Advertisment

ଭାରତ ମାଟିରେ ପ୍ରଥମ କରି ଗଡିଲା ମାନବବିହୀନ ଚାରି ଚକିଆ ଯାନ

ଚାରି ଚକିଆ ଯାନରେ ଯାତ୍ରୀଙ୍କ ବସିବା ଲାଗି ରହିଛି ୪ଟି ସିଟ୍ । ଯାତ୍ରୀ ବସିବା ପରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ପାରୁଛି ଏହି ଜେଡ ପଟ୍ ।

ଅଦ୍ୟତନ ହୋଇଛି
India's First Self-Driving Car zPod

India's First Self-Driving Car zPod

Advertisment

ଭାରତ ମାଟିରେ ପ୍ରଥମ କରି ଗଡିଲା ମାନବବିହୀନ ଚାରି ଚକିଆ ଯାନ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ପରିଚାଳିତ ଏହି ଯାନ ବେଙ୍ଗାଳୁରୁରେ ଗଡିଛି। ସମସ୍ତ ପ୍ରକାର ପ୍ରତିବନ୍ଧକ କ୍ଷେତ୍ରକୁ ଏଡାଇ ସ୍ୱୟଂଚାଳିତ ଯାନ ଲୋକଙ୍କୁ ଗୋଟିଏ ସ୍ଥାନରୁ ନେଇ ଅନ୍ୟ ସ୍ଥାନରେ ପହଞ୍ଚାଇ ପାରୁଛି। ନା ଅଛି ଷ୍ଟିୟରିଂ, ନା ଅଛନ୍ତି ଡ୍ରାଇଭର । ବିନା ଡ୍ରାଇଭରରେ ଗନ୍ତବ୍ୟ ସ୍ଥଳରେ ଯାତ୍ରୀଙ୍କୁ ପହଞ୍ଚାଇ ପାରୁଛି ଏହି ଗାଡି । ନାଁ ତାର ଜେଡ୍ ପଟ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ବା ଦ୍ୱାରା ପରିଚାଳିତ ଏହା ହେଉଛି ଅଟୋନମସ ଭେହିକିଲ ଜେଡ୍ ପଟ । 

Advertisment
ଏହା ହେଉଛି ଅଟୋନମସ ଭେହିକିଲ ଜେଡ୍ ପଟଏହା ହେଉଛି ଅଟୋନମସ ଭେହିକିଲ ଜେଡ୍ ପଟ

ବେଙ୍ଗାଳୁରୁରେ ପ୍ରଥମ କରି ଗଡିଛି ଏହି ଗାଡି । ଏହି ଚାରି ଚକିଆ ଯାନରେ ଯାତ୍ରୀଙ୍କ ବସିବା ଲାଗି ରହିଛି ୪ଟି ସିଟ୍ । ଯାତ୍ରୀ ବସିବା ପରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ପାରୁଛି ଜେଡ ପଟ୍ । ବିନା ଡ୍ରାଇଭରରେ କିଭଳି ଅନାୟାସରେ ରାସ୍ତାରେ ସଠିକ୍ ଭାବେ ଯା ଆସ କରୁଛି ଏହି ଗାଡ଼ି। ଏମିତିକି ଜେଡ୍ ପଟ୍ ସାମ୍ନାକୁ ଅନ୍ୟ କୌଣସି ଗାଡି ଆସିଲେ ବି ସେ ତାର ବାଟ ଭାଙ୍ଗି ଚାଲିଯାଉଛି । ଏଭଳି ସ୍ବୟଂଚାଳିତ ଗାଡ଼ି ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ ହୋଇଥିବା କହିଛନ୍ତି କଂପାନୀ କର୍ତ୍ତୃପକ୍ଷ । AI ଦ୍ବାରା ପରିଚାଳିତ ଏହି ଗାଡ଼ିକୁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି।

ଗାଡି ସାମ୍ନା ଏବଂ ପଛ ପାଖରେ ରହିଛି ଦୁଇଟି କ୍ୟାମେରା। ସେହିପରି ଗାଡିର ଦୁଇ ପାର୍ଶ୍ବରେ ଦୁଇଟି ଲେଖାଁଏ ୪ ଟି କ୍ୟାମେରା ରହିଛି। ଏହି କ୍ୟାମେରା ସହାୟତାରେ ଜେଡ ପଟ୍ ନିଜଠାରୁ ଅନ୍ୟ ଗାଡିର ଦୂରତା ଆକଳନ କରିପାରୁଛି । ଏମିତିକି ଅନ୍ୟ ଗାଡିର ସ୍ପିଡକୁ ନେଇ ନିଜେ ସ୍ବୟଂକ୍ରିୟ ଭାବେ ଅନାୟସରେ ତାର ସୁରକ୍ଷିତ ପଥ ବାଛି ନେଉଛି । ମାନବ ଯେପରି ପରିସ୍ଥିତି ନେଇ ତାର ବୁଦ୍ଧି ଅନୁସାରେ କାମ କରିଥାଏ ।

Advertisment

ଏହି ଜେଡ ପଟ ଗାଡି ମଧ୍ୟ କ୍ରୁତିମ ବୁଦ୍ଧିମତା ବା ଏଆଇ ସହାୟତାରେ ନିଜ ସୁରକ୍ଷା ନିଜେ ଜାଣିପାରୁଛି । ବେଙ୍ଗଳୁରୁସ୍ଥିତ ଭାରତୀୟ ଷ୍ଟାର୍ଟଅପ କଂପାନି ମାଇନସ- ଜିରୋ ଏହି ଗାଡ଼ି ନିର୍ମାଣ କରିଛି। ଏହି ଗାଡି ଟ୍ରାଫିକ ସମସ୍ୟା ଏଡ଼ାଇବା ସହ ସଡ଼କ ଦୁର୍ଘଟଣା କମାଇବାରେ ସହାୟକ ହେବ ବୋଲି କୁହାଯାଉଛି । ଏହି ଗାଡି ଏବେ ଟ୍ରାଏଲ ରନ୍ କରିଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ରାସ୍ତାରେ ଚଳାଇବା ନେଇ ଯୋଜନା ରଖିଛି ଜେଡ୍ ପଟ ନିର୍ମାଣ କରିଥିବା ଷ୍ଟାର୍ଟଅପ କଂପାନି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ