Advertisment

Technology: ସ୍ମାର୍ଟଫୋନ୍‌ରେ ତୁରନ୍ତ ଡାଉନ୍‌ଲୋଡ୍ କରନ୍ତୁ ଏହି ସରକାରୀ ଆଣ୍ଟିଭାଇରସ୍; କିଛି କରିପାରିବନି ଭାଇରସ୍

ଭାରତ ସରକାରଙ୍କ 'ସାଇବର ସାନିଟେସନ୍ ସେଣ୍ଟର', ଯାହା ବୋଟ୍‌ନେଟ୍ କ୍ଲିନିଂ ଏବଂ ମାଲ୍‌ୱେର୍ ଆନାଲିସିସ୍ ସେଣ୍ଟର ଭାବରେ ମଧ୍ୟ ଜଣାଶୁଣା, ଏକ ମାଗଣା ବୋଟ୍‌ନେଟ୍ ଡିଟେକ୍ସନ୍ ଏବଂ ରିମୁଭାଲ ଟୁଲ୍ସ ପ୍ରସ୍ତୁତ କରିଛି। ଏହି ଆପ୍ ଯେକୌଣସି ପ୍ରକାରର ବଟ୍ ଆପ୍, ମାଲ୍‌ୱେର୍ ଏବଂ ଭାଇରସ୍ ଚିହ୍ନଟ କରିବାରେ ସକ୍ଷମ ହେବ।

ଅଦ୍ୟତନ ହୋଇଛି
Indian government antivirus removal app

Indian government antivirus removal app

Advertisment

ଯଦି ଆପଣଙ୍କୁ କୌଣସି ଆଣ୍ଟିଭାଇରସ୍ ବିଷୟରେ ପଚରାଯାଏ, ତେବେ ଆପଣ ତୁରନ୍ତ ୪-୫ଟି ଆଣ୍ଟିଭାଇରସ୍ ନାମ କହିଦେବେ। କିନ୍ତୁ ଯଦି ଆପଣଙ୍କୁ କୌଣସି ସରକାରୀ ଆଣ୍ଟିଭାଇରସ୍ ଆପ୍‌ର ନାମ ପଚରାଯାଏ, ତେବେ ହୁଏତ ଆପଣ କହି ପାରିବେ ନାହିଁ। ନଚେତ ଏହାକୁ ଜାଣିବାକୁ ଆପଣ ଗୁଗୁଲ୍‌ର ସାହାଯ୍ୟ ନେବେ।

Advertisment

ଆପଣଙ୍କ ମଧ୍ୟରୁ ଅନେକ ଥାଇପାରେ ଯେଉଁମାନେ ସ୍ମାର୍ଟପୋନ୍‌ରେ ଆଣ୍ଟିଭାଇରସ୍ ଆପ୍ ବ୍ୟବହାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଭାରତ ସରକାରଙ୍କର ମଧ୍ୟ ନିଜସ୍ୱ ଆଣ୍ଟିଭାଇରସ୍ ଆପ୍ ଅଛି? ଭାରତ ସରକାରଙ୍କ ଏହି ଆଣ୍ଟିଭାଇରସ୍ ଆପ୍ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି, କିନ୍ତୁ ଏହି ଆପ୍ ବହୁତ ଉପଯୋଗୀ।

ଭାରତ ସରକାରଙ୍କ 'ସାଇବର ସାନିଟେସନ୍ ସେଣ୍ଟର', ଯାହା ବୋଟ୍‌ନେଟ୍ କ୍ଲିନିଂ ଏବଂ ମାଲ୍‌ୱେର୍ ଆନାଲିସିସ୍ ସେଣ୍ଟର ଭାବରେ ମଧ୍ୟ ଜଣାଶୁଣା, ଏକ ମାଗଣା ବୋଟ୍‌ନେଟ୍ ଡିଟେକ୍ସନ୍ ଏବଂ ରିମୁଭାଲ ଟୁଲ୍ସ ପ୍ରସ୍ତୁତ କରିଛି। ଏହି ଆପ୍ ଯେକୌଣସି ପ୍ରକାରର ବଟ୍ ଆପ୍, ମାଲ୍‌ୱେର୍ ଏବଂ ଭାଇରସ୍ ଚିହ୍ନଟ କରିବାରେ ସକ୍ଷମ ହେବ। ଏହି ଆପ୍ ପାଇଁ ଇଣ୍ଟରନେଟ୍ ସର୍ଭିସ ପ୍ରୋଭାଇଡର୍‌, ଆଣ୍ଟିଭାଇରସ୍ ଉତ୍ପାଦନକାରୀ କମ୍ପାନୀ ଏବଂ ଇଣ୍ଡିଆନ୍ କମ୍ପ୍ୟୁଟର ରେସ୍‌ପନ୍ସ ଟିମ୍ (CERT-In) ସହଭାଗୀ ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବିପଦରେ ପକାଇପାରେ ସ୍ମାର୍ଟଫୋନ୍ ଓ ଟାବଲେଟ୍ ! ଜାଣନ୍ତୁ କେମିତି ରହିବେ ସୁରକ୍ଷିତ...

ଆପଣଙ୍କ ସୂଚନା ପାଇଁ, ଆସନ୍ତୁ ଆପଣଙ୍କୁ କହିବା ଯେ 'Bot' ହେଉଛି ଏକ ପ୍ରକାର ମାଲ୍‌ୱେର୍ ଏବଂ ଏହାର ସାହାଯ୍ୟରେ ଜଣେ ହ୍ୟାକର୍ ଆପଣଙ୍କ ଫୋନ୍‌ର ସମସ୍ତ ତଥ୍ୟ କପି କରିପାରିବ। ଫୋନରୁ ଏହିପରି ମାଲୱେର୍ ଏବଂ ଭାଇରସ୍ ଡିଲିଟ୍ ଏବଂ ଚିହ୍ନଟ କରିବା ପାଇଁ ସରକାର eScan CERT-In Bot Removal ଆପ୍ ଲଞ୍ଚ କରିଛନ୍ତି।

Advertisment

ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ଆପଣ ମାଗଣାରେ eScan CERT-In Bot Removal ଆପ୍ ଡାଉନ୍‌ଲୋଡ୍ କରିପାରିବେ। ଏହି ଆପ୍ ଆପଣଙ୍କୁ କୌଣସି ଭୁଲ୍‌ ଏବଂ ସ୍ପାମ୍ ସାଇଟ୍‌କୁ ଯିବା ପାଇଁ ରୋକ୍ ଦେବ। ଏହା ବ୍ୟତୀତ, ଏହି ଆପ୍ ଆପଣଙ୍କ ଫୋନ୍‌କୁ ସ୍କାନ୍ କରିବ ଏବଂ ଆପଣଙ୍କ ଫୋନ୍‌ରେ ଭାଇରସ୍ କିମ୍ବା ମାଲୱେର୍ ଅଛି କି ନାହିଁ ତାହା କହିଦେବ।

ଯଦି ଆପଣ ମଧ୍ୟ ସନ୍ଦେହ କରୁଛନ୍ତି ଯେ ଆପଣଙ୍କ ଫୋନ୍‌ରେ ଭାଇରସ୍ କିମ୍ବା ମାଲୱେର୍ ଥାଇପାରେ, ତେବେ ଆପଣଙ୍କ ଫୋନରେ eScan CERT-In Bot Removal କିମ୍ବା ‘M-Kavach 2’ ଆପ୍ ଡାଉନଲୋଡ୍ କରନ୍ତୁ। ଏହି ଆପ୍ ଆପଣଙ୍କୁ ପ୍ରାଇଭେସୀ ପାଇଁ ଉତ୍ତମ ପରାମର୍ଶ ମଧ୍ୟ ଦେଇଥାଏ।

କେଉଁ ଆପ୍ ମାଇକ୍, କ୍ୟାମେରା, ଲୋକେସନ୍, ମେସେଜ୍, କଲ୍ ଇତ୍ୟାଦିକୁ ଆକ୍ସେସ୍ କରୁଛି ତାହା ମଧ୍ୟ ଆପ୍ ଆପଣଙ୍କୁ କହିଥାଏ। ଆପ୍ ଡାଉନ୍‌ଲୋଡ୍ କରିବା ପରେ ଆପଣଙ୍କୁ ପୁରା ସ୍କାନ୍ କରିବାକୁ ପଡିବ। ସ୍କାନ୍ ପରେ, ଆପଣ ନିଜ ଫୋନ୍ ସ୍କ୍ରିନ୍‌ରେ ଭାଇରସ୍ ଇତ୍ୟାଦି ବିଷୟରେ ସୂଚନା ପାଇବେ। ଯଦି ଆପଣ ଚାହିଁୱେ, ନିଜେ ଏହି ସନ୍ଦେହଜନକ ଆପ୍‌ଗୁଡିକୁ ଡିଲିଟ୍ କରିପାରିବେ କିମ୍ବା ଏହି ଆପ୍ ମଧ୍ୟ ଡିଲିଟ୍ କରିଦେବ।

Smart Phone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ