Advertisment

ଘରେ ବସି ଅନ୍‌ଲାଇନ୍‌ରେ ଭୋଟର ID କାର୍ଡ ଠିକଣା ବଦଳେଇବାକୁ ଚାହୁଁଛନ୍ତି କି; ଜାଣନ୍ତୁ ଟିପ୍ସ

ଭୋଟର ID କାର୍ଡ ଭୋଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଭଳି ପରିସ୍ଥିତିରେ ସମସ୍ତ ତଥ୍ୟକୁ ଭୋଟର ID କାର୍ଡରେ ଅପ୍‌ଡେଟ୍ ରଖିବା ଆବଶ୍ୟକ। । ଆପଣ ଯଦି ନୂଆ ବାହା ହୋଇ ଶାଶୁଘରକୁ ଆସିଛନ୍ତି ଆଉ ଭୋଟର୍ ପରିଚୟ ପତ୍ରରେ ନିଜ ଶାଶୁଘର ଠିକଣାକୁ ଅପଡେଟ୍ କରିବାକୁ ଚାହୁଛନ୍ତି ତେବେ ଘରେ ବସି ଏହାକୁ କିପରି କରିବେ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
How to online transfer voter id card after marriage

How to online transfer voter id card after marriage

Advertisment

ଦେଶରେ ନିର୍ବାଚନ ମାହୋଲ ଖୁବ ସରଗରମ ଅଛି। ଗାଁ ଗହଳି ଯୁଆଡେ ଏବେ ଖାଲି ଏହି ଗୋଟିଏ ଚର୍ଚ୍ଚା। ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଭୋଟର ID କାର୍ଡ ଭୋଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଭଳି ପରିସ୍ଥିତିରେ ସମସ୍ତ ତଥ୍ୟକୁ ଭୋଟର ID କାର୍ଡରେ ଅପ୍‌ଡେଟ୍ ରଖିବା ଆବଶ୍ୟକ।

Advertisment

ପ୍ରାୟତଃ ଦେଖାଯାଏ ଯେ ବିବାହ ପରେ ମହିଳାଙ୍କ ବାସସ୍ଥାନ ଠିକଣା ବଦଳିଯାଏ। ଏହି କାରଣରୁ ସେମାନଙ୍କୁ ସେମାନଙ୍କର ଭୋଟର ପରିଚୟ ପତ୍ର ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡେ। ଏହାକୁ ନେଇ ଅନେକ ମଧ୍ୟ ଚିନ୍ତାରେ ପଡିଯିବା ଦେଖାଯାଏ। କିନ୍ତୁ ଆପଣ ନିଜେ ଏହି କାମ କରିପାରିବେ। ଘରେ ବସି ସହଜରେ ଏହି କାମକୁ କରିହେବ।

ତେବେ ଅନ୍‌ଲାଇନ୍‌ରେ ନିଜେ ଏହାକୁ କରିବା ପାଇଁ କେତେକ ଜରୁରୀ ଡକ୍ୟୁମେଣ୍ଟସ୍‌ର ଆବଶ୍ୟକତା ରହିଛି। ଏହା କରିବା ପାଇଁ କେତେକ ଟିପ୍ସ ମଧ୍ୟ ଜାଣିବା ଦରକାର। ଆପଣ ଯଦି ନୂଆ ବାହା ହୋଇ ଶାଶୁଘରକୁ ଆସିଛନ୍ତି ଆଉ ଭୋଟର୍ ପରିଚୟ ପତ୍ରରେ ନିଜ ଶାଶୁଘର ଠିକଣାକୁ ଅପଡେଟ୍ କରିବାକୁ ଚାହୁଛନ୍ତି ତେବେ ଘରେ ବସି ଏହାକୁ କିପରି କରିବେ ଆସନ୍ତୁ ଜାଣିବା।

Advertisment

ଆବଶ୍ୟକୀୟ ଡକ୍ୟୁମେଣ୍ଟ୍:

  • ପାଣି, ବିଦ୍ୟୁତ୍ ଏବଂ ଗ୍ୟାସ୍ ବିଲ୍
  • ଆଧାର କାର୍ଡ
  • ବ୍ୟାଙ୍କ୍‌ କିମ୍ବା ଡାକଘରର ସାମ୍ପ୍ରତିକ ପାସ୍‌ବୁକ୍
  • ଭାରତୀୟ ପାସ୍‌ପୋର୍ଟ
  • ଶେଷରେ ଜାତୀୟ ଭୋଟର ସେବା ପୋର୍ଟାଲରେ ପଞ୍ଜୀକୃତ ହେବା ଆବଶ୍ୟକ

କିପରି କରିବେ ଟ୍ରାନ୍ସଫର୍:

  • ସର୍ବପ୍ରଥମେ ଜାତୀୟ ଭୋଟର ସେବା ପୋର୍ଟାଲ ୱେବ୍‌ସାଇଟ୍‌ https://voters.eci.gov.in/ କୁ ଯାଆନ୍ତୁ
  • ପୋର୍ଟାଲକୁ ଲଗଇନ୍ କରନ୍ତୁ
  • ଫର୍ମ ୮ ଉପରେ କ୍ଲିକ୍ କରନ୍ତୁ
  • ବର୍ତ୍ତମାନର EPIC ନମ୍ବର ଏଣ୍ଟ୍ରୀ କରନ୍ତୁ
  • ଆପଣଙ୍କର ଭୋଟର ସୂଚନା ଯାଞ୍ଚ କରିବା ପରେ ବାସସ୍ଥାନ ସ୍ଥାନାନ୍ତର ଏବଂ ବିଧାନସଭାକୁ ସ୍ଥାନାନ୍ତର କରିବାର ବିକଳ୍ପ ଚୟନ କରନ୍ତୁ
  • ତା’ପରେ ଆପଣଙ୍କୁ ଫର୍ମ ୮ ରେ ପଚରାଯାଇଥିବା ସମସ୍ତ ତଥ୍ୟ ପୂରଣ କରିବାକୁ ପଡିବ
  • ଏଥିରେ ରାଜ୍ୟ, ଜିଲ୍ଲା, ଆଧାର ନମ୍ବର, ମୋବାଇଲ୍ ନମ୍ବର, ନୂତନ କାର୍ଡ ଏବଂ ମଗାଯାଇଥିବା ସମସ୍ତ ଦଲିଲ ସମ୍ବନ୍ଧୀୟ ସୂଚନା ଅନ୍ତର୍ଭୁକ୍ତ
  • ଶେଷରେ କ୍ୟାପ୍‌ଚା କୋଡ୍ ପୂରଣ କରନ୍ତୁ ଏବଂ Submit କରନ୍ତୁ
  • ଫର୍ମ ୮ ଦାଖଲ କରିବା ପରେ, ଆବେଦନ କରିବାକୁ ଥିବା ନମ୍ବର ଆପଣଙ୍କ ଦ୍ୱାରା ଦିଆଯାଇଥିବା ମୋବାଇଲ୍ ନମ୍ବର କିମ୍ବା ଇମେଲ୍‌ରେ ଆସିବ
  • ୧୦ରୁ ୧୫ ଦିନ ପରେ, ଆପଣ ସ୍ଥାନୀୟ ନିର୍ବାଚନ କାର୍ଯ୍ୟାଳୟରୁ ନୂତନ ଭୋଟର ID କାର୍ଡ ପାଇପାରିବେ କିମ୍ବା ଜାତୀୟ ଭୋଟର ସେବା ପୋର୍ଟାଲ ୱେବ୍‌ସାଇଟରୁ ଡିଜିଟାଲ ଭୋଟର ID କାର୍ଡ ଡାଉନଲୋଡ୍ କରିପାରିବେ
Advertisment
Election Commission Voter ID
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ