Advertisment

ଏହି ମୋବାଇଲ୍ ୟୁଜର୍ସଙ୍କ ପାଇଁ ସତର୍କ ଘଣ୍ଟି, ହ୍ୟାକର୍ସଙ୍କ ପାଇଁ ସହଜ କରୁଛି ହ୍ୟାକିଂ

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସାମସଙ୍ଗ ମୋବାଇଲ୍ ଫୋନ୍‌ର ଆଣ୍ଡ୍ରଏଡ୍ ସଂସ୍କରଣ ୧୧, ୧୨, ୧୩ ଏବଂ ୧୪ ରେ ଏମିତି ଅନେକ କିଛି ଟେକ୍ନୋଲୋଜି ରହିଛି ବା ଦୁର୍ବଳତା ରହିଛି, ଯାହା ହ୍ୟାକର୍ସମାନଙ୍କୁ ସୁହାଉଛି ।

ଅଦ୍ୟତନ ହୋଇଛି
Mobile Phones

Mobile Phones

Advertisment

କମ୍ପ୍ୟୁଟର ଇମରଜେନ୍ସୀ ରେସପନ୍ସ ଟିମ୍ ଅଫ୍ ଇଣ୍ଡିଆ (CERT-In) ମାଧ୍ୟମରେ ଭାରତ ସରକାର, ସାମସଙ୍ଗ ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏକ ସତର୍କ ଘଣ୍ଟି ବଜାଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସାମସଙ୍ଗ ମୋବାଇଲ୍ ଫୋନ୍‌ର ଆଣ୍ଡ୍ରଏଡ୍ ସଂସ୍କରଣ ୧୧, ୧୨, ୧୩ ଏବଂ ୧୪ ରେ ଏମିତି ଅନେକ କିଛି ଟେକ୍ନୋଲୋଜି ରହିଛି ବା ଦୁର୍ବଳତା ରହିଛି, ଯାହା ହ୍ୟାକର୍ସମାନଙ୍କୁ ସୁହାଉଛି । ତେଣୁ ତୁରନ୍ତ ସେଗୁଡ଼ିକୁ ଅପ୍‌ଡେଟ୍‌ କରନ୍ତୁ । ନଚେତ ଆପଣଙ୍କ ମୋବାଇଲ୍‌ ହ୍ୟାକର୍ସଙ୍କ କଣ୍ଟ୍ରୋଲ୍‌ରେ ଚାଲିବ ।

Advertisment

କେବଳ ସେତିକି ନୁହେଁ, ଆପଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଏଭଳି ସତର୍କ ସୂଚନା ଜାରି କରାଯାଇଛି। ଏଗୁଡ଼ିକ ମଧ୍ୟରେ ରହିଛି, iOS, iPadOS, macOS, tvOS ଓ watchOS ଭର୍ସନ। 

ଭାରତ ସରକାରଙ୍କ ଇମରଜେନ୍ସୀ ରେସପନ୍ସ ଟିମ୍‌, ସାମସଙ୍ଗର ଏଭଳି ଅନେକ ତ୍ରୁଟିକୁ ଚିହ୍ନଟ କରିସାରିଛି । ଏହି ତ୍ରୁଟିଗୁଡ଼ିକ ବଡ଼ ବିପଦ ସୃଷ୍ଟି କରିଥାନ୍ତି । କାରଣ ଏହି ତ୍ରୁଟି ଗୁଡ଼ିକ ଯୋଗୁଁ ହ୍ୟାକର୍ସମାନଙ୍କୁ ସୁରକ୍ଷା ପ୍ରତିବନ୍ଧକକୁ ବାଇପାସ୍ କରିବାକୁ ସହଜ ହୋଇଥାଏ । ଏହାସହ ବ୍ୟକ୍ତିଗତ ତଥ୍ୟ ପର୍ଯ୍ୟନ୍ତ ପହଞ୍ଚିବାକୁ ମଧ୍ୟ ହ୍ୟାକରମାନଙ୍କୁ ଅନୁମତି ଦେଇଥାଏ । 

Advertisment

CERT-In ଅନୁସାରେ କ’ଣ ଏହି ତ୍ରୁଟି ଗୁଡ଼ିକ ହେଲା...

ନାକ୍ସ ଫିଚର୍ସରେ ଅନୁଚିତ୍ ନିୟନ୍ତ୍ରଣ
ଫେସ୍‌ ଆଇଡିଣ୍ଟିଫିକେସନ୍‌ ସଫ୍ଟୱେୟାରରେ ଇଣ୍ଟିଗର୍ ଓଭରଫ୍ଲୋ ତ୍ରୁଟି
ଏଆର୍ ଇମୋଜି ଆପ୍‌ରେ ଅଥୋରାଇଜେସନ୍‌ ଇସ୍ୟୁ
ନାକ୍ସ ସୁରକ୍ଷା ସଫ୍ଟୱେୟାରରେ ଏରର
ବିଭିନ୍ନ ସିଷ୍ଟମ୍ କମ୍ପୋନେଣ୍ଟଗୁଡ଼ିକରେ ଏକାଧିକ ମେମୋରୀ କରପ୍ଟ ହେବାର ସମ୍ଭାବନା 
ସଫ୍ଟସିମଡ୍‌ ଲାଇବ୍ରେରୀରେ ଭୁଲ ଡାଟା ସାଇଜ୍‌ ଭେରିଫିକେସନ୍‌
ସ୍ମାର୍ଟ କ୍ଲିପ୍ ଆନ୍‌ରେ ଅବୈଧ ବ୍ୟବହାରକାରୀଙ୍କ ଇନପୁଟ୍
କଣ୍ଟାକ୍ଟସ୍‌ରେ କିଛି ଆପ୍ ଇଣ୍ଟରଆକ୍ସନ୍‌କୁ ହାଇଜାକ୍‌ କରିବା

ବିପଦଗୁଡିକ କ’ଣ?

ସାମସଙ୍ଗ ପ୍ରଡକ୍ଟରେ ଚିହ୍ନଟ ହୋଇଥିବା ତ୍ରୁଟି ଗୁଡ଼ିକ ଅତ୍ୟନ୍ତ ଗମ୍ଭୀର । ଯଦି ଜଣେ ହ୍ୟାକର ଏହି ତ୍ରୁଟି ବା ଦୁର୍ବଳତାର ଫାଇଦା ନେବାକୁ ସକ୍ଷମ ହୁଏ, ତେବେ ସେ ଆପଣଙ୍କ ଡିଭାଇସକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସକ୍ଷମ ହେବ । ଏମିତିକି ଆପଣଙ୍କର ବ୍ୟକ୍ତିଗତ ତଥ୍ୟଗୁଡ଼ିକୁ ସହଜରେ ପାଇପାରିବ ।  

Advertisment

- ଆପଣଙ୍କର ଯୋଗାଯୋଗ ବିବରଣୀ, ବ୍ୟାଙ୍କ ଆକାଉଣ୍ଟ ସୂଚନା ଏବଂ ପାସୱାର୍ଡ ସହିତ ଆପଣଙ୍କର ତଥ୍ୟ ଚୋରି ହୋଇପାରେ ।
- ଆପଣଙ୍କର ଡିଭାଇସ୍ ଲକ୍ ହୋଇପାରେ କିମ୍ବା ପୁନଃ ଆରମ୍ଭ ହୋଇପାରେ ।
- ଆପଣଙ୍କର ଡିଭାଇସ୍ ମାଲୱେର୍ କିମ୍ବା ଅନ୍ୟାନ୍ୟ କ୍ଷତିକାରକ ସଫ୍ଟୱେର୍ ଦ୍ୱାରା ଖରାପ ହୋଇପାରେ ।

ସାମସଙ୍ଗ ମୋବାଇଲ୍ ଫୋନର ଆଣ୍ଡ୍ରଏଡ୍ ସଂସ୍କରଣ ୧୧, ୧୨, ୧୩ ଏବଂ ୧୪ରେ ଏଭଳି ତ୍ରୁଟି ରହିଛି । ସେଥିମଧ୍ୟରୁ ସେହି ମୋବାଇଲ ଗୁଡ଼ିକ ହେଲା, ଗାଲାକ୍ସି S23 ସିରିଜ୍, ଗାଲାକ୍ସି ଫ୍ଲିପ୍ 5, ଗାଲାକ୍ସି ଫୋଲ୍ଡ 5  ।

Samsung Mobile
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ