Greece launches app to limit children screen time
ଗ୍ରୀସ୍ ସରକାର ଏକ ନୂଆ ମୋବାଇଲ୍ ଆପ୍ 'କିଡ୍ସ ୱାଲେଟ୍'(Kids Wallet) ଲଞ୍ଚ୍ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କର ସ୍କ୍ରିନ୍ ଟାଇମ୍କୁ ସୀମିତ କରିବା ଏବଂ ଡିଜିଟାଲ୍ ପ୍ଲାଟ୍ଫର୍ମରେ ସେମାନଙ୍କ ବୟସ ଯାଞ୍ଚ କରିବ। ଏହି ସରକାରୀ ପଦକ୍ଷେପକୁ ଗ୍ରୀସ୍ର ଡିଜିଟାଲ୍ ଗଭର୍ଣ୍ଣାନ୍ସ ମନ୍ତ୍ରୀ ଦିମିତ୍ରିସ୍ ପାପାଷ୍ଟରଜିୟୁ ଆଥେନ୍ସରେ ଉପସ୍ଥାପନ କରିଛନ୍ତି।
ସେ କହିଛନ୍ତି, "ଆମେ ବାପାମାଆଙ୍କୁ ଏକ ଶକ୍ତିଶାଳୀ ଟୁଲ୍ ଦେଉଛୁ, ଯାହା ସେମାଙ୍କ ପିଲାମାନଙ୍କୁ ଅନ୍ଲାଇନ୍ରେ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆପ୍ କେବଳ ସୋସିଆଲ ମିଡିଆରେ ପିଲାମାନଙ୍କ ବୟସ ଯାଞ୍ଚ କରିବା ପାଇଁ ନୁହେଁ ବରଂ ଭବିଷ୍ୟତର ସରକାରୀ ପଦକ୍ଷେପଗୁଡ଼ିକରେ ଏକ ଡିଜିଟାଲ୍ ପରିଚୟ ଉପକରଣ ଭାବରେ ମଧ୍ୟ କାମ କରିବ।
ଅଧିକ ପଢ଼ନ୍ତୁ: ଏହିସବୁ ଫୋନ୍ରେ କାମ କରିବ ନାହିଁ ହ୍ୱାଟ୍ସଆପ୍; ଆପଣ ଏଥିରେ ନାହାନ୍ତି ତ.., ଦେଖନ୍ତୁ ତାଲିକା
ଗ୍ରୀସ୍ ପ୍ରଧାନମନ୍ତ୍ରୀ କ୍ୟାରିଆକୋସ୍ ମିତ୍ସୋତାକିସ୍ ମଧ୍ୟ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି ଏବଂ ପାରିବାରିକ ଜୀବନ ଉପରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଆଜିକାଲି ସମ୍ପୂର୍ଣ୍ଣ ପରିବାର ସେମାନଙ୍କ ଫୋନରେ ବ୍ୟସ୍ତ ଏବଂ କେହି ପରସ୍ପର ସହିତ କଥାବାର୍ତ୍ତା କରିବାକୁ ଚାହାନ୍ତି ନାହିଁ ବୋଲି ସେ କହିଛନ୍ତି।
କିପରି କାମ କରିବ ଆପ୍:
କିଡ୍ସ ୱାଲେଟ୍ ଆପ୍ ଗ୍ରୀସ୍ର ସରକାରୀ ଡିଜିଟାଲ୍ ସେବା ପ୍ଲାଟ୍ଫର୍ମ ସହିତ ସଂଯୁକ୍ତ, ଯାହାକୁ ନାଗରିକମାନେ ପୂର୍ବରୁ ଟିକସ୍ ଦେବା ଏବଂ ଅନ୍ୟାନ୍ୟ ସରକାରୀ କାମ କରିବା ପାଇଁ ବ୍ୟବହାର କରନ୍ତି। ପିଲାଟିର ଫୋନ୍ରେ ଆପ୍ ଇନ୍ଷ୍ଟଲ୍ କରିବା ପରେ, ବାପାମାଆମାନେ ସେମାନଙ୍କର ଟ୍ୟାକ୍ସ ଆଇଡି ସହିତ ଲଗ୍ ଇନ୍ କରି ଏକ ପ୍ୟାରେଣ୍ଟ୍-ଚାଇଲ୍ଡ ଆକାଉଣ୍ଟ୍ ସୃଷ୍ଟି କରିବେ।
ତା'ପରେ ସେମାନେ ନିଷ୍ପତ୍ତି ନେବେ ଯେ ପିଲାଟି କେଉଁ ଆପ୍ ଏବଂ ୱେବସାଇଟ୍ ବ୍ୟବହାର କରିପାରିବ ଏବଂ କେତେ ସମୟ ପାଇଁ। ଅଭିଭାବକମାନେ ସେମାନଙ୍କ ସରକାରୀ ଆକାଉଣ୍ଟରୁ ଡକ୍ୟୁମେଣ୍ଟ ବ୍ୟବହାର କରି ପିଲାର ବୟସ ଯାଞ୍ଚ କରି ଏକ ଡିଜିଟାଲ୍ ପରିଚୟ ସୃଷ୍ଟି କରିବେ।
ଏହି ଆପ୍ ପିଲାମାନଙ୍କର ମେସେଜ୍ ପଢ଼େ ନାହିଁ, କିନ୍ତୁ ସ୍କ୍ରିନ୍ ଟାଇମ୍ ଏବଂ ଅନ୍ଲାଇନ୍ କାର୍ଯ୍ୟକଳାପ ବିଷୟରେ ସାଧାରଣ ସୂଚନା ପ୍ରଦାନ କରେ।
ଆପ୍ର ବିଶେଷ ଫିଚର୍:
- ସ୍ୱେଚ୍ଛାକୃତ ବ୍ୟବହାର: ଆପ୍ ବ୍ୟବହାର ବାଧ୍ୟତାମୂଳକ ନୁହେଁ, କିନ୍ତୁ ଏହାକୁ ବ୍ୟାପକ ଭାବରେ ଗ୍ରହଣ କରାଯିବା ଆଶା କରାଯାଏ।
- ୧୫ ବର୍ଷ ପର୍ଯ୍ୟନ୍ତ ବୟସ ସୀମା: ୧୫ ବର୍ଷ ବୟସ ପର୍ଯ୍ୟନ୍ତ ବାପାମାଆଙ୍କ ସମ୍ମତି ଆବଶ୍ୟକ।
- ସହଯୋଗ ପାଇଁ ନିବେଦନ: ସରକାର ବଡ଼ ବଡ ଡିଜିଟାଲ୍ କମ୍ପାନୀଗୁଡ଼ିକୁ ଏହି ଆପ୍କୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746619249.jpg)