଼ିବ ନୌସେନା ଶକ୍ତି, ସେନାରେ ସାମିଲ ହେବ ୨ ନୂଆ ଯୁଦ୍ଧପୋତ

ଉଦୟଗିରି ଓ ହିମଗିରି ପ୍ରୋଜେକ୍ଟ 17Aର ଷ୍ଟିଲଥ ଫ୍ରିଗେଟ୍ ପ୍ରୋଜେକ୍ଟର ଅଂଶ । ଉଦୟଗିରି ହେଉଛି ନୌସେନା ଯୁଦ୍ଧ ଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଥିବା ୧୦୦ତମ ଜାହାଜ । ପ୍ରଥମ ଥର ଭିନ୍ନ ଭିନ୍ନ ସିପୟାର୍ଡରେ ନିର୍ମିତ ଦୁଇଟି ପ୍ରମୁଖ ଯୁଦ୍ଧଜାହାଜକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି ।

Indian Navy

Indian Navy

Advertisment

ବଢ଼ିବ ନୌସେନା ଶକ୍ତି । ସମୁଦ୍ରରେ ଭାରତର ସୁରକ୍ଷା ଢାଲ ହେବେ ଉଦୟଗିରି ଓ ହିମଗିରି । ଆଜି ନୌସେନାରେ ଏକାସଙ୍ଗେ ସାମିଲ ହେବ ଏହି ୨ଟି ନୂଆ ଯୁଦ୍ଧପୋତ । ବିଶାଖାପାଟଣା ନାଭାଲ ବେସରେ ଏହି ଅତ୍ୟାଧନୁକି ଯୁଦ୍ଧ ଜାହାଜର ନୌସେନାରେ ସାମିଲ ହେବେ । କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କମିଶନିଂ ପରେ ଉଭୟ ଯୁଦ୍ଧଜାହାଜ ଭାରତ ମହାସାଗର କ୍ଷେତ୍ରରେ ଭାରତର ସାମୁଦ୍ରିକ ସୁରକ୍ଷା କ୍ଷମତାକୁ ସୁଦୃଢ଼ ​​କରିବ ।

Advertisment

ଉଦୟଗିରି ଓ ହିମଗିରି ପ୍ରୋଜେକ୍ଟ 17Aର ଷ୍ଟିଲଥ ଫ୍ରିଗେଟ୍ ପ୍ରୋଜେକ୍ଟର ଅଂଶ । ଉଦୟଗିରି ହେଉଛି ନୌସେନା ଯୁଦ୍ଧ ଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଥିବା ୧୦୦ତମ ଜାହାଜ । ପ୍ରଥମ ଥର ଭିନ୍ନ ଭିନ୍ନ ସିପୟାର୍ଡରେ ନିର୍ମିତ ଦୁଇଟି ପ୍ରମୁଖ ଯୁଦ୍ଧଜାହାଜକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି । ହିମଗିରି ଓ ଉଦୟଗିରିର ଡିଜାଇନ୍, ଷ୍ଟିଲଥ, ଅସ୍ତ୍ରଶସ୍ତ୍ର ଓ ସେନ୍ସର ସିଷ୍ଟମରେ ଗୁରୁତ୍ୱପୂର୍ଣ୍ଣ ସୁଧାର କରାଯାଇଛି । ପ୍ରାୟ ୭୫ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇଛି ।

ପୂର୍ବରୁ ସେନାକୁ ପ୍ରଥମ ସ୍ବଦେଶୀ ମିଡିୟମ୍ ମେସିନ୍ ଗନ୍- MMG ମିଳିବା ନେଇ ସୂଚନା ଦିଆଯାଇଥିଲା । ହାଇଦ୍ରାବାଦର ଲୋକେଶ୍ ମେସିନ୍ସ ଲିମିଟେଡ୍ ପକ୍ଷରୁ ଏବଂ ପୁଣେ ସ୍ଥିତ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଏଷ୍ଟାବ୍ଲିସମେଣ୍ଟ- ARDE ସହଯୋଗରେ ନିର୍ମିତ ଏହି MMGକୁ ଭାରତର ପ୍ରଥମ ଏହି ଧରଣର ସ୍ବଦେଶୀ ବନ୍ଧୁକ ବୋଲି କୁହାଯାଉଛି ।

Advertisment

ଏହା ମିନିଟ୍ ପ୍ରତି ୮ଶହ ରାଉଣ୍ଡ୍ ଫାୟାର୍ କରିପାରିବ ଏବଂ ୧୮ଶହ ମିଟର୍ ଦୂରକୁ ଲକ୍ଷ୍ୟଭେଦ କରିପାରିବ । ଉଭୟ ସିଙ୍ଗିଲ୍ ସଟ୍ ଓ ଅଟୋମେଟିକ୍ ମୋଡରେ ଗୁଳି ଚଳାଇ ହେବ । ଏହି ବେଲ୍ଟ ଫେଡ୍ ମିଡିୟମ୍ ମେସିନ୍ ଗନରେ ୨୫୦ ରାଉଣ୍ଡ୍ ବିଶିଷ୍ଟ ବେଲ୍ଟ ଏବଂ ଆବଶ୍ୟକ ସ୍ଥଳେ ଅତିରିକ୍ତ ବେଲ୍ଟ ଯୋଡ଼ି ଲଗାତାର ଫାୟାର୍ କରିବା ସୁବିଧା ରହିଛି ।

ତେବେ ସବୁଠୁ ବଡ଼ କଥା ହେଉଛି, ଏବେ ଭାରତୀୟ ସେନାରେ ବ୍ୟବହୃତ MMG ତୁଳନାରେ ଏହା ୨୫ ପ୍ରତିଶତ ହାଲୁକା। ଏହାକୁ ସେନା ଗାଡ଼ି, ନୌସେନା ଜାହାଜ ଏବଂ ବିମାନରେ ଲଗାଇହେବ । ୫୫ ଡିଗ୍ରୀରୁ ମାଇନସ୍ ୪୦ ଡିଗ୍ରୀ ସେଲସିୟସ ଯାଏଁ, ବିଭିନ୍ନ ତାପମାତ୍ରାରେ ଏହା କାର୍ଯ୍ୟ କରିପାରିବ ।

Advertisment

ଏବେ ଭାରତୀୟ ସ୍ଥଳସେନା ପକ୍ଷରୁ ୧୭ କୋଟି ୭୦ ଲକ୍ଷ ଟଙ୍କାର ଅର୍ଡର୍ ପାଇଛି ଲୋକେଶ୍ ମେସିନ୍ସ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Indian Navy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ