Advertisment

ଗୁଗୁଲ୍‌ରୁ ପର୍ସନାଲ ଡାଟା ରିମୁଭ କରିବା ପାଇଁ ଆସିଲା ନୂଆ ଟୁଲ୍‌

ଗୁଗୁଲ୍‌ ତା’ର ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛି। ଯଦି ଗୁଗୁଲ୍‌ରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିଛି ରହିଛି ତେବେ ଜଣେ ଚାହିଁଲେ ସହଜରେ ପାଇପାରିବ। ହେଲେ ୟୁଜର୍ସଙ୍କର ଏହି ତଥ୍ୟକୁ ଗୁପ୍ତ ରଖିବା ପାଇଁ ଗୁଗୁଲର ଏକ ନୂଆ ଟୁଲ ଆସୁଛି। ଏହି ଟୁଲ୍‌ର ନାଁ ‘ରେଜଲ୍ଟ ଆବାଉଟ ୟୁ’। ଏହି ନୂଆ ପ୍ରାଇଭେସି ଫିଚର ଦ୍ୱାରା ୟୁଜର୍ସ ସେମାନଙ୍କର ପର୍ସନାଲ ସର୍ଚ୍ଚ କଣ୍ଟେଣ୍ଟକୁ ରିମୁଭ କରିବା ପାଇଁ ଅନୁରୋଧ କରିପାରିବେ।

ଅଦ୍ୟତନ ହୋଇଛି
Google Rolls Out Tool

google introduced new feature

Advertisment

ଗୁଗୁଲ୍‌ ତାର ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛି। ଯଦି ଗୁଗୁଲ୍‌ରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିଛି ରହିଛି ତେବେ ଜଣେ ଚାହିଁଲେ ସହଜରେ ପାଇପାରିବ। ହେଲେ ୟୁଜର୍ସଙ୍କର ଏହି ତଥ୍ୟକୁ ଗୁପ୍ତ ରଖିବା ପାଇଁ ଗୁଗୁଲର ଏକ ନୂଆ ଟୁଲ ଆସୁଛି। ଏହି ଟୁଲ୍‌ର ନାଁ ‘ରେଜଲ୍ଟ ଆବାଉଟ ୟୁ’। ଏହି ନୂଆ ପ୍ରାଇଭେସି ଫିଚର ଦ୍ୱାରା ୟୁଜର୍ସ ସେମାନଙ୍କର ପର୍ସନାଲ ସର୍ଚ୍ଚ କଣ୍ଟେଣ୍ଟକୁ ରିମୁଭ କରିବା ପାଇଁ ଅନୁରୋଧ କରିପାରିବେ।

Advertisment

ଗୁଗୁଲ୍‌ର ଏହି ‘ରେଜଲ୍ଟ ଆବାଉଟ ୟୁ’ ବିଷୟରେ ଚଳିତବର୍ଷ ପ୍ରାରମ୍ଭରେ ହୋଇଥିବା ଆନୁଆଲ କନ୍‌ଫରେନ୍ସରେ ଘୋଷଣା କରାଯାଇଥିଲା। ଏବେ ଏହା ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇଛି।

ଯଦି ଗୁଗୁଲ୍‌ରେ ଆପଣଙ୍କର ଘର ଠିକଣା, ଇମେଲ ଆଡ୍ରେସ, ଫୋନ ନମ୍ବର କିମ୍ବା ଅନ୍ୟ କୌଣସି ସୂଚନା ଉପଲବ୍ଧ ହେଉଛି ତେବେ ଚାହିଁଲେ ଆପଣ ଏହାକୁ ରିମୁଭ କରିପାରିବେ। ପ୍ରଥମେ ଆପଣ ମୋବାଇଲର ଡାହାଣ ପଟ କର୍ଣ୍ଣରରେ ଥିବା ତିନୋଟି ଡଟ୍‌ରେ କ୍ଲିକ କରନ୍ତୁ। କ୍ଲିକ କରିବା ପରେ ପାନେଲ୍‌ରେ ଆବାଉଟ ଦିସ୍‌ ରେଜଲ୍ଟ’ ମେନୁ ଖୋଲିବ। ତାପରେ ଆସିବ ରିମୁଭ ରେଜଲ୍ଟ।

Advertisment

ଆପଣ ଯଦି ଚାହିଁବେ, ତେବେ ଯେ କୌଣସି ବ୍ୟକ୍ତିଗତ ତଥ୍ୟ ଥିବା ସୂଚନାକୁ (ପର୍ସନାଲ ଆଇଡେଣ୍ଟିଫେବୁଲ ଇନଫର୍ମେସନ ବା PIL) ରିମୁଭ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରଥମେ ଗୁଗୁଲ୍ ସପୋର୍ଟ ପେଜ୍‌କୁ ଯାଇ ଏକ ଫର୍ମ ପୂରଣ କରିବାକୁ ପଡ଼ିବ ଆଉ ତା ପରେ ସର୍ଚ୍ଚ ରେଜଲ୍ଟରୁ ଉକ୍ତ କଣ୍ଟେଣ୍ଟକୁ ରିମୁଭ କରିପାରିବେ।

ଏହା ପରେ ‘ରେଜଲ୍ଟ ଆବାଉଟ ୟୁ’ରୁ କିପରି ରିମୁଭ ହେଉଛି ତାହା ଆପଣ ଘରେ ବସି ମନିଟର କରିପାରିବେ । ଏହାକୁ ରିମୁଭ କରିବା ବେଳେ ଏକ ନୂଆ ରିକୁଏଷ୍ଟ ଆସିବ ଯେଉଁଥିରେ ତୁମେ କାହିଁକି ଏହି ରେଜଲ୍ଟ ରିମୁଭ କରିବାକୁ ଚାହୁଁଛ ବୋଲି ପଚରା ଯାଇଥିବ। ତେବେ ଗୁଗୁଲ ମଧ୍ୟ ଏକଥା କହିଛି, ଯଦି ଏମିତି ରିମୁଭାଲ ରିକୁଏଷ୍ଟ ଆସେ ତେବେ ଏହା ଦ୍ୱାରା ୱେବ ପେଜ୍‌ର ଅନ୍ୟ ତଥ୍ୟ ଜାଣିବାରେ କିଛି ଅସୁବିଧା ହେବ କି ନାହିଁ, ତାହା ପରଖି ଦେଖିବା ପରେ ରିମୁଭ କରାଯିବ।

Advertisment
Google Google New Feature
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ