Advertisment

Technology: ସୁଇଚ୍ ଅଫ୍ ପରେ ବି ହଜିଯାଇଥିବା ଫୋନ୍ ପାଇପାରିବେ; ଫୋନ୍‌ରେ କରନ୍ତୁ ଏମିତି ସେଟିଂ

ସବୁଠାରୁ ବଡ ସମସ୍ୟା ସେତେବେଳେ ହୁଏ ଯେତେବେଳେ ଚୋରି କିମ୍ବା ହଜିଯାଇଥିବା ଫୋନ୍ ସୁଇଚ୍ ଅଫ୍ ହୋଇଯାଏ। ତେବେ ନିଜ ଫୋନରେ ଏକ ସେଟିଂକୁ ଟର୍ନ୍ ଅନ୍ କରିଦିଅନ୍ତୁ। ଆପଣ ନିଜ ଫୋନକୁ ଟ୍ରାକ୍ କରିପାରିବେ।

How to track lost iphone after switched off

How to track lost iphone after switched off

Advertisment

ସମସ୍ତ ସୁବିଧା ଏବଂ ଫିଚର୍ ଥିବା ସତ୍ତ୍ୱେ ଆଜି ମଧ୍ୟ ଭାରତରେ ଚୋରି କିମ୍ବା ହଜିଯାଇଥିବା ଫୋନ୍ ଖୋଜିବା କାଠିକର ପାଠ ହୋଇଯାଏ। ଯଦି ଅକସ୍ମାତ ମିଳିଯାଏ ତେବେ ଏହା କୌଣସି ଉପହାରଠାରୁ ବି କମ୍ ନୁହେଁ। ସବୁଠାରୁ ବଡ ସମସ୍ୟା ସେତେବେଳେ ହୁଏ ଯେତେବେଳେ ଚୋରି କିମ୍ବା ହଜିଯାଇଥିବା ଫୋନ୍ ସୁଇଚ୍ ଅଫ୍ ହୋଇଯାଏ।

Advertisment

ଚୋରି କରିନେବା ପରେ ବା ହଜିଲା ଫୋନ୍‌କୁ ଅନ୍ୟ କେହି ପାଇବା ପରେ ପ୍ରାୟ ଏହାକୁ ସୁଇଚ୍ ଅଫ୍ କରିଦିଅନ୍ତି। ଏ କ୍ଷେତ୍ରରେ ଖୋଜିବା ଭାରି ସମସ୍ୟା ହୁଏ। କିନ୍ତୁ ଆଇଫୋନ୍ କ୍ଷେତ୍ରରେ ଏହି ସମସ୍ୟା ସେତେଟା ହୁଏ ନାହିଁ। ଆଇଫୋନ୍ ସୁଇଚ୍ ଅଫ୍ ହେବା ପରେ ମଧ୍ୟ ଆପଣ ଟ୍ରାକ୍ କରିପାରିବେ। ତେବେ ଏଥିପାଇଁ, ନିଜ ଆଇଫୋନରେ ଏକ ସେଟିଂକୁ ଟର୍ନ୍ ଅନ୍ କରିବାକୁ ହୋଇଥାଏ।

କିପରି କରିବେ ସେଟିଂ:

ଆଇଫୋନରେ 'Find My Device' ଆପ୍ ଥାଏ। ଏହାର ସେଟିଂକୁ ଏନେବଲ୍ କରିବାକୁ ପଡିବ। ଏହାକୁ କରିବା ପାଇଁ ଫୋନର ସେଟିଂକୁ ଯାଆନ୍ତୁ। ଏଠାରେ ଥିବା ଆପଣ ନାଁ ଉପରେ କ୍ଲିକ୍ କରନ୍ତୁ ଏବଂ ତାପରେ 'Find My Device' ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ। ଏଠାରୁ ଆପଣ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଆପଣଙ୍କର ଲୋକେସନକୁ ଶେୟାର କରିପାରିବେ।

Advertisment

ଫୋନ୍ କେତେବେଳେ ଅଫ୍‌ଲାଇନ୍ ହେଲା ଏହାକୁ ଦେଖିବା ପାଇଁ ଆପଣଙ୍କୁ 'Find My Network' ଅପ୍ସନ୍ ଟର୍ନ୍ ଅନ୍ କରିବାକୁ ପଡିବ। ସେହିଭଳି, ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ସେମାନଙ୍କର ହଜିଯାଇଥିବା ଫୋନ୍ ଖୋଜିବା ପାଇଁ 'Find My Device' ୱେବସାଇଟକୁ ଯିବାକୁ ପଡିବ। ଏଠାରେ ଆପଣଙ୍କୁ ସେହି ଆକାଉଣ୍ଟ ସହିତ ଲଗଇନ୍ କରିବାକୁ ପଡିବ ଯାହାକୁ ଆପଣ ହଜିଯାଇଥିବା ଫୋନରେ ଲଗ୍ ଇନ୍ କରିଛନ୍ତି।

ଏଠାରୁ ଆପଣ ନିଜ ଫୋନର ଲାଷ୍ଟ୍ ଲୋକେସନ ଦେଖିପାରିବେ। ଏହି ଉପାୟରେ ଆପଣ ନିଜ ଫୋନକୁ ମଧ୍ୟ ଟ୍ରାକ୍ କରିପାରିବେ। ଏହା ଆପଣଙ୍କ ହଜିଯାଇଥିବା ପୋନ୍ ପାଇବା ନେଇ ସଜହ କରିବ।

Advertisment
IPhone Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ