Advertisment

ସ୍ମାର୍ଟ ହେବା ପାଇଁ ଜାଣନ୍ତୁ କମ୍ପ୍ୟୁଟର ବନ୍ଦ କରିବାର ୫ଟି ସହଜ ଉପାୟ

ସାଧାରଣତଃ ଅଧିକାଂଶ ଲୋକ ସେଟିଂକୁ ଯାଇ ସେମାନଙ୍କ ସିଷ୍ଟମକୁ ବନ୍ଦ କରନ୍ତି। ଅଧିକାଂଶ ଲୋକ କିନ୍ତୁ ସିଷ୍ଟମ ବନ୍ଦ କରିବାର ସର୍ଟକଟ୍ କୀ ଜାଣି ନାହାନ୍ତି। ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ସର୍ଟକଟ୍ କୀ ସାହାଯ୍ୟରେ ସେମାନଙ୍କ ସିଷ୍ଟମ ବନ୍ଦ କରନ୍ତି।

How to shutdown pc or laptop using keyboard

How to shutdown pc or laptop using keyboard

Advertisment

ଆଜିକାଲି କିଏ ବା କମ୍ପ୍ୟୁଟର ବ୍ୟବହାର ନ କରୁଛି। ସେ ଡେକ୍ସଟପ୍ ହେଉ ବା ଲାପଟପ୍ ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି। ସାଧାରଣତଃ ଅଧିକାଂଶ ଲୋକ ସେଟିଂକୁ ଯାଇ ସେମାନଙ୍କ ସିଷ୍ଟମକୁ ବନ୍ଦ କରନ୍ତି। ଅଧିକାଂଶ ଲୋକ କିନ୍ତୁ ସିଷ୍ଟମ ବନ୍ଦ କରିବାର ସର୍ଟକଟ୍ କୀ ଜାଣି ନାହାନ୍ତି। ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ସର୍ଟକଟ୍ କୀ ସାହାଯ୍ୟରେ ସେମାନଙ୍କ ସିଷ୍ଟମ ବନ୍ଦ କରନ୍ତି।

Advertisment

ସାଧାରଣତଃ ବିଶ୍ୱାସ କରାଯାଏ ଯେ ଯଦି ଜଣେ ମାଉସ୍ ଅପେକ୍ଷା ସର୍ଟକଟ୍ କୀ ବ୍ୟବହାର କରନ୍ତି ତେବେ ସେମାନେ ସ୍ମାର୍ଟ ଅଟନ୍ତି। ତେବେ ଏହି ଲେଖା ମାଧ୍ୟମରେ ଆସନ୍ତୁ ଲାପ୍‌ଟପ୍ ଏବଂ କମ୍ପ୍ୟୁଟରକୁ ବନ୍ଦ କରିବା ପାଇଁ କିଛି ସର୍ଟକଟ୍ ପଦ୍ଧତି ଜାଣିନେବା।

ୱିଣ୍ଡୋଜ୍ କମ୍ପ୍ୟୁଟରକୁ ବନ୍ଦ କରିବା ପାଇଁ ସର୍ଟକଟ୍ କୀ:

Alt + F4 – ଏହା ବହୁତ ପୁରୁଣା ଏବଂ ସହଜ ପଦ୍ଧତି। ଉଭୟ କୀକୁ ଏକାଠି ଦବାଇ ଆପଣ ଆପଣଙ୍କର ୱିଣ୍ଡୋଜ୍ କମ୍ପ୍ୟୁଟର ଏବଂ ଲାପ୍‌ଟପ୍ ବନ୍ଦ କରିପାରିବେ। Alt + F4 ଦବାଇବା ପରେ, ‘Shut Down Windows' ଡାଏଗଲ୍ ବକ୍ସ ଖୋଲିବ। ଏହା ପରେ ଆପଣଙ୍କୁ Ok କରିବାକୁ ପଡିବ। ଏହା ପରେ ସିଷ୍ଟମ୍ ବନ୍ଦ ହୋଇଯିବ।

Advertisment

Alt + Ctrl + Del – ଏହି କୀ ଗୁଡ଼ିକୁ ଏକତ୍ର ଦବାଇ, ଆପଣ ସିଷ୍ଟମରେ ଖୋଲା ଥିବା ସମସ୍ତ ୱିଣ୍ଡୋକୁ ଏକାସାଙ୍ଗରେ ବନ୍ଦ କରିପାରିବେ। Alt + Ctrl + Del ଦବାଇବା ପରେ, ଆପଣଙ୍କୁ ସାଇନ୍ ଆଉଟ୍ କରିବାକୁ ଅନୁମତି ମଗାଯିବ ଏବଂ ଏହା ପରେ, ଯଦି ଆପଣ Ok କ୍ଲିକ୍ କରନ୍ତି, ତେବେ ଆପଣଙ୍କର ସିଷ୍ଟମ୍ ବନ୍ଦ ହୋଇଯିବ।

Win + X – ଏହୀ କୀ ଗୁଡିକୁ ମଧ୍ୟ ଏକାବେଳେ ଦେବେଇ ସିଷ୍ଟମକୁ ବନ୍ଦ କରାଯାଇପାରିବ। ଏହି କୀ ଗୁଡ଼ିକୁ ଦବାଇବା ପରେ ଆପଣଙ୍କୁ U ଦବାଇବାକୁ ପଡିବ। ଏହା ପରେ ଆଉ ଥରେ U ଦବାଇବା ଦ୍ୱାରା ସିଷ୍ଟମ୍ ବନ୍ଦ ହୋଇଯିବ।

Advertisment

ମାକ୍‌ବୁକ୍ କମ୍ପ୍ୟୁଟରକୁ ବନ୍ଦ କରିବା ପାଇଁ ସର୍ଟକଟ୍ କୀ:

Cmd + Option + Control + Power – ଏହି କୀ ଗୁଡ଼ିକୁ ଏକାଠି ଦବାଇବା ପରେ ସମସ୍ତ ଆପ୍ ବନ୍ଦ ହୋଇଯିବ ଏବଂ ଲାପ୍‌ଟପ୍ ବନ୍ଦ ହୋଇଯିବ।

Win + R – ମାକବୁକ୍‌ରେ ଏହି କୀ ଗୁଡ଼ିକୁ ଦବାଇବା ପରେ, Run ଡାଏଲଗ୍ ଖୋଲିବ। ବର୍ତ୍ତମାନ Shutdown –s କମାଣ୍ଡ୍ ଦେବା ପରେ ଆପଣଙ୍କୁ ଏଣ୍ଟର୍ ଦବାଇବାକୁ ପଡିବ। ଏହା ପରେ କମ୍ପ୍ୟୁଟର ବନ୍ଦ ହୋଇଯିବ।

Computer Training
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ